କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି ବହିଷ୍କୃତ ବିଜେପି ନେତା, କିନ୍ତୁ..

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବହିଷ୍କୃତ ହୋଇଥିବା ବିଜେପି ନେତା ହରକ ସିଂହ ରାୱତ ଏବେ ପୁଣିଥରେ କଂଗ୍ରେସ ଫେରିବାକୁ ଚାହୁଁଛନ୍ତି। ହେଲେ ତାଙ୍କ ଘର ବାହୁଡ଼ା ରାସ୍ତାରେ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି। ପୂର୍ବରୁ ହରକ ସିଂହ ରାୱତ କଂଗ୍ରେସକୁ ଧୋକା ଦେଇ ବିଜେପିରେ ମିଶିଥିଲେ। ତେଣୁ ତାଙ୍କୁ ପୁଣିଥରେ ଦଳରେ ନେବା ପାଇଁ ହରିଶ ରାୱତ ଚାହୁଁନାହାନ୍ତି। କଂଗ୍ରେସରେ ମିଶିବା ପାଇଁ ହରକ ଏତେ ଆଗ୍ରହୀ […]

Harka-singh

Harka-singh

Hemant Lenka
  • Published: Wednesday, 19 January 2022
  • Updated: 19 January 2022, 07:30 PM IST

Sports

Latest News

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବହିଷ୍କୃତ ହୋଇଥିବା ବିଜେପି ନେତା ହରକ ସିଂହ ରାୱତ ଏବେ ପୁଣିଥରେ କଂଗ୍ରେସ ଫେରିବାକୁ ଚାହୁଁଛନ୍ତି। ହେଲେ ତାଙ୍କ ଘର ବାହୁଡ଼ା ରାସ୍ତାରେ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି।

ପୂର୍ବରୁ ହରକ ସିଂହ ରାୱତ କଂଗ୍ରେସକୁ ଧୋକା ଦେଇ ବିଜେପିରେ ମିଶିଥିଲେ। ତେଣୁ ତାଙ୍କୁ ପୁଣିଥରେ ଦଳରେ ନେବା ପାଇଁ ହରିଶ ରାୱତ ଚାହୁଁନାହାନ୍ତି। କଂଗ୍ରେସରେ ମିଶିବା ପାଇଁ ହରକ ଏତେ ଆଗ୍ରହୀ ଯେ ସେ ହରିଶ ରାୱତଙ୍କୁ କ୍ଷମା ମଧ୍ୟ ମାଗିବାକୁ ରାଜି ଅଛନ୍ତି।

୨୦୧୬ ମାର୍ଚ୍ଚ ମାସରେ ୯ ଜଣ କଂଗ୍ରେସ ବିଧାୟକ ହରିଶ ରାୱତଙ୍କ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଏଥିପାଇଁ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ। ଏହାପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ବିଦ୍ରୋହ ଘୋଷଣା କରିଥିବା ୯ ବିଧାୟକଙ୍କ ମଧ୍ୟରେ ହରକ ସିଂହ ରାୱତ ଥିଲେ। ଯେଉଁ ବିଧାୟକଙ୍କ ପାଇଁ କଂଗ୍ରେସ ଏତେ ସମସ୍ୟାରେ ପଡ଼ିଥିଲା, ତାଙ୍କୁ ପୁଣି ଦଳରେ ସାମିଲ କରିବା ସପକ୍ଷରେ ହରିଶ ରାୱତ ନାହାନ୍ତି।

ହରକ ସିଂହ ରାୱତ କହିଛନ୍ତି, “ଆମେ ଯେଉଁ ସବୁ ଭୁଲ କାମ କରିଥାଉ ପରବର୍ତ୍ତୀ ଅବସ୍ଥାରେ ଏଥିପାଇଁ ଅନୁତାପ କରୁ। ମୁଁ ନେଇଥିବା ନିଷ୍ପତ୍ତି ଏମିତି ସ୍ଥିତି ସୃଷ୍ଟି କରିବ ବୋଲି କେବେ କଳ୍ପନା କରି ନଥିଲି। ଗୋଟିଏ ଛୋଟିଆ ଘଟଣା ପାଇଁ ମୋର ଏତେ ବଡ଼ ନିଷ୍ପତ୍ତି ୨୦୧୬ରେ ନେବାର ନଥିଲା। କିନ୍ତୁ ସେତେବେଳେ ପରିସ୍ଥିତି ମୋତେ ବାଧ୍ୟ କରିଥିଲା।”

ରବିବାର ବିଜେପିରୁ ଅଲଗା ହେବା ପ୍ରସଙ୍ଗରେ ସେ କହିଛନ୍ତି, “ବିଜେପି ମୋତେ ବହିଷ୍କୃତ କରିଛି। ମୁଁ ଇସ୍ତଫା ଦେଇନି। ଅମିତ ଶାହ ମୋତେ କଲ୍‌ କରିଥିଲେ ଓ କହିଥିଲେ ଆମେ ଶେଷ ନିଃଶ୍ୱାସ ଯାଏ ବନ୍ଧୁ ହୋଇ ରହିବା।” କାହିଁକି କଂଗ୍ରେସ ତାଙ୍କୁ ପୁଣି ବିଶ୍ୱାସକୁ ନେବ ବୋଲି ପ୍ରଶ୍ନର ଉତ୍ତରରେ ହରକ ସିଂହ କହିଛନ୍ତି, “ମୁଁ କେବେହେଲେ କାହାକୁ ପଛ ପଟୁ ଛୁରୀ ଭୁସିନି। ମୁଁ ଯାହା ବି କରେ, ଖୋଲାଖୋଲି ଭାବେ କରେ।

ହରିଶ ରାୱତ ମୋ ପୁଅ ବାହାଘର ବେଳେ ୩ ଘଣ୍ଟା ସମୟ ଦେଇଥିଲେ। ସେ ପୂର୍ବରୁ ମଧ୍ୟ ମୋତେ ପ୍ରଶଂସା କରିଛନ୍ତି। ମୁଁ ତାଙ୍କୁ ମୋର ଭୁଲ ପାଇଁ କ୍ଷମା ମାଗିବାକୁ ମଧ୍ୟ ପ୍ରସ୍ତୁତ।”

ଅନ୍ୟପକ୍ଷରେ ହରିଶ ରାୱତ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିଦ୍ରୋହୀମାନଙ୍କ ଘର ବାହୁଡ଼ା ଆଦୌ ସହଜ ହେବନି। ଯେଉଁମାନେ ଉତ୍ତରାଖଣ୍ଡକୁ ୪ ମାସ ପାଇଁ ବିବାଦ ମଧ୍ୟରେ ଫସାଇ ଦେଇଥିଲେ ସେମାନେ ନଜର ଭୁଲ ପାଇଁ ଥରେ ଅନୁତାପ କରନ୍ତୁ। ସେମାନଙ୍କ ପଦକ୍ଷେପ ଉତ୍ତରାଖଣ୍ଡ ବିରୋଧରେ ଥିଲା। ଏହାକୁ କେବେ ହେଲେ କେହି ସହଜରେ ଗ୍ରହଣ କରିପାରିବେନି ବୋଲି ରାୱତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story