ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଖେଳ ବିଗାଡ଼ିବାକୁ ଆସିଲେ ସୁଭାଷ ଚନ୍ଦ୍ରା

ଜୟପୁର: ରାଜସ୍ଥାନର ରାଜ୍ୟସଭା ନିର୍ବାଚନରେ ନୂଆ ଟ୍ୱିଷ୍ଟ ଆସିଛି। ରାଜ୍ୟର କ୍ଷମତାସୀନ କଂଗ୍ରେସକୁ ଚେକ ଦେବା ପାଇଁ ବିଜେପି ସମର୍ଥନରେ ସାମ୍ନାକୁ ଆସିଛନ୍ତି ମିଡିଆ ଟାଇକୁନ ତଥା ଶିଳ୍ପପତି ସୁଭାଷ ଚନ୍ଦ୍ରା। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ। ଶେଷ ମୁହୂର୍ତ୍ତରେ ସୁଭାଷ ଚନ୍ଦ୍ରା ନାମାଙ୍କନ ଦାଖଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି। ସୁଭାଷ ଚନ୍ଦ୍ରା ହେଉଛନ୍ତି ଇସେଲ ଗ୍ରୁପ୍‌ର ଅଧ୍ୟକ୍ଷ। ସେ ବର୍ତ୍ତମାନ ରାଜ୍ୟସଭାର ୫ମ ପ୍ରାର୍ଥୀ ଭାବେ ରାଜସ୍ଥାନରୁ ନାମାଙ୍କନ […]

Subhash-chandra

Subhash-chandra

Hemant Lenka
  • Published: Tuesday, 31 May 2022
  • Updated: 31 May 2022, 03:54 PM IST

Sports

Latest News

ଜୟପୁର: ରାଜସ୍ଥାନର ରାଜ୍ୟସଭା ନିର୍ବାଚନରେ ନୂଆ ଟ୍ୱିଷ୍ଟ ଆସିଛି। ରାଜ୍ୟର କ୍ଷମତାସୀନ କଂଗ୍ରେସକୁ ଚେକ ଦେବା ପାଇଁ ବିଜେପି ସମର୍ଥନରେ ସାମ୍ନାକୁ ଆସିଛନ୍ତି ମିଡିଆ ଟାଇକୁନ ତଥା ଶିଳ୍ପପତି ସୁଭାଷ ଚନ୍ଦ୍ରା। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ। ଶେଷ ମୁହୂର୍ତ୍ତରେ ସୁଭାଷ ଚନ୍ଦ୍ରା ନାମାଙ୍କନ ଦାଖଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

ସୁଭାଷ ଚନ୍ଦ୍ରା ହେଉଛନ୍ତି ଇସେଲ ଗ୍ରୁପ୍‌ର ଅଧ୍ୟକ୍ଷ। ସେ ବର୍ତ୍ତମାନ ରାଜ୍ୟସଭାର ୫ମ ପ୍ରାର୍ଥୀ ଭାବେ ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି। ରାଜସ୍ଥାନର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହା ମଧ୍ୟରୁ କଂଗ୍ରେସ ୩ଟି ଓ ବିଜେପି ଗୋଟିଏ ଆସନ ଜିତିବା ଏକ ପ୍ରକାରର ନିଶ୍ଚିତ ଥିଲା। କଂଗ୍ରେସ ମଧ୍ୟ ୩ ଜଣ ପ୍ରାର୍ଥୀ ଓ ବିଜେପି ଜଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

କିନ୍ତୁ ୫ମ ପ୍ରାର୍ଥୀ ଭାବେ ସୁଭାଷ ଚନ୍ଦ୍ରା ପ୍ରବେଶ କରିବାରୁ ଏବେ ଗୋଟିଏ ଆସନରେ ଦମଦାର ଲଢ଼େଇ ହେବ। ସୁଭାଷ ଚନ୍ଦ୍ରା କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଚ୍ୟାଲେଞ୍ଜ କରିବେ। ସେ ଉତ୍ତର ପ୍ରଦେଶର କଂଗ୍ରେସ ନେତା। କିନ୍ତୁ ଦଳ ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବ ବୋଲି ଘୋଷଣା କରିଛି।
ବିଜେପି ବେଶ ଯୋଜନାବଦ୍ଧ ଭାବେ ସୁଭାଷ ଚନ୍ଦ୍ରାଙ୍କୁ ସମର୍ଥନ କରିଛି। କାରଣ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ଚାଲିଛି। ଏଥିଯୋଗୁ ରାଜ୍ୟସଭା ନିର୍ବାଚନ ବେଳେ କ୍ରସ ଭୋଟିଂ ହେବାର ଆଶଙ୍କା ରହିଛି।

ଏପରି ହେଲେ ବିଜେପିକୁ ଏହା ଫାଇଦା ଯୋଗାଇବ। ସେହିପରି କଂଗ୍ରେସର ୩ ରାଜ୍ୟସଭା ପ୍ରାର୍ଥୀ ରାଜସ୍ଥାନ ବାହାରର। ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି। କଂଗ୍ରେସ ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ ଓ ପ୍ରମୋଦ ତିୱାରୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେପି ଘନଶ୍ୟାମ ତିୱାରୀଙ୍କୁ ରାଜ୍ୟସଭା ଟିକେଟ ଦେଇଛି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ୪୧ ଖଣ୍ଡ ଭୋଟ ଦରକାର। କଂଗ୍ରେସ ପାଖରେ ୧୦୮ ବିଧାୟକ ରହିଥିବା ବେଳେ ବିଜେପି ପାଖରେ ୭୧ ଜଣ ସଦସ୍ୟ ରହିଛନ୍ତି। ବିଜେପିର ଜଣେ ପ୍ରାର୍ଥୀ ବେଶ ଆରାମରେ ଜିତି ପାରିବେ। ଏହାପରେ ଦଳ ପାଖରେ ଆଉ ୩୦ଟି ଭୋଟ ରହିବ। କିନ୍ତୁ ଦ୍ୱିତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିକୁ ଅତିରିକ୍ତ ଭାବେ ୧୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ସେହିପରି କଂଗ୍ରେସ ବେଶ ଆରାମରେ ୨ଟି ରାଜ୍ୟସଭା ଆସନ ଜିତିବ। କିନ୍ତୁ ତୃତୀୟ ଆସନ ପାଇଁ ଦଳକୁ ଅତିରିକ୍ତ ୧୫ ଜଣ ବିଧାୟକଙ୍କ ସମର୍ଥନ ଜରୁରୀ। ଏପରି ସ୍ଥିତିରେ ଛୋଟ ଛୋଟ ଦଳ ଓ ସ୍ୱାଧୀନ ବିଧାୟକମାନେ କିଙ୍ଗ ମେକର ବନିବେ।

ରାଜସ୍ଥାନ ବିଧାନସଭାରେ ୧୩ ଜଣ ସ୍ୱାଧୀନ ବିଧାୟକ ରହିଥିବା ବେଳେ ଆରଏଲପିରୁ ୨ ଜଣ, ବିଟିପିରୁ ୨ ଜଣ ଓ ସିପିଏମର ୨ ଜଣ ସଦସ୍ୟ ରହିଛନ୍ତି। ଏହି ବିଧାୟକମାନେ ଯାହାକୁ ବି ସମର୍ଥନ କରିବେ, ସେମାନେ ଜିତିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story