ସାଇକେଲ୍‌ରେ ଆସି ଭୋଟ ଦେଲେ ଅଭିନେତା ବିଜୟ, ଭିଡିଓ ଭାଇରାଲ

ଚେନ୍ନାଇ: ତାମିଲନାଡୁରେ ଆଜି ୨୩୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଅନେକ ତାମିଲ ଅଭିନେତା ଓ ଅଭିନେତ୍ରୀ ସାଧାରଣ ଲୋକଙ୍କ ଭଳି ସକାଳୁ ଧାଡ଼ିରେ ଛିଡ଼ା ହୋଇ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି। ତେବେ ତାମିଲ ସୁପରଷ୍ଟାର ବିଜୟ ବେଶ ନିଆର ଢଙ୍ଗରେ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସୁପରଷ୍ଟାର ହୋଇଥିଲେ ହେଁ ମୁହଁରେ ମାସ୍କ ଲଗାଇ ଓ ସାଇକେଲ ଚଳାଇ ଚେନ୍ନାଇ ସ୍ଥିତ […]

Vijay

Vijay

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 04:08 PM IST

ଚେନ୍ନାଇ: ତାମିଲନାଡୁରେ ଆଜି ୨୩୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଅନେକ ତାମିଲ ଅଭିନେତା ଓ ଅଭିନେତ୍ରୀ ସାଧାରଣ ଲୋକଙ୍କ ଭଳି ସକାଳୁ ଧାଡ଼ିରେ ଛିଡ଼ା ହୋଇ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି। ତେବେ ତାମିଲ ସୁପରଷ୍ଟାର ବିଜୟ ବେଶ ନିଆର ଢଙ୍ଗରେ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ସେ ସୁପରଷ୍ଟାର ହୋଇଥିଲେ ହେଁ ମୁହଁରେ ମାସ୍କ ଲଗାଇ ଓ ସାଇକେଲ ଚଳାଇ ଚେନ୍ନାଇ ସ୍ଥିତ ମତଦାନ କେନ୍ଦ୍ରକୁ ଆସିଥିଲେ। ବିଜୟ ରାସ୍ତାରେ ସାଇକେଲ ଧରି ଆସୁଥିବା ଖବର ପ୍ରଚାର ହେବା ପରେ ତାଙ୍କ ଫ୍ୟାନମାନେ ବାଇକ୍‌ରେ ପିଛା କରିବା ଆରମ୍ଭ କରିଥିଲେ। ବିଜୟ ଯେତେ ଜୋରରେ ସାଇକେଲ ଚଳାଉଥିଲେ, ତାଙ୍କ ଫ୍ୟାନମାନେ ମଧ୍ୟ ସେତେ ତତ୍ପରତାର ସହ ତାଙ୍କ ପିଛା କରିଥିଲେ।

ଶହଶହ ସଂଖ୍ୟାରେ ଗାଡ଼ି ବିଜୟଙ୍କ ସାଇକେଲ ପଛରେ ଲାଗିବାରୁ ଚେନ୍ନାଇରେ ଟ୍ରାଫିକ ଜାମ ସୃଷ୍ଟି ହୋଇଥିଲା। ଏହାକୁ ହଟେଇବା ପାଇଁ ପୁଲିସ୍‌କୁ ବେଶ କସରତ କରିବାକୁ ପଡ଼ିଥିଲା। ଏପରି କି ଭୋଟ କେନ୍ଦ୍ରରେ ବିଜୟଙ୍କୁ ଦେଖିବାକୁ ଭିଡ଼ ଜମିବାରୁ ପୁଲିସ୍‌ ମୃଦୁ ଲାଠି ଚାଳନା ମଧ୍ୟ କରିଥିଲା। ବିଜୟ ରାଜରାସ୍ତାରେ ସାଇକେଲ ଚଳାଇ ଆସୁଥିବା ବେଳର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ ବିଜୟ ସାଇକେଲରେ ଭୋଟ ଦେବାକୁ ଆସି ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦରକୁ ବିରୋଧ କରିଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ତାଙ୍କ ଟିମ୍‌ ଓଲଟା କଥା କହିଛି। ବିଜୟଙ୍କ ନାଁ ଥିବା ମତଦାନ କେନ୍ଦ୍ରଟି ଗୋଟିଏ ଛୋଟିଆ ଗଳିରେ ରହିଛି। ଏଠାକୁ ଯଦି ସେ କାର୍‌ ଧରି ଆସିଥାଆନ୍ତେ, ତା’ହେଲେ ପାର୍କିଂ ସମସ୍ୟା ସୃଷ୍ଟି ହୋଇଥାଆନ୍ତା। ଏହି କାରଣରୁ ସେ ସାଇକେଲ ଧରି ମତଦାନ କେନ୍ଦ୍ରକୁ ଆସିଥିଲେ। ଏହା ପଛରେ ଆଉ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ତାଙ୍କ ଟିମ୍‌ ସଫେଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story