ପେଗାସସ୍‌ ରିପୋର୍ଟ ସମ୍ପର୍କରେ ଖୋଳତାଡ଼ କରିବ ଆଇଟି ଷ୍ଟାଣ୍ଡିଂ କମିଟି

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାରକୁ ନେଇ ହଟଚମଟ ଜାରି ରହିଥିବା ବେଳେ ବିଭିନ୍ନ ଦଳର ସାଂସଦଙ୍କୁ ନେଇ ଗଠିତ ଆଇଟି ଷ୍ଟାଣ୍ଡିଂ କମିଟି ଏ ବିଷୟରେ ଖୋଳତାଡ଼ କରିବ। ଜୁଲାଇ ୨୮ରେ କମିଟିର ବୈଠକ ବସି ପୂରା ଘଟଣା ସଂପର୍କରେ ଖୋଳତାଡ଼ କରାଯିବ। ଏହି କମିଟିର ମୁଖ୍ୟ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ସବୁ ଘଟଣାକୁ ବୁଝିବା ସହ ପ୍ୟାନେଲ ପକ୍ଷରୁ ସ୍ୱରାଷ୍ଟ୍ର, ଆଇଟି ଓ ଯୋଗାଯୋଗ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବ। ନାଗରିକଙ୍କ ତଥ୍ୟର […]

Pegasus

Pegasus

Hemant Lenka
  • Published: Wednesday, 21 July 2021
  • Updated: 21 July 2021, 03:42 PM IST

Sports

Latest News

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେୟାରକୁ ନେଇ ହଟଚମଟ ଜାରି ରହିଥିବା ବେଳେ ବିଭିନ୍ନ ଦଳର ସାଂସଦଙ୍କୁ ନେଇ ଗଠିତ ଆଇଟି ଷ୍ଟାଣ୍ଡିଂ କମିଟି ଏ ବିଷୟରେ ଖୋଳତାଡ଼ କରିବ। ଜୁଲାଇ ୨୮ରେ କମିଟିର ବୈଠକ ବସି ପୂରା ଘଟଣା ସଂପର୍କରେ ଖୋଳତାଡ଼ କରାଯିବ। ଏହି କମିଟିର ମୁଖ୍ୟ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ସବୁ ଘଟଣାକୁ ବୁଝିବା ସହ ପ୍ୟାନେଲ ପକ୍ଷରୁ ସ୍ୱରାଷ୍ଟ୍ର, ଆଇଟି ଓ ଯୋଗାଯୋଗ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବ।

ନାଗରିକଙ୍କ ତଥ୍ୟର ସୁରକ୍ଷା ଓ ଗୋପନୀୟତା ସମ୍ପର୍କରେ ଆଇଟି ଷ୍ଟାଣ୍ଡିଂ କମିଟି ଆଲୋଚନା କରିବ। ଆଇଟି, ସ୍ୱରାଷ୍ଟ୍ର ଓ ଯୋଗାଯୋଗ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଡକାଯିବ ବୋଲି କମିଟି ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ୨୦୧୯ରେ ଏହି କମିଟି ହ୍ୱାଟସଆପ୍‌ରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ଯାଞ୍ଚ କରିଥିଲା।

ସୂଚନାଯୋଗ୍ୟ, ଆମେରିକାର ୱାଶିଂଟନ୍‌ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍‌, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର ସହ ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ମିଳିତ ଭାବେ ପେଗାସସ୍‌ ସ୍ପାଇୱେୟାର ଉପରେ ଯାଞ୍ଚ କରିଥିଲେ। ଏହି ସମୟରେ ସମଗ୍ର ବିଶ୍ୱର ପ୍ରାୟ ୫୦ ହଜାର ଫୋନ ନମ୍ବର ଏହି ସ୍ପାଇୱେୟାର ଟାର୍ଗେଟରେ ରହିଥିବା ଖବର ମିଳିଛି।

ଭାରତରେ ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପେଗାସସ୍ ଟାର୍ଗେଟରେ ଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ସ୍ପାଇୱେୟାରକୁ ତିଆରି କରିଥିବା କମ୍ପାନୀ କେବଳ ସରକାରୀ ଏଜେନ୍ସିକୁ ଏହା ବିକ୍ରି କରିଥାଏ। ତେଣୁ ଭାରତ ସରକାର ବିରୋଧୀ, ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି ଓ ମନ୍ତ୍ରୀମାନଙ୍କ ଉପରେ ଗୁଇନ୍ଦାଗିରି କରିବାକୁ ଏହାର ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ହେଲେ ସରକାର ଏହାକୁ ଖଣ୍ଡନ କରିବା ସହ ଦେଶକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story