ଓଡ଼ିଶାର ଯୁବକଙ୍କୁ ଚୋର ଭାବି ବେଙ୍ଗାଲୁରୁରେ ବାଡ଼େଇ ମାରିଦେଲେ

ବେଙ୍ଗାଲୁର: ଓଡ଼ିଶାର ଜଣେ ୨୭ ବର୍ଷୀୟ ଯୁବକଙ୍କୁ ବେଙ୍ଗାଲୁରୁରେ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ବାଡ଼େଇ ହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଅବିନାଶ ପାଠୀ। ବେଙ୍ଗାଲୁରୁର ଗୋଟିଏ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କାମ କରୁଥିବା ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଓଡ଼ିଆ ଯୁବକ ଅବିନାଶଙ୍କୁ ଚୋର ଭାବି ତାଙ୍କ ସହ ଏମିତି କାଣ୍ଡ ଘଟାଇଛନ୍ତି। ଅବିନାଶ ଘଟଣା ଦିନ ମଦ ପିଇଥିଲେ। ବାସ୍ତବରେ ସେ ଜଣେ ବ୍ୟାଙ୍କ କର୍ମଚାରୀ। ସେ ଛତିଶଗଡ଼ରେ କାମ କରନ୍ତି। ଟ୍ରେନିଂ […]

death

death

Hemant Lenka
  • Published: Monday, 11 July 2022
  • Updated: 11 July 2022, 08:39 PM IST

Sports

Latest News

ବେଙ୍ଗାଲୁର: ଓଡ଼ିଶାର ଜଣେ ୨୭ ବର୍ଷୀୟ ଯୁବକଙ୍କୁ ବେଙ୍ଗାଲୁରୁରେ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ବାଡ଼େଇ ହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଅବିନାଶ ପାଠୀ। ବେଙ୍ଗାଲୁରୁର ଗୋଟିଏ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କାମ କରୁଥିବା ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଓଡ଼ିଆ ଯୁବକ ଅବିନାଶଙ୍କୁ ଚୋର ଭାବି ତାଙ୍କ ସହ ଏମିତି କାଣ୍ଡ ଘଟାଇଛନ୍ତି।

ଅବିନାଶ ଘଟଣା ଦିନ ମଦ ପିଇଥିଲେ। ବାସ୍ତବରେ ସେ ଜଣେ ବ୍ୟାଙ୍କ କର୍ମଚାରୀ। ସେ ଛତିଶଗଡ଼ରେ କାମ କରନ୍ତି। ଟ୍ରେନିଂ ପାଇଁ ସେ ବେଙ୍ଗାଲୁରୁ ଯାଇଥିଲେ। କିନ୍ତୁ ଜୁଲାଇ ୫ରେ ସେ ହତ୍ୟାର ଶିକାର ହୋଇଛନ୍ତି। ଏଚଏଏଲ ପୁଲିସ୍‌ର ସୂଚନା ଅନୁଯାୟୀ, ଜୁଲାଇ ୫ ତାରିଖ ଭୋର ସମୟରେ ଏହି ଘଟଣା ଘଟିଥିଲା।

ଛତିଶଗଡ଼ର ଗୋଟିଏ ବ୍ୟାଙ୍କରେ କାମ କରୁଥିବା ଅବିନାଶ ଟ୍ରେନିଂ ପାଇଁ ବେଙ୍ଗାଲୁରୁ ଆସିଥିଲେ। ଜୁଲାଇ ୪ ତାରିଖ ରାତିରେ ସେ କିଛି ସାଙ୍ଗଙ୍କ ସହ ପାର୍ଟି କରିଥିଲେ। ବେଙ୍ଗାଲୁରୁର ମରାଠାହାଲ୍ଲୀରେ ପାର୍ଟି କରିବା ପରେ ସେ ନିଜ ସାଙ୍ଗଙ୍କ ଠିକଣାରେ ରାତି କାଟିବା ପାଇଁ ବାହାରି ଥିଲେ। ସେ ତାଙ୍କ ସାଙ୍ଗଙ୍କ ଠିକଣା ମୋବାଇଲରେ ଲେଖି ରଖିଥିଲେ।

ସେ ରାସ୍ତାରେ ଲୋକଙ୍କୁ ପଚାରି ପଚାରି ସାଙ୍ଗଙ୍କ ଠିକଣା ଅଭିମୁଖେ ଯାଉଥିଲେ। ତେବେ ଚାର୍ଜ ନଥିବାରୁ ଅଧା ରାସ୍ତାରେ ତାଙ୍କ ଫୋନ ସୁଇଚ ଅଫ ହୋଇ ଯାଇଥିଲା। ରାତି ପ୍ରାୟ ୨ଟା ବେଳେ ଅବିନାଶ ତାଙ୍କ ସାଙ୍ଗଙ୍କ ଠିକଣା ପରିବର୍ତ୍ତେ ମାରାଠାହାଲ୍ଲୀରେ ଥିବା ବାମଶି ଆପାର୍ଟମେଣ୍ଟର ଗେଟ ଡେଇଁ ଭୁଲରେ ପଶି ଯାଇଥିଲେ।

ଏହି ସମୟରେ ସେଠାରେ ଡ୍ୟୁଟି କରୁଥିବା ଶ୍ୟାମନାଥ ରୟ ଓ ଅଜିତ ମୁରା ତାଙ୍କୁ କାବୁ କରି ପଚରାଉଚରା କରିଥିଲେ। ହେଲେ ଅବିନାଶ ଅଧିକ ମଦ ପିଇଥିବାରୁ କୌଣସି ଉତ୍ତର ଠିକ ଭାବେ ଦେଇ ପାରି ନଥିଲେ। ଫଳରେ ଦୁଇ ସିକ୍ୟୁରିଟି ଗାର୍ଡ ତାଙ୍କୁ ଚୋର ଭାବି ନେଇଥିଲେ। ଏଥିସହ ମାଡ଼ ମାରିଥିଲେ। ଏହି ସମୟରେ ଉଭୟ ଅବିନାଶଙ୍କ ମୁଣ୍ଡଙ୍କୁ ଗୋଟିଏ ଲୁହା ରଡରେ ପିଟି ଦେବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଏଚଏଏଲ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଶ୍ୟାମନାଥ ଓ ଅଜିତଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story