ଚେତିଲେ ସରକାର: ଅକ୍ସିଜେନ ପରିବହନ ଉପରେ ରହିବନି କୌଣସି କଟକଣା, ଶିଳ୍ପସଂସ୍ଥାକୁ ଯୋଗାଣ ବନ୍ଦ

ନୂଆଦିଲ୍ଲୀ: ବିଭିନ୍ନ ହସ୍ପିଟାଲରେ ଅମ୍ଳଜାନ ସଙ୍କଟ ଦେଖାଦେବା ପରେ ରାଜ୍ୟଗୁଡ଼ିକ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଆସୁଥିବା ଅମ୍ଳଜାନ ଟ୍ୟାଙ୍କର ଅଧା ବାଟରେ ଅଟକି ରହୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟଗୁଡ଼ିକ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଥିଲେ। ଏହି ବିବାଦକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅକ୍ସିଜେନ ଓ ଅନ୍ୟ ଜରୁରୀ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା […]

Oxygen

Oxygen

Hemant Lenka
  • Published: Thursday, 22 April 2021
  • Updated: 22 April 2021, 04:29 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ହସ୍ପିଟାଲରେ ଅମ୍ଳଜାନ ସଙ୍କଟ ଦେଖାଦେବା ପରେ ରାଜ୍ୟଗୁଡ଼ିକ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଆସୁଥିବା ଅମ୍ଳଜାନ ଟ୍ୟାଙ୍କର ଅଧା ବାଟରେ ଅଟକି ରହୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟଗୁଡ଼ିକ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଥିଲେ।

ଏହି ବିବାଦକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅକ୍ସିଜେନ ଓ ଅନ୍ୟ ଜରୁରୀ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ସେହିପରି ଜରୁରୀ ସାମଗ୍ରୀର ସପ୍ଲାଏ କୌଣସି ଗୋଟିଏ ରାଜ୍ୟରେ ସୀମିତ ରହିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏଥିସହ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଯାଉଥିବାରୁ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଯୋଗାଣ ବନ୍ଦ ରହିବ ବୋଲି ସରକାର କହିଛନ୍ତି।

ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ୍‌ ଟ୍ରକ୍‌କୁ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ଅଟକାଇ ଦେଉଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଦିଲ୍ଲୀରେ ଅକ୍ସିଜେନ୍‌ର ଅଭାବ ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବିନା କୌଣସି କଟକଣାରେ ଅକ୍ସିଜେନ ଗାଡ଼ି ଯିବା ଆସିବା କରିପାରିବ। ଅନ୍ତଃରାଜ୍ୟ ଅକ୍ସିଜେନ ଗାଡ଼ି କେମିତି ଅନାୟଶରେ ଚଳାଚଳ କରିପାରିବ, ତା’ର ବ୍ୟବସ୍ଥା ସ୍ଥାନୀୟ ପ୍ରଶାସନ କରିବେ। ଅକ୍ସିଜେନର ଉତ୍ପାଦନ ଓ ସପ୍ଲାଏ କରୁଥିବା କମ୍ପାନୀଗୁଡ଼ିକ ଉପରେ କୌଣସି କଟକଣା ଲାଗିବ ନାହିଁ। ସେମାନେ ଯେଉଁ ରାଜ୍ୟରେ ଏହାକୁ ଉତ୍ପାଦନ କରୁଛନ୍ତି, କେବଳ ସେହି ରାଜ୍ୟ ପାଇଁ ଏହାକୁ ଉପଲବ୍ଧ କରାଇବେ ବୋଲି କୌଣସି ସରକାର କଟକଣା ଲଗାଇ ପାରିବେ ନାହିଁ।

ସେହିପରି କିଛି ନିର୍ଦ୍ଦିଷ୍ଟ ଶିଳ୍ପସଂସ୍ଥାକୁ ଛାଡ଼ି ବାକି ସବୁ ସଂସ୍ଥାଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅମ୍ଳଜାନ ଯୋଗାଣ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଜରୁରୀ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା ଗୁଡ଼ିକୁ ପୂର୍ବଭଳି ଅମ୍ଳଜାନ ମିଳିବ ବୋଲି ସରକାର କହିଛନ୍ତି।

ଦିଲ୍ଲୀ, ହରିଆଣା ଓ ଉତ୍ତରପ୍ରଦେଶ ପରସ୍ପର ବିରୋଧରେ ଅକ୍ସିଜେନ ଗାଡ଼ି ଉପରେ ରୋକ ଲଗାଉଥିବା ଅଭିଯୋଗ ଆଣିଥିଲେ। ନିଜ ନିଜ ଅଧୀନରେ ଥିବା ଅମ୍ଳଜାନ ଉତ୍ପାଦନକାରୀ ସଂସ୍ଥା ଓ ସପ୍ଲାଏ ଉପରେ ସେମାନଙ୍କ ଅଧିକାର ପ୍ରଥମେ ରହିଛି ବୋଲି କିଛି ରାଜ୍ୟ କହିଥିଲେ। ହେଲେ ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସପ୍ଲାଏ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସ୍ପଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story