ଦେହ ବେପାର ପାଇଁ ରାଜି ନ ହେବାରୁ ଯୁବତୀଙ୍କୁ ହତ୍ୟା! ବନ୍ଧା ହେଲେ ବିଜେପି ନେତାଙ୍କ ପୁଅ

ଡେରାଡୁନ: ଉତ୍ତରାଖଣ୍ଡରର ଜଣେ ପ୍ରଭାବଶାଳୀ ବିଜେପି ନେତା ତଥାପ ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କୁ ପୁଲିସ ହତ୍ୟା ମାମଲାରେ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ। ତାଙ୍କ ବାପା ବିଜେପିର ଜଣେ ନେତା ଭାବେ କାମ କରୁଥିବା ବେଳେ ଭାଇ ଅଙ୍କିତ ଆର୍ଯ୍ୟ ଉତ୍ତରାଖଣ୍ଡ ଓବିସି କଲ୍ୟାଣ କମିଶନର ଉପାଧ୍ୟୟ। ନ୍ୟୁଜକ୍ଲିକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରିଷିକେଶରେ ପୁଲକିତଙ୍କର ଗୋଟିଏ ରିସର୍ଟ ରହିଛି। ଏହି ରିସର୍ଟରେ ରିସେପ୍ସନିଷ୍ଟ ଭାବେ […]

BJP

BJP

Hemant Lenka
  • Published: Friday, 23 September 2022
  • Updated: 24 September 2022, 08:58 PM IST

Sports

Latest News

ଡେରାଡୁନ: ଉତ୍ତରାଖଣ୍ଡରର ଜଣେ ପ୍ରଭାବଶାଳୀ ବିଜେପି ନେତା ତଥାପ ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କୁ ପୁଲିସ ହତ୍ୟା ମାମଲାରେ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ। ତାଙ୍କ ବାପା ବିଜେପିର ଜଣେ ନେତା ଭାବେ କାମ କରୁଥିବା ବେଳେ ଭାଇ ଅଙ୍କିତ ଆର୍ଯ୍ୟ ଉତ୍ତରାଖଣ୍ଡ ଓବିସି କଲ୍ୟାଣ କମିଶନର ଉପାଧ୍ୟୟ।

ନ୍ୟୁଜକ୍ଲିକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରିଷିକେଶରେ ପୁଲକିତଙ୍କର ଗୋଟିଏ ରିସର୍ଟ ରହିଛି। ଏହି ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିବା ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପୁଲକିତ ଓ ତାଙ୍କର ଦୁଇ ଜଣ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଜଣଙ୍କୁ ପୁଲକିତ ଦୀର୍ଘ ଦିନ ହେଲା ଦେହ ବେପାରରେ ନିୟୋଜିତ ହେବାକୁ ପ୍ରସ୍ତାବ ଦେଇ ଆସୁଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ପୁଲିସ୍‌ ଘଟଣାର ତଦନ୍ତ କରି ଆଜି ସନ୍ଧ୍ୟାରେ ପୁଲକିତ ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପୁଲକିତଙ୍କ ରିସର୍ଟରେ ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ହେଲେ ହଠାତ୍‌ ସେପ୍ଟେମ୍ବର ୧୮ରୁ ସେ ନିଖୋଜ ହୋଇ ଯାଇଥିଲେ। ପୁଲିସ୍‌ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ପୁଲକିତ ହରିଦ୍ୱାରା ପଳାଇଥିଲେ। ହେଲେ ଅଙ୍କିତାଙ୍କ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଝିଅକୁ ଖୋଜି ଆଣିବାକୁ ନେହୁରା ହୋଇଥିଲା।

