୧୯୬୮ରୁ ଆବେଦନ କରିଥିଲେ, ଠିକ୍‌ ଶୁଣାଣି ପୂର୍ବରୁ ପ୍ରାଣ ହରାଇଲେ ବୃଦ୍ଧ

ନୂଆଦିଲ୍ଲୀ: ଜଣେ ୧୦୮ ବର୍ଷୀୟ ବୃଦ୍ଧ ଜମି ବିବାଦକୁ ନେଇ ୧୯୬୮ରୁ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ହେଲେ ଶୁଣାଣିର ଠିକ୍‌ ପୂର୍ବରୁ ବୃଦ୍ଧ ଜଣଙ୍କ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବରୁ ବୃଦ୍ଧ ଜଣଙ୍କ ବମ୍ବେ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ। ଦୀର୍ଘ ୨୭ ବର୍ଷ କାଳ ମାମଲା ସେଠାରେ ପେଣ୍ଡିଂ ହୋଇ ପଡ଼ିବା ପରେ ଶେଷରେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଚଳିତ ବର୍ଷ ଜୁଲାଇ […]

Old-Man

Old-Man

Hemant Lenka
  • Published: Thursday, 22 July 2021
  • Updated: 22 July 2021, 06:01 PM IST

Sports

Latest News

ନୂଆଦିଲ୍ଲୀ: ଜଣେ ୧୦୮ ବର୍ଷୀୟ ବୃଦ୍ଧ ଜମି ବିବାଦକୁ ନେଇ ୧୯୬୮ରୁ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ହେଲେ ଶୁଣାଣିର ଠିକ୍‌ ପୂର୍ବରୁ ବୃଦ୍ଧ ଜଣଙ୍କ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବରୁ ବୃଦ୍ଧ ଜଣଙ୍କ ବମ୍ବେ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ। ଦୀର୍ଘ ୨୭ ବର୍ଷ କାଳ ମାମଲା ସେଠାରେ ପେଣ୍ଡିଂ ହୋଇ ପଡ଼ିବା ପରେ ଶେଷରେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ଚଳିତ ବର୍ଷ ଜୁଲାଇ ୧୨ରେ ସୁପ୍ରିମକୋର୍ଟ ସୋପନ ନରସିଂହା ଗାଏକ୍ୱାଡ କରିଥିବା ଆବେଦକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ। ହାଇକୋର୍ଟରେ ଆବେଦନ ଖାରଜ ହେବାରୁ ବହୁତ ବିଳମ୍ବରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ଏହାର ଶୁଣାଣି ହେବନାହିଁ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଥମେ ମତ ଦେଇଥିଲେ।

ହେଲେ ତାଙ୍କ ଓକିଲ କହିଥିଲେ ଯେ ଆବେଦନକାରୀଙ୍କ ବୟସ ବହୁତ ଅଧିକ ଓ ସେ ମହାରାଷ୍ଟ୍ରର ଗୋଟିଏ ଗ୍ରାମାଞ୍ଚଳରେ ରୁହନ୍ତି। ଏହି କାରଣରୁ ହାଇକୋର୍ଟଙ୍କ ରାୟ ତାଙ୍କ ପାଖରେ ବିଳମ୍ବରେ ପହଞ୍ଚିଥିଲା। ଏହାପରେ ମହାମାରୀ କରୋନା ଆସି ଯାଇଥିବାରୁ ସେ ଠିକଣା ସମୟରେ କୋର୍ଟରେ ଆବେଦନ କରିପାରି ନଥିଲେ। ଏହାକୁ ଶୁଣିବା ପରେ ସୁପ୍ରିମକୋର୍ଟ ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ।

ତେବେ ଆବେଦନକାରୀଙ୍କ ଓକିଲ ବିରାଜ କଦମ କହିଛନ୍ତି, ଯେଉଁ ବ୍ୟକ୍ତି ଜଣଙ୍କ ନିଜର କେସ୍‌କୁ ଟ୍ରାଏଲ କୋର୍ଟରୁ ସୁପ୍ରିମକୋର୍ଟ ଯାଏ ଆଣିଥିଲେ ଏବେ ସେ ଆଉ ନାହାନ୍ତି। ସୁପ୍ରିମକୋର୍ଟ ଶୁଣାଣି କରିବାକୁ ରାଜି ହୋଇଥିଲେ ହେଁ ଗାଏକ୍ୱାଡଙ୍କ ଦେହାନ୍ତ ହୋଇଛି। ୨୦୧୫ ଅକ୍ଟୋବର ୨୩ରେ ପ୍ରଥମେ ବମ୍ବେ ହାଇକୋର୍ଟ ଆବେଦନ ଖାରଜ କରିଥିଲେ। ଏହାପରେ ସେ ଆଉ ଥରେ ଆବେଦନ କରିଥିଲେ ହେଁ ଏହାକୁ ମଧ୍ୟ କୋର୍ଟ ୨୦୧୯ ମସିହା ଫେବୃଅଆରୀ ୧୩ରେ ଅଗ୍ରାହ୍ୟ କରିଥିଲେ।

ଦୁଇଟି ଯାକ ନିର୍ଦ୍ଦେଶର ଯଥାକ୍ରମେ ୧୪୬୭ ଦିନ ଓ ୨୬୭ ଦିନ ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦକୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହୃଷିକେଶ ରୟଙ୍କ ଖଣ୍ଡପୀଠ ଗ୍ରହଣ କରି ନୋଟିସ୍ କରିଥିଲେ। ଆବେଦନକାରୀଙ୍କ ପ୍ରତିପକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ବି କୋର୍ଟ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ମାମଲାର ମେରିଟକୁ ବିଚାର ନ କରି ଆବେଦନକୁ ଖାରଜ କରିଛନ୍ତି। ଏଥିସହ ଆବେଦକାରୀଙ୍କ ବୟସ ୧୦୮ ବର୍ଷ। ହାଇକୋର୍ଟ ଓକିଲଙ୍କ ଅନୁପସ୍ଥିତି ଯୋଗୁ ମଧ୍ୟ ଆବେଦନ ଖାରଜ କରିଛନ୍ତି। ତେଣୁ ସବୁ ଦିଗକୁ ବିଚାର କରି ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story