କେରଳରେ ହୁହୁ ହୋଇ ବଢ଼ୁଛି ସଂକ୍ରମଣ, ଚିନ୍ତାରେ କେନ୍ଦ୍ର ସରକାର

ଥିରୁଅନନ୍ତପୁରମ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କେରଳରେ କିନ୍ତୁ ଏହା ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୦% ରୋଗୀ ସାମ୍ନାକୁ ଆସୁଛନ୍ତି। ଏହା ଦେଶରେ ତୃତୀୟ ଲହରର କାରଣ ହୋଇପାରେ ବୋଲି ମଧ୍ୟ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ କେରଳର ସ୍ଥିତି ଦେଖି ବ୍ୟସ୍ତ ହେବା ସହ ରାଜ୍ୟ ସରକାରଙ୍କୁ ଚିଠି ଲେଖି […]

Kerala

Kerala

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 08:14 PM IST

Sports

Latest News

ଥିରୁଅନନ୍ତପୁରମ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କେରଳରେ କିନ୍ତୁ ଏହା ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୦% ରୋଗୀ ସାମ୍ନାକୁ ଆସୁଛନ୍ତି। ଏହା ଦେଶରେ ତୃତୀୟ ଲହରର କାରଣ ହୋଇପାରେ ବୋଲି ମଧ୍ୟ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ କେରଳର ସ୍ଥିତି ଦେଖି ବ୍ୟସ୍ତ ହେବା ସହ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୪ ସପ୍ତାହ ହେଲା କେରଳରେ କରୋନା ଗ୍ରାଫ ଉପର ମୁହାଁ ହୋଇ ରହିଥିବା କହିଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩,୯୯,୪୩୬ ରହିଥିବା ବେଳେ କେବଳରେ କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୮୭୬ ରହିଛି। ଜୁନ୍ ୨୮ରୁ ଇତି ମଧ୍ୟରେ କେରଳ କୋଟ୍ଟାୟାମରେ ସଂକ୍ରମଣ ହାର ୬୪% ବୃଦ୍ଧି ପାଇଛି।

ସେହିପରି ମାଲାପୁରମରେ ୫୯%, ଏର୍ଣ୍ଣାକୁଲମରେ ୪୬.୫% ଓ ଥ୍ରୀସୁରରେ ଦୈନିକ ସଂକ୍ରମଣ ହାର ମାସକ ମଧ୍ୟରେ ୪୫.୪% ବୃଦ୍ଧି ହୋଇଛି। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କେରଳର ସ୍ୱାସ୍ଥ୍ୟ ବିଭାଗ ପ୍ରିନ୍ସିପାଲ ସଚିବଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି।

ସଂକ୍ରମଣକୁ ରୋକିବାକୁ ହେଲେ କେରଳରୁ ଅଧିକରୁ ଅଧିକ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। କେରଳରୁ ଦୈନିକ ଦେଶର ମୋଟ ସଂକ୍ରମଣ ମଧ୍ୟରୁ ୫୦% କେସ୍ ରିପୋର୍ଟ ହେଉଛି। ମୃତ୍ୟୁହାର ମଧ୍ୟ ଏଠାରେ ବଢ଼ୁଛି। ଜାତୀୟ ତୁଳନାରେ କେରଳରେ ଆର ଫ୍ୟାକ୍ଟର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ଆର ଫ୍ୟାକ୍ଟର ୧.୦୧ ଥିବା ବେଳେ କେରଳରେ ଏହା ୧.୨୦ ରହିଛି ବୋଲି ସେ କହିଛନ୍ତି।

ରାଜେଶ ଭୂଷଣ ଲେଖିଥିବା ଚିଠିରେ କହିଛନ୍ତି ଯେ ନିକଟରେ ସୁପର ସ୍ପ୍ରେଡର ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଲୋକମାନେ ଏକାଠି ହେଉଥିବା ସ୍ଥାନରେ ଜାରି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହୋମ ଇସୋଲେସନ ପାଇଁ ଜାରି କରିଥିବା ଗାଇଡଲାଇନକୁ ପାଳନ କରାଯାଉଛି କି ନାହିଁ, ତା’କୁ ରାଜ୍ୟର ଅଧିକାରୀମାନେ ତଦାରଖ କରନ୍ତୁ।

ବର୍ତ୍ତମାନ କେରଳରେ ୯୫% ସକ୍ରିୟ ଆକ୍ରାନ୍ତ ହୋମ ଆଇସୋଲେନରେ ଅଛନ୍ତି। ତେଣୁ ଏହାକୁ ଯାଞ୍ଚ କରିବା ନିହାତି ଜରୁରୀ। କେରଳରେ ପ୍ରବାସୀ ଶ୍ରମିକମାନେ କୋଭିଡ-୧୯ର ଗାଇଡଲାଇନ ପାଳନ କରୁ ନଥିବାରୁ ଶ୍ରୀ ଭୂଷଣ ଚିନ୍ତା ପ୍ରକଟ କରିଛନ୍ତି। କିଛି କରୋନା ରୋଗୀ ନିଜକୁ ଆଇସୋଲେସନ ସେଣ୍ଟରରେ ଆଡମିଟ୍‌ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଏହି କାରଣରୁ ସଂକ୍ରମଣ ମଧ୍ୟ ବ୍ୟାପୁଛି।

ସେହିପରି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ ଟିକାର ଅପଚୟ କମ କରିବାକୁ ମଧ୍ୟ କେରଳ ସରକାରଙ୍କୁ କୁହାଯାଇଛି। କେରଳରେ ପଜିଟିଭିଟି ରେଟ୍‌ ୧୦.୫% ଥିବାରୁ କଟକଣା ଆହୁରି କଡ଼ାକଡ଼ି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଖୁବଶୀଘ୍ର ଗୋଟିଏ କେନ୍ଦ୍ରୀୟ ଟିମ୍‌ କେରଳ ଯାଇ ସ୍ଥିତି ଯାଞ୍ଚ କରିବ ବୋଲି ମଧ୍ୟ ଜଣାପଡ଼ିଛି।

ସୂଚନା ଅନୁସାରେ, କେରଳ ୧୪ଟି ଜିଲ୍ଲାରୁ ୧୧ଟି ସ୍ଥାନରେ ଦୈନିକ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଛି। ଜୁଲାଇ ୧୦ରୁ ୧୯ ମଧ୍ୟରେ କେରଳରେ ୯୧,୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୫ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story