ସିଜେଆଇଙ୍କ ବଡ଼ ବୟାନ: ଛାତ୍ର ନେତାଙ୍କ ଅଭାବ ଗଣତନ୍ତ୍ର ପାଇଁ ଠିକ ନୁହେଁ

ନୂଆଦିଲ୍ଲୀ: ସାଧାରଣତଃ ବିଚାରପତି ମାନେ ମୁହଁ ଖୋଲୁ ନଥିବା ପ୍ରସଙ୍ଗ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଉଠାଇଛନ୍ତି। ଭାରତର ଅର୍ଥନୀତି ଉଦାରୀକରଣ ହେବାର ୩ ଦଶନ୍ଧି ମଧ୍ୟରେ କୌଣସି ବଡ଼ ଛାତ୍ରନେତା ଶିକ୍ଷାନୁଷ୍ଠାନରୁ ବାହାରି ନାହାନ୍ତି। ଏହା ଭାରତର ଗଣତନ୍ତ୍ରକୁ ସଶକ୍ତ କରିବା ଉପରେ କୁପ୍ରଭାବ ପକାଉଛି। ସମାଜ ପ୍ରତି ଛାତ୍ରଛାତ୍ରୀଙ୍କ  ବିଶେଷ ଦାୟିତ୍ୱ ରହିଛି। ସେମାନେ ସାଧାରଣ ବିତର୍କ ଓ ସାମାଜିକ-ଅର୍ଥନୀତିକ ବାସ୍ତବତାଠାରୁ ନିଜକୁ ଦୂରେଇ ରଖିପାରିବେ ନାହିଁ ବୋଲି ଜଷ୍ଟିସ ରମନ୍ନା […]

CJI

CJI

Hemant Lenka
  • Published: Friday, 10 December 2021
  • Updated: 10 December 2021, 08:01 AM IST

ନୂଆଦିଲ୍ଲୀ: ସାଧାରଣତଃ ବିଚାରପତି ମାନେ ମୁହଁ ଖୋଲୁ ନଥିବା ପ୍ରସଙ୍ଗ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଉଠାଇଛନ୍ତି। ଭାରତର ଅର୍ଥନୀତି ଉଦାରୀକରଣ ହେବାର ୩ ଦଶନ୍ଧି ମଧ୍ୟରେ କୌଣସି ବଡ଼ ଛାତ୍ରନେତା ଶିକ୍ଷାନୁଷ୍ଠାନରୁ ବାହାରି ନାହାନ୍ତି। ଏହା ଭାରତର ଗଣତନ୍ତ୍ରକୁ ସଶକ୍ତ କରିବା ଉପରେ କୁପ୍ରଭାବ ପକାଉଛି। ସମାଜ ପ୍ରତି ଛାତ୍ରଛାତ୍ରୀଙ୍କ  ବିଶେଷ ଦାୟିତ୍ୱ ରହିଛି। ସେମାନେ ସାଧାରଣ ବିତର୍କ ଓ ସାମାଜିକ-ଅର୍ଥନୀତିକ ବାସ୍ତବତାଠାରୁ ନିଜକୁ ଦୂରେଇ ରଖିପାରିବେ ନାହିଁ ବୋଲି ଜଷ୍ଟିସ ରମନ୍ନା କହିଛନ୍ତି।

