ବର୍ଷା ପାଇଁ ନାବାଳିକାଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ଭିକ ମଗାଇଲେ

ଭୋପାଲ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ କ’ଣ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି? ଏହାର ଉତ୍ତର ହେଉଛି ହଁ। ଆଜି ବି ଅନେକ ସ୍ଥାନରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ପ୍ରକାରର ଅସାଧାରଣ କାମ କରୁଛନ୍ତି। ଏପରି ଏକ ଅନ୍ଧବିଶ୍ୱାସର ଦାରୁଣ ଚିତ୍ର ମଧ୍ୟପ୍ରଦେଶର ଗୋଟିଏ ଗାଁରୁ ଆସିଛି। ଏଠାରେ ଗାଁ ଲୋକମାନେ ଭଲ ବର୍ଷା ପାଇଁ ଜଣେ ନାବାଳିକାଙ୍କୁ ଉଲଗ୍ନ କରାଇ ଗାଁ ଦାଣ୍ଡରେ […]

Rain

Rain

Hemant Lenka
  • Published: Monday, 06 September 2021
  • Updated: 06 September 2021, 08:33 PM IST

Sports

Latest News

ଭୋପାଲ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ କ’ଣ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି? ଏହାର ଉତ୍ତର ହେଉଛି ହଁ। ଆଜି ବି ଅନେକ ସ୍ଥାନରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ପ୍ରକାରର ଅସାଧାରଣ କାମ କରୁଛନ୍ତି।

ଏପରି ଏକ ଅନ୍ଧବିଶ୍ୱାସର ଦାରୁଣ ଚିତ୍ର ମଧ୍ୟପ୍ରଦେଶର ଗୋଟିଏ ଗାଁରୁ ଆସିଛି। ଏଠାରେ ଗାଁ ଲୋକମାନେ ଭଲ ବର୍ଷା ପାଇଁ ଜଣେ ନାବାଳିକାଙ୍କୁ ଉଲଗ୍ନ କରାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି। ସେହି ଉଲଗ୍ନ ଅବସ୍ଥାରେ ତାଙ୍କ ସହ ବିଭିନ୍ନ ନୀତିକାନ୍ତି କରାଯିବା ସହ ଘର ଘର ବୁଲି ଭିକ ମଧ୍ୟ ମାଗିବାକୁ ବାଧ୍ୟ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦାମୋହ ଜିଲ୍ଲାର ଜାବେରା ବ୍ଲକ ଅନ୍ତର୍ଗତ ବାନିଆ ଗାଁରେ ଏପରି ଘଟଣା ଘଟିଛି। ନାବାଳିକା ଜଣଙ୍କ ଉଲଗ୍ନ ଅବସ୍ଥାରେ ଘର ଘର ବୁଲି ଭିକ ମାଗୁଥିବା ବେଳେ ଅନ୍ୟମାନଙ୍କ ଭଳି ତାଙ୍କ ବାପାମା’ ଓ ପରିବାର ଲୋକ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ସେମାନେ ନାବାଳିକାର ପଛେପଛେ ଭଜନ ଗାନ କରି ଗାଁ ଦାଣ୍ଡ ପରିକ୍ରମା କରିଥିଲେ।

ନାବାଳିକା ଜଣଙ୍କ ଉଲଗ୍ନ ହେବା ସହ ନିଜ କାନ୍ଧରେ ଓଜନଦାର ହେମଧସ୍ତା ରଖିଥିଲେ। ଏହାପରେ ସେ ଗାଁ ଦାଣ୍ଡକୁ ବାହାରିଥିଲେ। ଗାଁରେ ଥିବା ପ୍ରତିଟି ଘରକୁ ଯାଇ ନାବାଳିକା ଜଣଙ୍କ ଅଟା, ଡାଲି ଓ ବିଭିନ୍ନ ପ୍ରକାରର ଶସ୍ୟ ମାଗିଥିଲେ। ଏହି ସମୟରେ ମିଳୁଥିବା ବିଭିନ୍ନ ଜିନିଷକୁ ଶେଷରେ ଗାଁର କମ୍ୟୁନିଟି କିଚେନକୁ ଦିଆଯାଏ।

ଏହି କମ୍ୟୁନିଟି କିଚେନଟି ଗାଁର ମନ୍ଦିର ସମ୍ମୁଖରେ ତିଆରି କରାଯାଇଛି। ସମସ୍ତେ ଉକ୍ତ କିଚେନ ଠାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ।
ଏପରି କରିବା ଦ୍ୱାରା ଗାଁରେ ଭଲ ବର୍ଷ ହୋଇଥାଏ ଓ ମରୁଡ଼ିରୁ ଲୋକମାନେ ରକ୍ଷା ପାଇଥାଆନ୍ତି ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି।

ପ୍ରତିବର୍ଷ ଗାଁର ଲୋକମାନେ ଏପରି କରନ୍ତି। ଉଲଗ୍ନ ହୋଇ ଭିକ ମାଗିବାକୁ ଥିବା ନାବାଳିକାଙ୍କ ଠାରୁ ପ୍ରଥମେ ଏଥିପାଇଁ ଅନୁମତି ନିଆଯାଇଥାଏ। ଏହାପରେ ପରମ୍ପରା ଅନୁଯାୟୀ ସବୁ କିଛି କରାଯାଏ। ପରିବାର ଲୋକ ହିଁ ନାବାଳିକାଙ୍କୁ ଉଲଗ୍ନ ଅବସ୍ଥାରେ ଭିକ ମାଗିବାକୁ ପ୍ରସ୍ତୁତ କରନ୍ତି।

ତଥାପି ଚଳିତ ବର୍ଷ ଘଟିଥିବାର ଘଟଣାର ତଦନ୍ତ ପୁଲିସ୍‌ କରୁଛି। ନାବାଳିକାଙ୍କ ବିନା ଅନୁମତିରେ ଏପରି କରାଯାଇଛି କି ନାହିଁ, ତା’ର ଯାଞ୍ଚ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story