ଏକାଠି ହେବେ ହାତୀ ଓ ଡ୍ରାଗନ! ଭାରତ ଶରଣକୁ କାହିଁକି ଆସିଲା ଚାଇନା?

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଇନା ଉପରେ ଲଗାଇଥିବା ଟାରିଫ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ ଚାଇନା ପକ୍ଷରୁ ଆମେରିକାକୁ ରପ୍ତାନୀ ହେଉଥିବା ବସ୍ତୁ ଉପରେ ୧୦୪% ଟିକସ ଲାଗିବ।

India

ଭାରତ ଓ ଚାଇନା

Hemant Lenka
  • Published: Wednesday, 09 April 2025
  • Updated: 09 April 2025, 03:36 PM IST

Sports

Latest News

ଯେଉଁ କାମ ଦଶନ୍ଧି ଧରି ରାଜନୀତିକ ଓ କୂଟନୀତିକ ଆଲୋଚନା ଦ୍ୱାରା ସମ୍ଭବ ହୋଇ ପାରି ନଥିଲା, ତା’ଠାରୁ ଅଧିକ କିଛି ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତି କରି ଦେଖାଇଛି। ଟ୍ରମ୍ପ ଟାରିଫ ନୀତି ଲାଗୁ କରିବା ମାତ୍ରେ ଭାରତ ଓ ଚାଇନା ଏକାଠି ହେବାକୁ ଯାଉଥିବା ସମୀକରଣ ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ଟାରିଫ ନୀତିକୁ କାଉଣ୍ଟର କରିବା ପାଇଁ ଚାଇନାକୁ ଦରକାର ଭାରତର ସାଥ। ଏଥିପାଇଁ ବେଜିଂ ବାରମ୍ବାର ଭାରତ ସହ ହାତ ମିଳେଇବାକୁ ନିବେଦନ କରୁଛି।

ଡ୍ରାଗନ ଓ ହାତୀ ଏକାଠି ହୋଇପାରିଲେ ଟ୍ରମ୍ପଙ୍କ ସବୁ ଟାରିଫ ନୀତି ଚୂରମାର ହୋଇଯିବ ବୋଲି ଚାଇନା କହିଛି। ଚାଇନିଜ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଗତ ମାସରେ ଭାରତକୁ ନିଜ ଆଡ଼କୁ ନେବାକୁ ପ୍ରସ୍ତାବ ଦେଇଥିଲେ। ଏବେ ପୁଣି ଚାଇନା ପକ୍ଷରୁ ଭାରତ ସହ ବନ୍ଧୁତା ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଇନା ଉପରେ ଲଗାଇଥିବା ଟାରିଫ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ ଚାଇନା ପକ୍ଷରୁ ଆମେରିକାକୁ ରପ୍ତାନୀ ହେଉଥିବା ବସ୍ତୁ ଉପରେ ୧୦୪% ଟିକସ ଲାଗିବ। ଆଜି ଠାରୁ ଏହି ନିୟମ ଟ୍ରମ୍ପ ଲାଗୁ କରିଛନ୍ତି। ଭାରତ ଉପରେ ମଧ୍ୟ ଟ୍ରମ୍ପ ୨୬% ଟିକସ ଲଗାଇଛନ୍ତି। ଟ୍ରମ୍ପ ବିଭିନ୍ନ ରାଷ୍ଟ୍ର ବିରୋଧରେ ପାଲଟା ଶୁଳ୍କ ଲାଗୁ କରିଥିଲେ। ଏହିକ୍ରମରେ ଚାଇନା ଉପରେ ୩୪% ପାଲଟା ଶୁଳ୍କ ଲାଗିଥିଲା। ଏହି ଘୋଷଣା ପରେ ଚାଇନିଜ ଦ୍ରବ୍ୟଗୁଡ଼ିକ ଉପରେ ଲାଗୁଥିବା ଶୁଳ୍କର ପରିମାଣ ୫୪%ରେ ପହଞ୍ଚିଥିଲା।

