୫ ରାଜ୍ୟରେ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଏହି ନେତାଙ୍କୁ ଦାୟିତ୍ୱ ଦେଲେ ସୋନିଆ

ନୂଆଦିଲ୍ଲୀ: ନିକଟରେ ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ସମ୍ପୃକ୍ତ ରାଜ୍ୟର ପିସିସି ସଭାପତିଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ସଭାପତିଙ୍କୁ ନିଯୁକ୍ତ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସମ୍ପୃକ୍ତ ୫ ରାଜ୍ୟରେ ଖରାପ ପ୍ରଦର୍ଶନର କାରଣ ଏବଂ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଏଆଇସିସି ପକ୍ଷରୁ ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ୫ ରାଜ୍ୟର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଏହି ନେତାମାନେ ଅବଜରଭେଶନ୍‌ ଦାୟିତ୍ୱରେ ରହିବେ। ପରେ ସେମାନେ ଏଆଇସିସିକୁ ରିପୋର୍ଟ […]

sonia

sonia

Tapas Behera
  • Published: Thursday, 17 March 2022
  • Updated: 17 March 2022, 05:05 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ସମ୍ପୃକ୍ତ ରାଜ୍ୟର ପିସିସି ସଭାପତିଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ସଭାପତିଙ୍କୁ ନିଯୁକ୍ତ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସମ୍ପୃକ୍ତ ୫ ରାଜ୍ୟରେ ଖରାପ ପ୍ରଦର୍ଶନର କାରଣ ଏବଂ ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଏଆଇସିସି ପକ୍ଷରୁ ନୂଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ୫ ରାଜ୍ୟର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଏହି ନେତାମାନେ ଅବଜରଭେଶନ୍‌ ଦାୟିତ୍ୱରେ ରହିବେ। ପରେ ସେମାନେ ଏଆଇସିସିକୁ ରିପୋର୍ଟ କରିବେ।

ଏନେଇ ଏଆଇସିସିସି ପକ୍ଷରୁ ନବ ନିଯୁକ୍ତ ନାମ ଜାରି କରାଯାଇଛି। ଏମାନେ ହେଲେ ଗୋଆର ରଜନୀ ପାଟିଲ, ମଣିପୁରରେ ଜୟରାମ ରମେଶ, ପଞ୍ଜାବର ଅଜୟ ମାକେନ, ଉତ୍ତରପ୍ରଦେଶରେ ଜିତେନ୍ଦ୍ର ସିଂ ଏବଂ ଉତ୍ତରାଖଣ୍ଡର ଅବିନାଶ ପାଣ୍ଡେ। ଏହି ନୂଆ ନେତମାନଙ୍କୁ  ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଯୁକ୍ତ କରିଛନ୍ତି। ଗତ ମାର୍ଚ୍ଚ ୧୫ ତାରିଖରେ ସମ୍ପୃକ୍ତ ରାଜ୍ୟର ପୂର୍ବରୁ ଥିବା ପିସିସିସି ସଭପତିମାନଙ୍କୁ ଇସ୍ତଫା ଦେବାକୁ  ନିର୍ଦ୍ଦେଶ ଦେଇଥିଲେ ସୋନିଆ ଗାନ୍ଧି

ସୂଚନା ଅନୁଯାୟୀ ଉକ୍ତ ୫ ରାଜ୍ୟ ତଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନ ସଭାର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏମିତିକି ଆପଠାରୁ ପରାସ୍ତ ହୋଇ ପଞ୍ଜାବରୁ କ୍ଷମତାଚ୍ୟୁତ ହୋଇଛି କଂଗ୍ରେସ। ପୂର୍ବରୁ ନିଜ ଅସ୍ତିତ୍ୱକୁ ନେଇ ସଙ୍କଟରେ ପଡ଼ିଥିବା କଂଗ୍ରେସକୁ ଏହି ବିପର୍ଯ୍ୟୟ ସାଂଘାତିକ ଝଟକା ଦେଇଛି।

ଦୁର୍ବଳ ପ୍ରଦର୍ଶନ ପାଇଁ ଅପମାନକୁ ହଜମ କରିନପାରି ନଥିଳା ଦଳ। ଅନ୍ୟପକ୍ଷରେ ଦଳର ଏଭଳି ଖରାପସ୍ଥିତି ପାଇଁ ଗାନ୍ଧି ପରିବାରକୁ ଦାୟୀ କରି ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର ଉଠିଥିଲା। ତେଣୁ ତୁରନ୍ତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କାର୍ଯ୍ୟକାରିଣୀ ବୈଠକ ଡାକି ପରାଜୟର ସମୀକ୍ଷା କରିଥିଲେ। ହେଲେ ବୈଠକରେ ସୋନିଆଙ୍କ ନେତୃତ୍ୱକୁ ପୁନର୍ବାର ଆସ୍ଥା ପ୍ରକଟ କରାଯାଇଥିଲା। ଏହା ପରେ ଆକ୍ସନମୋଡ୍‌କୁ ଆସି ୫ ରାଜ୍ୟର ପିସିସି ସଭାପତିଙ୍କୁ ହଟାଇ ଦେଇଥିଲେ ସୋନିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story