ସିଦ୍ଧୁଙ୍କୁ କାହିଁକି ପ୍ରଶଂସା କଲେ କେଜ୍ରିୱାଲ?

ଚଣ୍ଡିଗଡ଼: ପଞ୍ଜାବରେ କ୍ଷମତା ଦଖଲ ପାଇଁ ଜୋରଦାର ପ୍ରଚାର କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୋଟିଏ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପଞ୍ଜାବରେ ଏବେ କଂଗ୍ରେସ କ୍ଷମତାରେ ରହିଛି। ତେଣୁ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ କେଜ୍ରିୱାଲ ଉଦ୍ୟମ କରୁଛନ୍ତି। କିନ୍ତୁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ସେ ଆଜି ଜଣେ ସଚ୍ଚୋଟ ବା ସ୍ୱଚ୍ଛ ବ୍ୟକ୍ତି କହି ପ୍ରଶଂସା କରିଛନ୍ତି। ଏଥିସହ ସିଦ୍ଧୁ ସବୁବେଳେ ଲୋକଙ୍କ ପ୍ରସଙ୍ଗ ଉଠାଇ ଥାଆନ୍ତି ବୋଲି କେଜ୍ରିୱାଲ […]

sidhu

sidhu

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 05:15 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବରେ କ୍ଷମତା ଦଖଲ ପାଇଁ ଜୋରଦାର ପ୍ରଚାର କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୋଟିଏ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପଞ୍ଜାବରେ ଏବେ କଂଗ୍ରେସ କ୍ଷମତାରେ ରହିଛି। ତେଣୁ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ କେଜ୍ରିୱାଲ ଉଦ୍ୟମ କରୁଛନ୍ତି।

କିନ୍ତୁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ସେ ଆଜି ଜଣେ ସଚ୍ଚୋଟ ବା ସ୍ୱଚ୍ଛ ବ୍ୟକ୍ତି କହି ପ୍ରଶଂସା କରିଛନ୍ତି। ଏଥିସହ ସିଦ୍ଧୁ ସବୁବେଳେ ଲୋକଙ୍କ ପ୍ରସଙ୍ଗ ଉଠାଇ ଥାଆନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ବହୁ ବାଦ ବିବାଦ ପରେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟ କରିଛନ୍ତି। ତଥାପି ଅନେକ ସମୟରେ ସିଦ୍ଧୁ ନିଜ ସରକାରଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ସିଦ୍ଧୁ ଟାର୍ଗେଟ କରୁଥିବା ନଜିର ରହିଛି। କଂଗ୍ରେସରେ ରହି ମଧ୍ୟ ସେ କଂଗ୍ରେସ ସରକାର ବିରୋଧରେ ସ୍ୱର ଉଠାଉଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସିଦ୍ଧୁଙ୍କ ପାଇଁ କ୍ୟାପ୍ଟେନ ମୁଖ୍ୟମନ୍ତ୍ରୀ ପଦ ସହ କଂଗ୍ରେସକୁ ଅଲବିଦା କହିଥିଲେ।

ହେଲେ କେଜ୍ରିୱାଲଙ୍କ ସିଦ୍ଧୁ ପ୍ରେମ କଂଗ୍ରେସ ତଥା ଅନ୍ୟ ରାଜନୀତିକ ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ହଠାତ୍‌ ସିଦ୍ଧୁ ଅଟକାଇ ଦେଇଥିଲେ। ଏହାପରେ ସେଠାରେ ଯାହା ହୋଇଥିଲା, ତା’କୁ ଆଧାର କରି ଆଜି କେଜ୍ରିୱାଲ ସର୍ବସମ୍ମୁଖରେ ସିଦ୍ଧୁଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, “ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଚନ୍ନି କହିଥିଲେ ମୁଁ ବାଲି ମାଫିଆ ସମସ୍ୟା ଦୂର କରି ଦେଇଛି। ଏଥିସହ ରାଜ୍ୟରେ ଏବେ ବାଲି କେଜି ପିଛା ୫ ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଏହା ଶୁଣି ସିଦ୍ଧୁ ଚମକି ପଡ଼ିଥିଲେ। ସେ ସର୍ବସମ୍ମୁଖରେ ହିଁ ଚନ୍ନିଙ୍କୁ ଅଟକାଇଥିଲେ ଓ ସେ କରୁଥିବା ଦାବି ମିଛ ବୋଲି କହିଥିଲେ। ଏବେ ବି ବାଲିର ଦାମ କେଜି ପିଛା ୨୦ ଟଙ୍କା ରହିଥିବା ସିଦ୍ଧୁ କହିଥିଲେ। ସିଦ୍ଧୁଙ୍କ ଏହି ସାହାସକୁ ମୁଁ ସମ୍ମାନ ଜଣାଉଛି। ସିଦ୍ଧୁ ସବୁବେଳେ ସାଧାରଣ ଲୋକଙ୍କ କଥା ଓ ପ୍ରସଙ୍ଗ ଉଠାନ୍ତି। କିନ୍ତୁ କଂଗ୍ରେସ ପାର୍ଟିରେ ତାଙ୍କ ସ୍ୱରକୁ ଚାପି ଦିଆଯାଉଛି। ପୂର୍ବରୁ ତାଙ୍କ ସ୍ୱରକୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଚାପୁଥିଲେ। ଏବେ ଚନ୍ନି ମଧ୍ୟ ତାଙ୍କ ସମାନ କାମ କରୁଛନ୍ତି।”

କେଜ୍ରିୱାଲ ଜଲନ୍ଧରରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନୂଆ କରି ମୁଖ୍ୟମନ୍ତ୍ରୀ ହେବା ପରେ ସେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପଞ୍ଜାବବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଏଯାଏ ଗୋଟିଏ ବି ପ୍ରତିଶ୍ରୁତିକୁ ବି ପୂରଣ କରି ନାହାନ୍ତି। ସେ ମାଗଣା ବିଜୁଳି ପ୍ରଦାନ କରିବେ ବୋଲି କହିଥିଲେ। ରାଜ୍ୟରେ ମୋହଲା କ୍ଲିନିକ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ବି ହେଇନି।”

କଂଗ୍ରେସର ୨୫ ଜଣ ବିଧାୟକ ଆପ୍‌ରେ ମିଶିବାକୁ ଚାହୁଁଥିବା ମଧ୍ୟ କେଜ୍ରିୱାଲ ଦାବି କରିଛନ୍ତି। କଂଗ୍ରେସର ଅନେକ ଲୋକ ଆମ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ଆମେ ସେମାନଙ୍କ ଅଳିଆ ନେବାକୁ ଚାହୁଁନୁ। ଯଦି ଆମେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବୁ, ତା’ହେଲେ ସନ୍ଧ୍ୟା ସୁଦ୍ଧା ୨୫ ଜଣ କଂଗ୍ରେସ ବିଧାୟକ ଆପ୍‌ରେ ଥିବେ। ତାଙ୍କର ୨୫ ବିଧାୟକ ଓ ୨ରୁ ୩ ଜଣ ବିଧାୟକ ଆପ୍‌ରେ ମିଶିବାକୁ ଆମ ସହ କଥାବାର୍ତ୍ତା ଚଳାଇଛନ୍ତି ବୋଲି କେଜ୍ରିୱାଲ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story