Also Read

ଏହାର ଜବାବ ଦେବାକୁ ଚାଇନିଜ ସରକାର ଗତ ସପ୍ତାହରେ ଯେସାକୁ ତେସା ନୀତି ଆପଣାଇଥିଲେ। ଆମେରିକା ଦ୍ରବ୍ୟଗୁଡ଼ିକ ଉପରେ ୩୪% ଟିକସ ଲାଗିବ ବୋଲି ଚାଇନା ପକ୍ଷରୁ କୁହାଯାଇଥିଲା। ଏହାପରେ ଟ୍ରମ୍ପ ପୁଣି ୫୦% ଟିକସର ଲଗାଇଛନ୍ତି। ଏହାର ଅର୍ଥ ଆଜି ଠାରୁ ଚାଇନିଜ ଦ୍ରବ୍ୟ ଉପରେ ୧୦୪% ଟିକସ ଲାଗୁ ହୋଇଛି।

ଆମେରିକା ଓ ଚାଇନା ମଧ୍ୟରେ ଏପରି ସ୍ଥିତି ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଛି। ଚାଇନା ଅବଶ୍ୟ ଶେଷ ଯାଏ ଆମେରିକାର ଏପରି ଘାତକ ଆଚରଣ ବିରୋଧରେ ଲଢ଼ିବ ବୋଲି ଦମ୍ଭୋକ୍ତି କରିଛି। ହେଲେ ଏଥିପାଇଁ ଚାଇନାକୁ ପଡ଼ୋଶୀ ଭାରତର ସହଯୋଗ ହିଁ ଦରକାର ବୋଲି ବେଜିଂ ଭଲ ଭାବେ ଜାଣିଛି।

ଟ୍ରମ୍ପଙ୍କ ଟାରିଫ ପ୍ରହାର ପରେ ଚାନାର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ନୂଆଦିଲ୍ଲୀ ସପକ୍ଷରେ ଏକାଧିକ ମତ ରଖିଛନ୍ତି। ଚାଇନା ପକ୍ଷରୁ ନୂଆଦିଲ୍ଲୀକୁ ନିଜ ଆଡ଼କୁ ନେବା ପାଇଁ ଫୁଲ ଦମରେ ଚେଷ୍ଟା କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ପୁଣି ବୁଧବାରର ଦେଖାଯାଇଛି। ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି ଯେ କଷ୍ଟକର ସମୟକୁ ଅତିକ୍ରମ କରିବାକୁ ହେଲେ ଭାରତ ଓ ଚାଇନାକୁ ଏକାଠି ଛିଡ଼ା ହେବାକୁ ପଡ଼ିବ।

ନୂଆଦିଲ୍ଲୀରେ ଅବସ୍ଥାପିତ ଚାଇନିଜ ଦୂତାବାସ ପକ୍ଷରୁ କୁହାଯାଇଛି ଯେ “ଚାଇନା-ଭାରତ ଅର୍ଥନୀତିକ ଓ ବାଣିଜ୍ୟ ସମ୍ପର୍କ ପରସ୍ପରର ଫାଇଦା ଉପରେ ପର୍ଯ୍ୟବେସିତ। ଆମେରିକାର ଟାରିଫ ଦୁରୋପଯୋଗର ସାମ୍ନା କରିବାକୁ ହେଲେ ଦୁଇ ଦେଶକୁ ଏକାଠି ହେବାକୁ ପଡ଼ିବ। ଟ୍ରମ୍ପଙ୍କ ଟାରିଫ ଦୁରୋପଯୋଗର ପ୍ରଭାବ ଗ୍ଲୋବାଲ ସାଉଥ ଉପରେ ଅଧିକ ପଡ଼ିବ ଓ ଏହା ବିକାଶର ଅଧିକାରରୁ ଦେଶଗୁଡ଼ିକୁ ବଞ୍ଚିତ କରିବ। ତେଣୁ ଦୁଇ ବଡ଼ ବିକାଶଶୀଳ ରାଷ୍ଟ୍ରକୁ ଏହା ବିରୋଧରେ ଏକାଠି ହେବାକୁ ପଡ଼ିବ।”

ଦୂତାବାସର ମୁଖପାତ୍ର କରିଥିବା ଲମ୍ବା ପୋଷ୍ଟରେ ଟ୍ରମ୍ପଙ୍କ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ବାଣିଜ୍ୟ ଓ ଟାରିଫ ଯୁଦ୍ଧରେ କେହି ବି ବିଜେତା ହୋଇପାରିବେ ନାହିଁ। ସବୁ ଦେଶକୁ ବ୍ୟାପକ ବିଚାରବିମର୍ଶର ନୀତିରେ କାଏମ ରହିବା, ଉପଯୁକ୍ତ ବହୁପକ୍ଷବାଦର ଅଭ୍ୟାସ କରିବା ଓ ମିଳିତ ଭାବେ ଏକତରଫାବାଦ ଓ ସଂରକ୍ଷଣବାଦର ସମସ୍ତ ପ୍ରକାରର ବ୍ୟବସ୍ଥାକୁ ବିରୋଧ କରିବା ଦରକାର। ଚାଇନା ପକ୍ଷରୁ ବିଶ୍ୱ ଅର୍ଥନୀତି ପ୍ରତି ବେଜିଂର ଅବାଦନ ସମ୍ପର୍କରେ ମଧ୍ୟ କୁହାଯାଇଛି।