ପୁଲିସ୍‌ ତଦନ୍ତ ଜାରି ରଖିଥିବା ବେଳେ ରିସର୍ଟର ସିସିଟିଭି ଯାଞ୍ଚ କରିଥିଲା। ହେଲେ ସିସିଟିଭି କ୍ୟାମେରା ଭାଙ୍ଗି ଯାଇଥିବାରୁ କୌଣସି ସୁଫଳ ମିଳି ନଥିଲା। ଏହାପରେ ପୁଲିସ୍‌ ଅଙ୍କିତାଙ୍କ ସହ ରିସର୍ଟରେ କାମ କରୁଥିବା କିଛି ସହଯୋଗୀଙ୍କ ଫୋନ ଯାଞ୍ଚ କରିଥିଲା। ଏହି ସମୟରେ ଅଙ୍କିତା ହ୍ୱାଟସଆପ୍‌ରେ ପୁଲକିତଙ୍କ ଯୌନ କେଳେଙ୍କାରୀ କଥା ସହଯୋଗୀ ମାନଙ୍କୁ କହିଥିବା ଜଣାପଡ଼ିଥିଲେ। ଏ ଦିଗରେ ପୁଲିସ୍‌ ତଦନ୍ତ କରୁଥିବା ବେଳେ ଆଜି ମହିଳାମାନେ ପୁଲକିତଙ୍କୁ ଗିରଫ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Ankita Bhandari Murder In Rishikesh. उत्तराखंड स्तब्ध है! अंकिता भंडारी की बेरहमी से हुई थी हत्या, मर्डर के बाद दरिंदों ने नहर में फेंका. Ankita Bhandari Murder Case ...

ମହିଳାମାନଙ୍କ ବିକ୍ଷୋଭ ଜୋରଦାର ହେବାରୁ ଉତ୍ତରାଖଣ୍ଡ ପୁଲିସ୍‌ ପୁଲକିତଙ୍କ ସମେତ ରିସର୍ଟର ମ୍ୟାନେଜର ସୌରଭ ଭାସ୍କର ଓ ଆସିସଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଉଠାଇ ଆଣି ଜେରା କରିଥିଲା। ଏହି ସମୟରେ ସେମାନେ ନିଖୋଜ ଅଙ୍କିତାଙ୍କୁ ରିସର୍ଟରେ ହତ୍ୟା କରିବା ପରେ ଛୀଲା କେନାଲରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏଥିସହ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଆଜି କେନାଲରୁ ଅଙ୍କିତାଙ୍କ ମୃତଦେହ ଜବତ କରିଛି। ଏ ସମ୍ପର୍କରେ ପାଉରୀର ଅତିରିକ୍ତ ଏସ୍‌ପି ଶେଖର ସୂୟାଲ ସୂଚନା ଦେଇଛନ୍ତି।

ପୂରା ଘଟଣା ଉତ୍ତରାଖଣ୍ଡର ରିଷିକେଶ ଜିଲ୍ଲାରେ ଥିବା ଭନନତାରା ରିସର୍ଟରେ ଘଟିଥିଲା। ଅଙ୍କିତା ମାତ୍ର କିଛି ମାସ ହେଲା ରିସର୍ଟରେ ଯୋଗ ଦେଇଥିଲେ। ହେଲେ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ତାଙ୍କୁ ରିସର୍ଟରେ ଚାଲିଥିବା ଦେହ ବେପାରରେ ଲଗାଇବାକୁ ଚାହିଁଥିଲେ। ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଅଫର କରିଥିଲେ।

କିନ୍ତୁ ସେ ରାଜି ନ ହେବାରୁ ତାଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିଥିଲେ। ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ମୃତଦେହକୁ ସ୍ଥାନୀୟ କେନାଲରେ ଫିଙ୍ଗି ଦେଇଥିଲେ। ଘଟଣା ସ୍ଥଳରୁ ପୁଲକିତ ସିଧା ହରିଦ୍ୱାରା ଚାଲି ଯାଇ ନିଜ ଦେହରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଥିଲେ।

ଅଙ୍କିତାଙ୍କ ପରିବାର ଲୋକ ନିଖୋଜ ଅଭିଯୋଗ ୧୯ ତାରିଖରୁ ଆଣିଥିଲେ ମଧ୍ୟ ପୁଲିସ୍‌ ସେତେଟା ଗୁରୁତ୍ୱ ଦେଇ ନଥିଲା। କିନ୍ତୁ ମହିଳାମାନେ ଆଜି ବିକ୍ଷୋଭ କରିବାରୁ ପୁଲିସ ଆକ୍ସନ ମୁଡ୍‌କୁ ଆସିଥିଲା। ଏଥିସହ ପୁଲକିତଙ୍କ ସମେତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story