ଦିଲ୍ଲୀରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଜଷ୍ଟିସ ରମନ୍ନା କହିଛନ୍ତି, “ଆପଣମାନେ ଯଦି ଭାରତର ସାମାଜିକ ଛବିକୁ ଭଲ ଭାବେ ତର୍ଜମା କରିବେ, ତା’ହେଲେ ବିଗତ କିଛି ଦଶନ୍ଧି ହେଲା ଶିକ୍ଷାର୍ଥୀ ଗୋଷ୍ଠୀରୁ କୌଣସି ବଡ଼ ନେତା ସାମ୍ନାକୁ ଆସିନାହାନ୍ତି। ଏହା ଉଦାରୀକରଣ ପରେ ସାମାଜିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଯୋଗଦାନ କରିବା ପ୍ରକ୍ରିୟାକୁ କେମିତି ହ୍ରାସ କରିଛି, ତା’କୁ ଦର୍ଶାଉଛି। ଶିକ୍ଷାର୍ଥୀମାନେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ସେମାନେ ଏଭଳି ପ୍ରସଙ୍ଗ ଉଠାଇଛନ୍ତି, ଯାହା ରାଜନୀତିକ ଦଳଗୁଡ଼ିକୁ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇ ଥାଏ। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଶିକ୍ଷାର୍ଥୀ ଗୋଷ୍ଠୀରୁ କୌଣସି ବଡ଼ ନେତା ଆଗକୁ ଆସିନାହାନ୍ତି।”

ଆଧୁନିକ ଗଣତନ୍ତ୍ରରେ ଶିକ୍ଷାର୍ଥୀଙ୍କ ଯୋଗଦାନକୁ ଗୁରୁତ୍ୱ ଦେଇ ସେ କହିଛନ୍ତି, ସମାଜର ମୁଖ୍ୟ ସ୍ରୋତ ଓ ସାମାଜିକ କାର୍ଯ୍ୟକ୍ରମରେ ଆପଣମାନଙ୍କ ଭଳି ଶିକ୍ଷାର୍ଥୀ ଅଧିକ ସଂଖ୍ୟାରେ ଯୋଗଦେବା ଦରକାର। ନିଷ୍ଠାପର ଉଦ୍ଦେଶ୍ୟ ଓ ଆଗକୁ ବଢ଼ିବାର ଲକ୍ଷ୍ୟ ରଖିଥିବା ଶିକ୍ଷାର୍ଥୀମାନେ ପବ୍ଲିକ ଲାଇଫରେ ସାମିଲ ହେବା ଉଚିତ।

ଶିକ୍ଷାର୍ଥୀମାନେ ସ୍ୱାଧୀନତା, ନ୍ୟାୟ, ସମାନତା ଓ ନୈତିକତାର ପ୍ରକୃତ ଅଭିଭାବକ। ଶିକ୍ଷାର୍ଥୀଙ୍କ ଶକ୍ତିକୁ ଯେତେବେଳେ ଉଚିତ ମାର୍ଗରେ ବ୍ୟବହାର କରାଯିବ, ଏହି ଲକ୍ଷ୍ୟକୁ ହାସଲ କରାଯାଇ ପାରିବ। ଯୁବଗୋଷ୍ଠୀ ସାମାଜିକ ଓ ରାଜନୀତିକ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସଚେତନ ହୋଇପାରିଲେ ଖାଦ୍ୟ, ଶିକ୍ଷା ଭଳି ଅନ୍ୟାନ୍ୟ ଜରୁରୀ ମୌଳିକ ସୁବିଧା ଠିକ୍ ଭାବେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ।

ଶିକ୍ଷିତ ଯୁବଗୋଷ୍ଠୀ କେବେ ହେଲେ ସମାଜର ପ୍ରକୃତ ସ୍ଥିତିକୁ ଅଣଦେଖା କରିପାରିବେ ନାହିଁ। ଏହାକୁ ସୁଧାରିବା ପାଇଁ ସେମାନେ ଚେଷ୍ଟା କରିବେ। ଆପଣମାନେ ଯେତେବେଳେ ଏହି ଅନୁଷ୍ଠାନରୁ ଡିଗ୍ରୀ ହାସଲ କରି ବାହାରିବେ ସେତେବେଳେ ଆପଣମାନେ ଯେଉଁ ବିଶ୍ୱର ଅଂଶୀଦାର ତା’କୁ ମନେ ରଖିବେ ବୋଲି ସିଜେଆଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story