ବିଶ୍ୱର ଅଭିବୃଦ୍ଧିରେ ଚାଇନାର ଅବଦାନ ବାର୍ଷିକ ହାରାହାରି ୩୦% ରହିଛି। ତେଣୁ ଚାଇନା ପୂର୍ବଭଳି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ କାମ କରି ବହୁପକ୍ଷବାଦ ବ୍ୟବସାୟିକ ବ୍ୟବସ୍ଥାର ସୁରକ୍ଷା କରିବ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।

ଟ୍ରମ୍ପଙ୍କୁ କାଉଣ୍ଟର କରିବା ପାଇଁ ଚାଇନା ହାତୀ ଓ ଡ୍ରାଗନକୁ ଏକାଠି ହେବାକୁ ବାରମ୍ବାର ପ୍ରସ୍ତାବ ଦେଇ ଚାଲିଛି। କିନ୍ତୁ ଭାରତ ପକ୍ଷରୁ ଏଯାଏ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଭାରତ ଓ ଚାଇନା ମଧ୍ୟରେ ଥିବା ସମ୍ପର୍କ ଏବେ ସକାରାତ୍ମକ ଦିଗରେ ଯାଉଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

ଚାଇନାର ଦୂତାବାସର ମୁଖପାତ୍ରଙ୍କ ଲମ୍ବା ପୋଷ୍ଟ ପୂର୍ବରୁ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟ ଭାରତ ସହ ବନ୍ଧୁତା କରିବା ସପକ୍ଷରେ ମତ ରଖିଥିଲେ। ଏପ୍ରିଲ ୧ରେ ଜିନପିଙ୍ଗ ବେଜିଂରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କହିଥିଲେ ଯେ ଭାରତ ଓ ଚାଇନା ମିଳିତ ଭାବେ କାମ କରିବା ଦରକାର। ଭାରତ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବେଜିଂର ସର୍ବୋଚ୍ଚ ସ୍ତର ନେତା ମତ ରଖିବା ବେଶ ଗୁରୁତ୍ୱପୂର୍ଣ୍ଣ। ଅବଶ୍ୟ ଏହା ଆମେରିକା ପକ୍ଷରୁ ସୃଷ୍ଟି ହୋଇଥିବା ଟାରିଫ ଯୋଗୁ ହୋଇଛି, ତଥାପି ଏହା ଭାରତ ପ୍ରତି ଚାଇନାର ଆଭିମୁଖ୍ୟକୁ ବଦଳାଇ ପାରିଛି।

୨୦୨୦ ମସିହା ଗଲୱାନ ଘାଟି ସଂଘର୍ଷ ପରେ ଭାରତ ଓ ଚାଇନା ସମ୍ପର୍କ ବିଗିଡ଼ି ଯାଇଥିଲା। ସୀମାରେ ତିକ୍ତତା ବଢ଼ିଥିଲା। ଏହାପରେ ସୀମର ଉଭୟ ପାର୍ଶ୍ୱରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିଲା।

ଦୀର୍ଘ ୪ ବର୍ଷ ପରେ ଅର୍ଥାତ ଗତବର୍ଷ ଅକ୍ଟୋବର ମାସରେ ଏକାଧିକ ରାଉଣ୍ଡ ଆଲୋଚନା ପରେ ଭାରତ ଓ ଚାଇନା ମଧ୍ୟରେ ସୀମାରେ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା। ତଥାପି ଦୁଇ ଦେଶ ମଧ୍ୟରେ ତିକ୍ତତା ପୂରା ଥମି ନଥିଲା। କିନ୍ତୁ ଏବେ ଟ୍ରମ୍ପଙ୍କ ଟାରିଫ ନୀତି ଭାରତ-ଚାଇନାକୁ ଏକ ହେବାରେ ସହାୟତା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story