ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଖଲାସ କରାଯିବା ଘଟଣା: ସୁପ୍ରିମକୋର୍ଟରେ ପିଆଇଏଲ

ନୂଆଦିଲ୍ଲୀ: ବିଲକିସ୍‌ ବାନୋଙ୍କ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରାଯିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ମହିଳା ଅଧିକାରୀ ପାଇଁ ଲଢ଼େଇ କରୁଥିବା କିଛି ସାମାଜିକ କର୍ମୀ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଗୋଟିଏ ପିଆଇଏଲ ଦାଖଲ କରିଛନ୍ତି। ସେମାନେ ଗୁଜରାଟ ସରକାର କ୍ଷମା ନୀତି ବଳରେ ମୁକ୍ତ ହୋଇଥିବା ୧୧ ଜଣ ଦୁଷ୍କର୍ମକାରୀଙ୍କୁ ପୁଣି ଜେଲ ପଠାଇବାକୁ ନିବେଦନ କରିଛନ୍ତି। ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କୁ ଜେଲରୁ […]

Bilkisbano

Bilkisbano

Hemant Lenka
  • Published: Tuesday, 23 August 2022
  • Updated: 23 August 2022, 04:30 PM IST

Sports

Latest News

ନୂଆଦିଲ୍ଲୀ: ବିଲକିସ୍‌ ବାନୋଙ୍କ ୧୧ ଜଣ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରାଯିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ମହିଳା ଅଧିକାରୀ ପାଇଁ ଲଢ଼େଇ କରୁଥିବା କିଛି ସାମାଜିକ କର୍ମୀ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଗୋଟିଏ ପିଆଇଏଲ ଦାଖଲ କରିଛନ୍ତି। ସେମାନେ ଗୁଜରାଟ ସରକାର କ୍ଷମା ନୀତି ବଳରେ ମୁକ୍ତ ହୋଇଥିବା ୧୧ ଜଣ ଦୁଷ୍କର୍ମକାରୀଙ୍କୁ ପୁଣି ଜେଲ ପଠାଇବାକୁ ନିବେଦନ କରିଛନ୍ତି।

ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କୁ ଜେଲରୁ ଖଲାସ କରାଯିବା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି ପିଆଇଏଲରେ ଉଲ୍ଲେଖ କରାଯାଇଛି।

ସୁଭାଷିନ ଅଲୀ, ରେବତୀ ଲାଉଲ ଓ ରୂପା ରେଖା ବର୍ମା ମିଳିତ ଭାବେ ପିଆଇଏଲ ଦାଖଲ କରି ଦୋଷୀଙ୍କୁ ମିଳିଥିବା କ୍ଷମାକୁ ଖାରଜ କରିବାକୁ କହିଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଆଇନଜୀବୀ ଅପର୍ଣ୍ଣା ଭଟ ମଧ୍ୟ ଏହି ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଗରେ ଉପସ୍ଥାପନ କରିଛନ୍ତି। ୧୪ ଜଣଙ୍କୁ ହତ୍ୟା ଓ ଜଣେ ଗର୍ଭବତୀଙ୍କୁ ଦୁଷ୍କର୍ମ କରାଯାଇଥିବାରୁ ଗୁଜରାଟ ସରକାରଙ୍କ କ୍ଷମାନୀତିକୁ ଚ୍ୟାଲେଞ୍ଜ କରାଯାଇଥିବା ଶବିଲ କହିଛନ୍ତି। ସୁପ୍ରିମକୋର୍ଟ ଏହାର ବିଚାର କରିବାକୁ ରାଜି ହୋଇଛନ୍ତି।

ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ୧୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଏବେ ଜେଲରୁ ବାହାରି ମୁକ୍ତ ଜୀବନ ବିତାଉଛନ୍ତି। ସେମାନଙ୍କୁ ଏହି ବର୍ବରକାଣ୍ଡ ପାଇଁ ୧୫ ବର୍ଷ ତଳେ ଆଜୀବନ ଜେଲଦଣ୍ଡ ମିଳିଥିଲା। ହେଲେ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରଙ୍କ ସ୍ୱତନ୍ତ୍ର ପ୍ୟାନେଲର ପରାମର୍ଶକ୍ରମେ ସେମାନଙ୍କୁ କ୍ଷମା ନୀତି ଅନୁସାରେ ଜେଲରୁ ଖଲାସ କରି ଦିଆଯାଇଛି।

୨୧ ବର୍ଷୀୟ ବିଲକିସ୍‌ ବାନୋ ସେତେବେଳେ ୫ ମାସର ଗର୍ଭବତୀ ଥିଲେ। ୨୦୦୨ ମସିହା ମାର୍ଚ୍ଚ ୩ରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ବାନୋଙ୍କ ଛୋଟ ଝିଅଙ୍କ ସମେତ ପରିବାରର ଅନ୍ୟ ୧୩ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦଙ୍ଗା ଯୋଗୁ ପରିବାର ଲୋକଙ୍କ ସହ ବିଲକିସ୍‌ ଅହମଦାବାଦରେ ଥିବା ଗୋଟିଏ କ୍ଷେତରେ ଲୁଚିଥିଲେ। ହେଲେ ତାଙ୍କୁ ଦଙ୍ଗାକାରୀମାନେ ଠାବ କରି ନେଇଥିଲେ।

୨୦୦୯ରେ ମୁମ୍ବାଇରେ ଥିବା ସ୍ୱତନ୍ତ୍ର କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ। କିନ୍ତୁ ଏବେ ଗୁଜରାଟ ସରକାର ସମସ୍ତଙ୍କୁ ସ୍ୱତନ୍ତ୍ର ଗାଇଡଲାଇନ ବଳରେ ଜେଲରୁ ମୁକ୍ତି ଦେଇଛନ୍ତି। ଗତ ସୋମବାର ୧୧ ଜଣ ଯାକ ବ୍ୟକ୍ତି ଗୋଧ୍ରା ଜେଲରୁ ବାହାରିବା ପରେ ତାଙ୍କୁ ମିଠା ଓ ଫୁଲ ଦେଇ ସମର୍ଥକମାନେ ସ୍ୱାଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story