ଟିକା ନେଇଥିଲେ ମିଳୁଛି ଦେଶଭକ୍ତର ବ୍ୟାଜ୍‌, ନ ନେଲେ ଛାତିରେ ଲାଗୁଛି ଏମିତି ପୋଷ୍ଟର

ଭୋପାଲ: ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଅଭିନବ ଉପାୟରେ ସମ୍ମାନୀତ କରିବା ଆରମ୍ଭ କରିଛି ପୁଲିସ୍‌। ଯେଉଁମାନେ କୋଭିଡ ଟିକା ନେଇଛନ୍ତି ସେମାନଙ୍କ ଛାତିରେ ପୁଲିସ୍‌ ଦେଶଭକ୍ତର ବ୍ୟାଜ୍‌ ଲଗାଉଛି। ସେହିପରି ଏଯାଏ ଟିକା ନେଇନାହାନ୍ତି, ସେମାନଙ୍କ ଛାତିରେ ଲଜ୍ଜାବୋଧ କରିବା ଭଳି ପୋଷ୍ଟର ଲଗାଯାଉଛି। ଏଥିସହ ସେମାନଙ୍କୁ ଯଥାଶୀଘ୍ର ଟିବା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମଧ୍ୟପ୍ରଦେଶର ନିଲୱାରି ଠାରେ ପୁଲିସ୍‌ ଏପରି କାମ କରୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରଲ […]

Vaccine

Vaccine

Hemant Lenka
  • Published: Wednesday, 09 June 2021
  • Updated: 09 June 2021, 06:18 PM IST

Sports

Latest News

ଭୋପାଲ: ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଅଭିନବ ଉପାୟରେ ସମ୍ମାନୀତ କରିବା ଆରମ୍ଭ କରିଛି ପୁଲିସ୍‌। ଯେଉଁମାନେ କୋଭିଡ ଟିକା ନେଇଛନ୍ତି ସେମାନଙ୍କ ଛାତିରେ ପୁଲିସ୍‌ ଦେଶଭକ୍ତର ବ୍ୟାଜ୍‌ ଲଗାଉଛି। ସେହିପରି ଏଯାଏ ଟିକା ନେଇନାହାନ୍ତି, ସେମାନଙ୍କ ଛାତିରେ ଲଜ୍ଜାବୋଧ କରିବା ଭଳି ପୋଷ୍ଟର ଲଗାଯାଉଛି। ଏଥିସହ ସେମାନଙ୍କୁ ଯଥାଶୀଘ୍ର ଟିବା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମଧ୍ୟପ୍ରଦେଶର ନିଲୱାରି ଠାରେ ପୁଲିସ୍‌ ଏପରି କାମ କରୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ନିଲୱାରି ପୁଲିସ୍‌ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଉଛି। ଏହାପରେ ସେମାନଙ୍କୁ ଟିକା ନେଇଛନ୍ତି କି ନାହିଁ ପଚାରୁଛି। ଯେଉଁମାନେ ଟିକା ନେଇଛନ୍ତି, ସେମାନଙ୍କ ଛାତିରେ ପୁଲିସ୍‌ ଅଧିକାରୀମାନେ ଦେଶଭକ୍ତର ବ୍ୟାଜ୍‌ ଲଗାଉଛନ୍ତି। ଏହି ବ୍ୟାଜ୍‌ରେ ଲେଖା ହୋଇଛି ଯେ “ମୁଁ ଦେଶଭକ୍ତ, କାରଣ ମୁଁ ଟିକା ନେଇଛି।”

ପୁଲିସ୍‌ ଟିକା ନେଇଥିବା ଲୋକଙ୍କୁ ସମ୍ମାନୀତ କରିବା ସହ ଅନ୍ୟମାନଙ୍କୁ ଟିକା ନେବାକୁ ପରାମର୍ଶ ଦେଉଛି ବୋଲି ଜଣେ ଅଧିକାରୀ କହୁଥିବା ଶୁଣିବାକୁ ମିଳୁଛି। ଅଧିକାରୀ ଜଣଙ୍କ ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି ଯେ “ଆପଣ ଲୋକମାନଙ୍କୁ କୁହନ୍ତୁ ଯେ ମୁଁ ଟିକା ନେଇଥିବାରୁ ମୁଁ ସମ୍ମାନୀତ ହୋଇଛି।”

ଅନ୍ୟପକ୍ଷରେ ଯେଉଁ ଲୋକମାନେ ଏଯାଏ ଟିକା ନେଇନାହାନ୍ତି, ସେମାନଙ୍କୁ ଲଜ୍ଜାବୋଧ କରିବା ଭଳି ପୋଷ୍ଟର ପିନ୍ଧିବାକୁ ବାଧ୍ୟ କରାଯାଉଛି। ଟିକା ନେଇ ନଥିବା ଲୋକଙ୍କ ବେକରେ ଝୁଲାଇ ଦିଆଯାଉଥିବା ପୋଷ୍ଟରରେ ଲେଖାଯାଇଛି ଯେ “ଦୟା କରି ମୋ ଠାରୁ ଦୂରରେ ରୁହନ୍ତୁ। ମୁଁ ଏଯାଏ ଟିକାର କୌଣସି ଡୋଜ୍‌ ନେଇନାହିଁ।”

ପୁଲିସ୍‌ର ଏପରି ପଦକ୍ଷେକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକ ଟିକାର ଅଭାବ କଥା ଉଠାଇଛନ୍ତି। ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁ ନଥିବାରୁ ଅନେକ ଲୋକ ଇଚ୍ଛା ପ୍ରକାଶ କରି ମଧ୍ୟ ଡୋଜ୍‌ ନେଇ ପାରୁନାହାନ୍ତି।

ସେହିପରି କିଛି ଲୋକ ନିଜର ପାଳି ଆସିବା ସମୟକୁ ଅପେକ୍ଷା କରିଛନ୍ତି। ଏଭଳି ଲୋକଙ୍କ ଛାତିରେ ଜୋରଜବରଦସ୍ତ ଲଜ୍ଜାବୋଧ କରିବା ଭଳି ପୋଷ୍ଟର ଲଗାଇବା ଠିକ୍‌ ନୁହେଁ ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story