ବନ୍ଦ ଘରେ ପୁଅର ଶବ ସହ ୪ ଦିନ କାଟିଲେ ୮୨ ବର୍ଷୀୟ ବୃଦ୍ଧ

ଚଣ୍ଡିଗଡ଼: ପୁଅର ଶବ ସହ ବନ୍ଦ ଘରେ ୪ ଦିନ କାଳ ବସି ରହିଥିବା ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ୍‌। ପୁଅ ନିସ୍ତେଜ ହୋଇ ପଡ଼ି ରହିଥିବା ବେଳେ ବୃଦ୍ଧ ବାପା କିଛି ନ ବୁଝି ପାରି ଖାଲି ତାଙ୍କ ପାଖରେ ବସି ରହିଥିବା ଘଟଣା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି। ପଞ୍ଜାବ ମୋହାଲିରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ୪ ଦିନ ହେଲା ପାଳିତ ପୁଅ ସୁଖବିନ୍ଦର ସିଂହ ଘରେ ଭିତରେ […]

hospital

hospital

Hemant Lenka
  • Published: Tuesday, 30 August 2022
  • Updated: 30 August 2022, 09:33 PM IST

Sports

Latest News

ଚଣ୍ଡିଗଡ଼: ପୁଅର ଶବ ସହ ବନ୍ଦ ଘରେ ୪ ଦିନ କାଳ ବସି ରହିଥିବା ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ୍‌। ପୁଅ ନିସ୍ତେଜ ହୋଇ ପଡ଼ି ରହିଥିବା ବେଳେ ବୃଦ୍ଧ ବାପା କିଛି ନ ବୁଝି ପାରି ଖାଲି ତାଙ୍କ ପାଖରେ ବସି ରହିଥିବା ଘଟଣା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି। ପଞ୍ଜାବ ମୋହାଲିରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

୪ ଦିନ ହେଲା ପାଳିତ ପୁଅ ସୁଖବିନ୍ଦର ସିଂହ ଘରେ ଭିତରେ ମରି ପଡ଼ିଥିଲେ ହେଁ ଏକଥା ବୃଦ୍ଧ ବାପା ବଲୱନ୍ତ ସିଂହଙ୍କୁ ଜଣାନଥିଲା। ଘର ଭିତରୁ ସାମାନ୍ୟ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀମାନେ ପୁଲିସ୍‌କୁ ଏ ସମ୍ପର୍କରେ ଖବର ଦେଇଥିଲେ। ପୁଲିସ୍‌ ଟିମ ବଲୱନ୍ତଙ୍କ ଘରେ ପହଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଶବ ପାଖରେ ଜଣେ ବୃଦ୍ଧ ରହିଥିଲେ। ସେ ଆମକୁ ଦେଖି କିଛି କହି ନଥିଲେ। ସେ ଠିକ୍ ଭାବେ କଥା କହିବା ସ୍ଥିତିରେ ନାହାନ୍ତି। ଯାହା ଲାଗୁଛି ସୁଖବିନ୍ଦର ସିଂହଙ୍କର କ’ଣ ହୋଇଛି, ସେକଥା ସେ ଜାଣିପାରୁ ନଥିଲେ। କବାଟ ଭାଙ୍ଗି ଆମେ ଘର ଭିତରେ ପହଞ୍ଚିଥିଲୁ।

ଏହି ସମୟରେ ବୃଦ୍ଧ ଜଣଙ୍କ ଶବ ନିକଟରେ ବସିଥିବା ଦେଖିବାକୁ ପାଇଥିଲୁ। ତାଙ୍କ ଦେହ ମଧ୍ୟ ଭୀଷଣ ଅସୁସ୍ଥ ରହିଛି। ସେଠାରୁ ଶବକୁ ଜବତ କରିବା ସହ ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବଲୱନ୍ତ ସିଂହଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି। ତାଙ୍କ ସମ୍ପର୍କୀୟଙ୍କ ବିଷୟରେ କିଛି ବି ସୂଚନା ମିଳିନି। ସେହିପରି ସୁଖବିନ୍ଦର ସିଂହ କେମିତି ପ୍ରାଣ ହରାଇଲେ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି ବୋଲି ପୁଲିସ୍‌ ଅଧିକାରୀ ଜଣଙ୍କ କହିଛନ୍ତି।

[caption id="" align="aligncenter" width="925"]8kl73juc ବୃଦ୍ଧଙ୍କ ଘର[/caption]

ଅନ୍ୟପକ୍ଷରେ ଜଣେ ପଡ଼ୋଶୀ କହିଛନ୍ତି ଯେଉଁ ଯୁବ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ତାଙ୍କୁ ବଲୱନ୍ତ ସିଂହ ପାଳିତ ପୁଅ ଭାବେ ଗ୍ରହଣ କରିଥିଲେ। ତାଙ୍କର ନିଜର କେହି ପିଲାପିଲି ନାହାନ୍ତି। ତାଙ୍କ ଘରକୁ ମଧ୍ୟ କେହି ବୁଲାବୁଲି କରିବାକୁ ଆସନ୍ତି ନାହିଁ। ବଲୱନ୍ତ ସିଂହ ପ୍ରାୟ ମାସେ ହେଲା ଘର ଭିତରେ ରହିଛନ୍ତି। ସେ କାହା ସହ ବେଶୀ କଥା ହୁଅନ୍ତି ନାହିଁ। ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ଆମେ ପୁଲିସକୁ ଖବର ଦେଇଥିଲୁ। ଏହା ଛଡ଼ା ଘର ଭିତରେ କ’ଣ ହୋଇଛି, ସେକଥା ଆମେ ଜାଣିନୁ ବୋଲି ପଡ଼ୋଶୀ ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story