ବିଜେପିରୁ ଲଢ଼ି ହାରିଥିଲେ, ଏବେ ରାଜନୀତିକୁ ଅଲବିଦା କହିଲେ ମେଟ୍ରୋମ୍ୟାନ

ଥିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ବେଳେ ବିଜେପିରେ ମିଶିଥିବା ମେଟ୍ରୋମ୍ୟାନ ଇ ଶ୍ରୀଧରନ ଆଜି ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପିରେ ମିଶି ସେ କେରଳ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ଏବେ ସେ ସବୁଦିନ ପାଇଁ ବିଜେପି ସମେତ ପୂରା ରାଜନୀତିକ ଗତିବିଧିରୁ ଅବସର ଘୋଷଣା କରିଛନ୍ତି। ସେ ନିଜ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କହିଛନ୍ତି, “ମୁଁ କେବେ ହେଲେ ରାଜନେତା ନଥିଲି। ମୁଁ ଏବେ ସକ୍ରିୟ […]

Metroman

Metroman

Hemant Lenka
  • Published: Thursday, 16 December 2021
  • Updated: 16 December 2021, 02:57 PM IST

Sports

Latest News

ଥିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ବେଳେ ବିଜେପିରେ ମିଶିଥିବା ମେଟ୍ରୋମ୍ୟାନ ଇ ଶ୍ରୀଧରନ ଆଜି ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପିରେ ମିଶି ସେ କେରଳ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।

ଏବେ ସେ ସବୁଦିନ ପାଇଁ ବିଜେପି ସମେତ ପୂରା ରାଜନୀତିକ ଗତିବିଧିରୁ ଅବସର ଘୋଷଣା କରିଛନ୍ତି। ସେ ନିଜ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କହିଛନ୍ତି, “ମୁଁ କେବେ ହେଲେ ରାଜନେତା ନଥିଲି। ମୁଁ ଏବେ ସକ୍ରିୟ ରାଜନୀତିରୁ ବିଦାୟ ନେଉଛି। ଯେତେବେଳେ ମୁଁ ନିର୍ବାଚନରେ ପରାସ୍ତ ହେଲି ସେତେବେଳେ ବେଶ ହତାଶ ଅନୁଭବ କରିଥିଲି। କିନ୍ତୁ ଏହା ମୋତେ ଆଉ ପ୍ରଭାବିତ କରୁନି। ସେହି ସମୟ ଚାଲିଗଲାଣି।

ଯଦି ମୁଁ ଜିତିଥାଆନ୍ତି, ତା’ହେଲେ ବିଧାୟକ ଭାବେ କାମ କରିଥାଆନ୍ତି। ଏକାକୀ ବିଧାୟକ ହୋଇ ମୁଁ ଅଧିକ କିଛି କରିପାରି ନଥାଆନ୍ତି। ଏବେ ମୋତେ ୯୦ ବର୍ଷ ହେଲାଣି। ନିଜକୁ ରାଜନୀତିରେ ରଖିବା ବିପଦଜନକ। ଏବେ ରାଜନୀତିକୁ ନେଇ ମୋର କୌଣସି ସ୍ୱପ୍ନ ନାହିଁ। ମୋ ମାଟିର ସେବା କରିବା ପାଇଁ ମୋତେ ରାଜନୀତି କରିବାର ଆବଶ୍ୟକ ନାହିଁ। ମାଟିର ସେବା ମୁଁ ୩ଟି ଟ୍ରଷ୍ଟ ଦ୍ୱାରା କରୁଛି।”

ଚଳିତ ବର୍ଷ ଇ ଶ୍ରୀଧରନ ବିଜେପିରେ ମିଶିଥିଲେ। ମେଟ୍ରୋମ୍ୟାନ ଭାବେ ସେ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବାରୁ ବିଜେପି ତାଙ୍କ ଦ୍ୱାରା କେରଳରେ ଜିତିବ ବୋଲି ଆଶା କରିଥିଲା। ତାଙ୍କୁ ପାଲାକ୍କଡ ଆସନରୁ ଟିକେଟ ମଧ୍ୟ ଦେଇଥିଲା। ହେଲେ ଇ ଶ୍ରୀଧରନ ୩,୮୫୯ ଖଣ୍ଡ ଭୋଟରେ ହାରିଥିଲେ। ବିଜେପି ମଧ୍ୟ କେରଳରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା।

ଦିଲ୍ଲୀ ମେଟ୍ରୋର ନକ୍ସା ପ୍ରସ୍ତୁତ କରିଥିବା ଶ୍ରୀଧରନ ଫେବୃଆରୀ ୨୫ରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ। ୮୮ ବର୍ଷୀୟ ଶ୍ରୀଧରନ କେରଳରେ ବିଜେପି ଗଠନ କରିଥିବା ୧୬ ଜଣିଆ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକେଟ୍‌ ଦେବନାହିଁ ବୋଲି କହିଥିଲା। ଏଥିପାଇଁ ଦୁଇ ବରିଷ୍ଠ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ନିର୍ବାଚନ ଲଢ଼ି ନଥିଲେ। ହେଲେ କେରଳ ବିଧାନସଭା ନିର୍ବାଚନରେ ଦଳ ନିଜର ନିଷ୍ପତ୍ତି ବଦଳା ଶ୍ରୀଧରନଙ୍କୁ ମୈଦାନକୁ ଓହ୍ଲାଇଥିଲା। ଶ୍ରୀଧରନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ କରାଯାଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story