ଋଷିଗଙ୍ଗା ପ୍ରୋଜେକ୍ଟରେ ପଶିଲା ମାଟି ଓ ପାଣି, ୧୦୦ରୁ ଅଧିକ ନିଖୋଜ

ଉତ୍ତରଖାଣ୍ଡ: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ ଦେଖିବାକୁ ମିଳିଛି। ବରଫ ଅତଡା ଖସି ଧୌଳି ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଉପଜୁଛି। ଫଳରେ ନିକଟରେ ଥିବା ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାଟି ପାଣି ପସିବା ଯୋଗୁଁ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ହେବାର ଆଶଙ୍କା ରହିଛି। ଅଧିକାରୀ କହିଛନ୍ତି ଯେ ଉତ୍ତରାଖଣ୍ଡର ଧୌଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିବା ପରେ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା […]

glacier-burst- TH

glacier-burst- TH

Madhupriya Mistry
  • Published: Sunday, 07 February 2021
  • Updated: 08 February 2021, 12:18 PM IST

Sports

Latest News

ଉତ୍ତରଖାଣ୍ଡ: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ ଦେଖିବାକୁ ମିଳିଛି। ବରଫ ଅତଡା ଖସି ଧୌଳି ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଉପଜୁଛି। ଫଳରେ ନିକଟରେ ଥିବା ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାଟି ପାଣି ପସିବା ଯୋଗୁଁ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ହେବାର ଆଶଙ୍କା ରହିଛି। ଅଧିକାରୀ କହିଛନ୍ତି ଯେ ଉତ୍ତରାଖଣ୍ଡର ଧୌଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିବା ପରେ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୦୦ରୁ ୧୫୦ କର୍ମଚାରୀ ନିଖୋଜ ଅଛନ୍ତି।

ଘଟଣାସ୍ଥଳରେ ଆଟିବିପିର ୧୦୦ ଜଣ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତଳିଆ ଅଞ୍ଚଳ ଲୋକଙ୍କୁ ଖାଲି କରାଯିବା ସହ ହରିଦ୍ୱାର, ଶ୍ରୀନଗର ଏବଂ ଋଷିକେଶ, ଜୋଶୀମଠ ଯାଏଁ ହାଇ ଅଲର୍ଟ ଜାରି କରାଯାଇଛି।

ସେପଟେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବରଫ ଅତଡା ଖସିବା ଯୋଗୁଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ସମ୍ବନ୍ଧିତ ବିଭାଗ ଓ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପ୍ରବକ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗଙ୍ଗା ନଦୀ କୂଳରେ ପଡୁଥିବା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡେରାଡୁନରେ ଉଚ୍ଚ ସ୍ଥରୀୟ ବୈଠକ ଡକାଯାଇଛି। ମୁଖ୍ୟ ସଚିବ ଓମ ପ୍ରକାଶଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀବୈଠକ ପାଇଁ ପହଞ୍ଚିଛନ୍ତି। ଗାଜିଆବାଦର ଏନଡିଆରଏଫର ୮ଟି ବାଟାଲିୟନ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଡଗ୍ ସ୍କ୍ୱାର୍ଡ ଟିମ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୪୫ ଲୋକଙ୍କ ଟିମ ଉତ୍ତରାଖଣ୍ଡ ବାହାରିଛନ୍ତି। ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣାକୁ ନେଇ ହେଲପ ଲାଇନ ନମ୍ବର 9557444486 ଏବଂ 1070 ଜାରି କରିଛନ୍ତି।

ସେପଟେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି। ଏନଡିଆରଏଫର ଆଉ କିଛି ଟିମ ଦିଲ୍ଲୀରୁ ଏୟାରଲିଫ୍ଟ ଯୋଗେ ଉତ୍ତରାଖଣ୍ଡକୁ ପଠାଯାଇଛି। ପୁରା ଘଟଣା ଉପରେ ନଜର ରଖିଥିବା ନେଇ ଅମିତ ଶାହା ଟୁଇଟ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos