ଏୟାର ଇଣ୍ଡିଆକୁ ୧୮ ହଜାର କୋଟିରେ କିଣିଲା ଟାଟା

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହେଲା। ସରକାରୀ ବିମାନ ସେବା ପ୍ରଦାନ କରି ସଂସ୍ଥା ଏୟାର ଇଣ୍ଡିଆକୁ ଦୀର୍ଘ ୬୮ ବର୍ଷ ପରେ ଟାଟା ସନ୍ସ କିଣିବାକୁ ସକ୍ଷମ ହୋଇଛି। ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହାପରେ ନିଲାମ ଡକା ଯାଇଥିଲା। ଟାଟା ସନ୍ସ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ଏୟାର ଇଣ୍ଡିଆକୁ ନିଜ ହାତକୁ ନେଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏକଥା କେନ୍ଦ୍ର ଅର୍ଥ […]

air-India

air-India

Hemant Lenka
  • Published: Friday, 08 October 2021
  • Updated: 08 October 2021, 06:27 PM IST

Sports

Latest News

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ସେଇଆ ହେଲା। ସରକାରୀ ବିମାନ ସେବା ପ୍ରଦାନ କରି ସଂସ୍ଥା ଏୟାର ଇଣ୍ଡିଆକୁ ଦୀର୍ଘ ୬୮ ବର୍ଷ ପରେ ଟାଟା ସନ୍ସ କିଣିବାକୁ ସକ୍ଷମ ହୋଇଛି। ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହାପରେ ନିଲାମ ଡକା ଯାଇଥିଲା। ଟାଟା ସନ୍ସ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ଏୟାର ଇଣ୍ଡିଆକୁ ନିଜ ହାତକୁ ନେଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏକଥା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ  ଘୋଷଣା କରିଛନ୍ତି। ଡିସେମ୍ବର ସୁଦ୍ଧା ଏୟାର ଇଣ୍ଡିଆର ସମସ୍ତ ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପାଣ୍ଡେ କହିଛନ୍ତି, ୨୦୨୧ ଅଗଷ୍ଟ ୩୧ ସୁଦ୍ଧା ଏୟାର ଇଣ୍ଡିଆ ଉପରେ ୬୧,୫୬୨ କୋଟି ଟଙ୍କାର ଋଣ ରହିଥିଲା। ଏହାର ୧୫,୩୦୦ କୋଟି ଟଙ୍କା ବିଡର ପ୍ରଦାନ କରିବେ। ତେଣୁ ବାକି ୪୬,୨୬୨ କୋଟି ଟଙ୍କାର ଋଣ ଏୟାର ଇଣ୍ଡିଆ ଆସେଟ୍ସ ହୋଲ୍ଡିଂ ଲିଃ(ଏଆଇଏଏଚଏଲ)କୁ ଟ୍ରାନ୍ସଫର କରାଯିବ। ଏଆଇଏଏଚ୍‌ଏଲ ହେଉଛି ସରକାରଙ୍କ ଦ୍ୱାରା ଗଠିତ ଏସିଭି। ଏହା ଅର୍ଥନୀତି ବ୍ୟାପର ସମ୍ପର୍କରେ ତଦାରଖ କରିଥାଏ।

ଟାଟା ସନ୍ସ ଏୟାର, ଏୟାର ଇଣ୍ଡିଆ ସାଟ୍ସ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୫୦% ଶେୟାର ହାସଲ କରିଛି। ଏୟାର ଇଣ୍ଡିଆ ବିକ୍ରି କରି ସରକାର ୨,୭୦୦ କୋଟି ଟଙ୍କା ପାଇବେ। ବାକି ସବୁ ସରକାରଙ୍କ ଋଣ ଯାହାକୁ ଏୟାର ଇଣ୍ଡିଆ ଟେକ ଓଭର କରିବ।

ଟାଟା ସନ୍ସ ଏୟାର ଇଣ୍ଡିଆକୁ କିଣିବା ପରେ ରତନ ଟାଟା ଟ୍ୱିଟ କରି ଏୟାର ଇଣ୍ଡିଆକୁ ଘର ବାହୁଡ଼ା ପାଇଁ ସ୍ୱାଗତ କରିଛନ୍ତି।

ପୂର୍ବରୁ ଅକ୍ଟୋବର ୧ରେ ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗ୍ରୁପ୍‌ ବାଜିମାତ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏହାକୁ କେନ୍ଦ୍ର ସରକାର ଭୁଲ ବୋଲି କହିବା ନିଲାମ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି ଓ ଏଯାଏ ବିଡ୍ ବିଜେତାଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି।

ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ୍ ଦ୍ୱାରା ବିଡ୍ ଦାଖଲ କରାଯାଇଥିଲା। ଏୟାର ଇଣ୍ଡିଆରୁ ସରକାର ପୁଞ୍ଜି ପ୍ରତ୍ୟାହାର କରିବାକୁ ଚାହୁଁଥିବା ଡିସେମ୍ବର ୨୦୨୦ରେ ଘୋଷଣା କରିଥିଲେ। ଏହାପରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କେବଳ ଟାଟା ସନ୍ସ ଓ ସ୍ପାଇସ ଜେଟ୍‌ ହିଁ ଏୟାର ଇଣ୍ଡିଆକୁ ନେବାକୁ ଚାହିଁଥିଲେ। ଏବେ ଟାଟା ସନ୍ସ ହିଁ ଏୟାର ଇଣ୍ଡିଆର ପରିଚାଳନା ଦାୟିତ୍ୱ ସମ୍ପାଦନ କରିବ।

ସୂଚନାଯୋଗ୍ୟ, ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ଜେଆରଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ଏବେ ପ୍ରାୟ ୬୮ ବର୍ଷ ପରେ ଟାଟା ପୁଣି ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି।

କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ଦୀର୍ଘ ବର୍ଷ ହେବ ଚେଷ୍ଟା ଚଳାଇଥିଲେ। ୨୦୧୮ ମସିହାରେ କେନ୍ଦ୍ର ସରକାର ଏହି ସଂସ୍ଥାର ୭୬ ପ୍ରତିଶତ ବିକ୍ରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସେତେବେଳେ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ।

ଏୟାର ଇଣ୍ଡିଆ ଏୟାର ଲାଇନ୍ସ ଉପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୦,୦୭୪ କୋଟି ବାକି ପଡ଼ିଥିଲା। ନୂଆ କ୍ରେତାଙ୍କୁ ୨୩,୨୮୬.୫ କୋଟିର କରଜ ବୋଝ ମୁଣ୍ଡାଇବାକୁ ପଡ଼ିବ। ଅବଶିଷ୍ଟ କରଜକୁ ଏୟାର ଇଣ୍ଡିଆ ଆସେଟ ହୋଲଡିଂ ଲିମିଟେଡକୁ ଟ୍ରାନ୍ସଫର କରି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story