ବିଏସଏଫର ସୀମା ବୃଦ୍ଧିକୁ ବିରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ , ସ୍ୱର ମିଳାଇଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବରେ ସୀମା ସୁରକ୍ଷା ବଳ(ବିଏସଏଫ)ର ପରିସୀମା ବୃଦ୍ଧି କରାଯାଇଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ତାଙ୍କ ସହ ପଞ୍ଜାବ କଂଗ୍ରେସ ମୁଖ୍ୟ ନବୋଜିତ ସିଂ ସିଦ୍ଧୁ ମଧ୍ୟ ସ୍ୱର ମିଳାଇଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି  ଚରଣଜିତ ସିଂ କହିଛନ୍ତି ଯେ, ଏହା ହେଉଛି ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ। ସେହିପରି ସିଦ୍ଧୁ ମଧ୍ୟ ସମାନ ଅଭିଯୋଗ ଆଣି ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରାଯାଉଛି ବୋଲି ସେ […]

Punjab

Punjab

Tapas Behera
  • Published: Monday, 25 October 2021
  • Updated: 25 October 2021, 06:18 PM IST

ନୂଆଦିଲ୍ଲୀ: ପଞ୍ଜାବରେ ସୀମା ସୁରକ୍ଷା ବଳ(ବିଏସଏଫ)ର ପରିସୀମା ବୃଦ୍ଧି କରାଯାଇଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ତାଙ୍କ ସହ ପଞ୍ଜାବ କଂଗ୍ରେସ ମୁଖ୍ୟ ନବୋଜିତ ସିଂ ସିଦ୍ଧୁ ମଧ୍ୟ ସ୍ୱର ମିଳାଇଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି  ଚରଣଜିତ ସିଂ କହିଛନ୍ତି ଯେ, ଏହା ହେଉଛି ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ। ସେହିପରି ସିଦ୍ଧୁ ମଧ୍ୟ ସମାନ ଅଭିଯୋଗ ଆଣି ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଉଭୟେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସିଦ୍ଧୁ କହିଥିଲେ ଯେ, ଦେଶ ଭିତରେ ଆଉ ଗୋଟିଏ ଦେଶ ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଏ ବାବଦରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଆବେଦନ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ କୌଣସି ଉତ୍ତର ଦେଉ ନଥିବା ସେ ଅଭିଯୋଗ କରିଛନ୍ତି। ଏହି ଅବସରରେ ଏକ ବିଏସଏଫର ଅଧିକାର ବୃଦ୍ଧିକୁ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ସର୍ବଦଳୀୟ ପ୍ରସ୍ତାବ ପାରିତ ହୋଇଥିଲା। ଯଦି କେନ୍ଦ୍ର କୌଣସି ଧ୍ୟାନ ନଦିଏ ତେବେ ୧୦ରୁ ୧୫ ଦିନ  ମଧ୍ୟରେ ଏହି ପ୍ରସଙ୍ଗରେ ବିଧାନ ସଭାରେ  ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ଡକାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିକଟରେ କେନ୍ଦ୍ର ପକ୍ଷରୁ ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧି କରାଯାଇ ଥିଲା ।  ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି । ଏହି କ୍ଷମତା ବୃଦ୍ଧି ଯୋଗୁଁ ଏଣିକି ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଗିରଫ, ତଲାସୀ ଓ ଜବତ କରିପାରିବ । ଏହା ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ୩ଟି ରାଜ୍ୟରେ ଲାଗୁ ହେବ। ପାକିସ୍ତାନକୁ ଲାଗିଥିବା ପଞ୍ଜାବ ଓ ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗରେ ଏବଂ ଆସାମରେ ବିଏସ୍ଏଫର ଏହି କ୍ଷମତା ପ୍ରଦାନ କରାଯାଇଛି । ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ପକାଯିବା ଘଟଣା ବିଏସ୍ଏଫର କ୍ଷମତା ବୃଦ୍ଧି କରିବାକୁ ବାଧ୍ୟ କରିଥିଲା ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇ ଥିଲା ।  ୧୦ଟି ରାଜ୍ୟରେ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ପ୍ରତିହତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି।

ବିଏସ୍ଏଫ୍ ସୀମା ଜଗୁଥିଲେ ବି ଅନେକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ଅନୁପ୍ରବେଶ ଭଳି ଘଟଣା ରୋକିବାକୁ ସମର୍ଥ ହୋଇପାରୁନି । ଏଣୁ କ୍ଷମତା ପରିସର ବୃଦ୍ଧି ପାଇଲେ, ଆଖପାଖ ଅଞ୍ଚଳରେ ବିଏସ୍ଏଫ୍ କାଯର୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିବ ବୋଲି କୁହାଯାଇତିଲା  ।

ଯଦି କୌଣସି ଘଟଣାକୁ ନେଇ ଗୁଇନ୍ଦା ସୂଚନା ମିଳେ, ତା ହେଲେ ଆଉ ସ୍ଥାନୀୟ ପୋଲିସକୁ ଅପେକ୍ଷା କରିବ ନାହିଁ ବିଏସ୍ଏଫ୍ । ସୀମା ଭିତରେ ୫୦ କିଲୋମିଟର ଯାଏ ନିଜେ ନିଜେ ତତକ୍ଷଣାତ ପଦକ୍ଷେପ ନେଇପାରିବ । ନୂଆ କ୍ଷମତା ବଳରେ ପଶ୍ଚିମବଙ୍ଗ, ପଞ୍ଜାବ ଓ ଆସାମରେ ବିଏସ୍ଏଫ୍ ସିଆରପିସି, ପାସପୋର୍ଟ ଆଇନ ଓ ଭାରତକୁ ପ୍ରବେଶ ନେଇ ପାସପୋର୍ଟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ । ପୋଲିସ ଭଳି ତଲାସୀ ଓ ଗିରଫ ମଧ୍ୟ କରିପାରିବ ବିଏସ୍ଏଫ୍ । ପୂର୍ବରୁ ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମାର ଭାରତ ପଟେ ୧୫ କିଲୋମିଟର ଯାଏ ବିଏସ୍ଏଫକୁ କ୍ଷମତା ଦିଆଯାଇଥିଲା । ଏବେ ଏହାକୁ ବୃଦ୍ଧି କରି ୫୦ କିଲୋମିଟର କରାଯାଇଛି ।

ତେବେ ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଏସ୍ଏଫ୍ ପାଇଁ କୌଣସି ସୀମା ରଖାଯାଇନାହିଁ । ସାରା ରାଜ୍ୟରେ ବିଏସ୍ଏଫ୍ ନିଜର କ୍ଷମତା ପ୍ରୟୋଗ କରିପାରିବ । ମାଜିଷ୍ଟ୍ରେଟଙ୍କ ଅନୁମତି ବିନା ବିଏସ୍ଏଫ ଯେ କୌଣସି ଅଫିସର କ୍ଷମତା ପ୍ରୟୋଗ କରି ଗିରଫ, ତଲାସୀ ଓ ଜବତ କରିପାରିବ ବୋଲି ନୂଆ  ବିଜ୍ଞପ୍ତିରେ କୁହାଯାଇଛି। ବିଏସଏଫର ଏହି ସୀମା ବୃଦ୍ଧିକୁ ନେଇ ପଞ୍ଜାବ ସରକାର ଆପତ୍ତି ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story