ବିଜେପି ଠାରୁ ଟିଏମସି ଆହୁରି ଖରାପ, ଏମିତି ଅଭିଯୋଗ ଆଣି ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ପାଣାଜୀ: ପ୍ରାୟ ୩ ମାସ ତଳେ ଟିଏମସିରେ ମିଶିଥିବା ଗୋଆର ପୂର୍ବତନ ବିଧାୟକ ଲାଭୁ ମାମଲେଦାର ଆଜି ମମତା ବାନାର୍ଜୀଙ୍କୁ ଅଲବିଦା କହିଛନ୍ତି। ଟିଏମସି ଗୋଟିଏ ସାଂପ୍ରଦାୟିକ ଦଳ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ଥିବାରୁ ଟିଏମସି ଭୋଟ ପାଇଁ ହିନ୍ଦୁ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଛି। ବିଜେପି ଠାରୁ ଟିଏମସି ଆହୁରି ଖରାପ ବୋଲି ସେ କହିଛନ୍ତି। ପୋଣ୍ଡାର ପୂର୍ବତନ ବିଧାୟକ […]

TMC

TMC

Hemant Lenka
  • Published: Friday, 24 December 2021
  • Updated: 24 December 2021, 09:09 PM IST

Sports

Latest News

ପାଣାଜୀ: ପ୍ରାୟ ୩ ମାସ ତଳେ ଟିଏମସିରେ ମିଶିଥିବା ଗୋଆର ପୂର୍ବତନ ବିଧାୟକ ଲାଭୁ ମାମଲେଦାର ଆଜି ମମତା ବାନାର୍ଜୀଙ୍କୁ ଅଲବିଦା କହିଛନ୍ତି। ଟିଏମସି ଗୋଟିଏ ସାଂପ୍ରଦାୟିକ ଦଳ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ଥିବାରୁ ଟିଏମସି ଭୋଟ ପାଇଁ ହିନ୍ଦୁ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଛି। ବିଜେପି ଠାରୁ ଟିଏମସି ଆହୁରି ଖରାପ ବୋଲି ସେ କହିଛନ୍ତି।

ପୋଣ୍ଡାର ପୂର୍ବତନ ବିଧାୟକ ଲାଭୁ ସେପ୍ଟେମ୍ବର ଶେଷ ସପ୍ତାହରେ ଟିଏମସିରେ ମିଶିଥିଲେ। ଟିଏମସି ଆସନ୍ତା ବର୍ଷ ହେବାକୁ ଥିବା ଗୋଆ ବିଧାନସଭାର ସମସ୍ତ ୪୦ ଆସନରେ ଲଢ଼ିବ। ଏଥିପାଇଁ ଗୋଆରେ ଥିବା ସ୍ଥାନୀୟ ନେତାମାନଙ୍କୁ ଦଳ ନିଜ ଆଡ଼କୁ ଆଣୁଛି। ଏହିକ୍ରମରେ ଲାଭୁ ମଧ୍ୟ ମମତାଙ୍କ ହାତ ଧରିଥିଲେ। ହେଲେ ଏବେ ସେ ଟିଏମସିକୁ ଗୋଟିଏ ସାଂପ୍ରଦାୟିକ ଦଳ ବୋଲି ଆକ୍ଷେପ କରିଛନ୍ତି।

ସେ ଦଳ ଛାଡ଼ିବା ପରେ କହିଛନ୍ତି, “ଟିଏମସି ଏବେ କଲ୍ୟାଣକାରୀ ଯୋଜନା ଲାଗୁ କରିବା ନାଁରେ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାରେ ଲାଗିଛି। ବିଶେଷ କରି ମହିଳାଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ହେଲେ ଏହା ପଛରେ ସାଂପ୍ରଦାୟିକ ଉଦ୍ଦେଶ୍ୟ ରହିଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳର ପ୍ରଦର୍ଶନରେ ଉତ୍ସାହିତ ହୋଇ ମୁଁ ଟିଏମସିରେ ମିଶିଥିଲି।

ମୁଁ ଭାବିଥିଲି ଟିଏମସି ଗୋଟିଏ ଧର୍ମନିରପେକ୍ଷ ଦଳ। କିନ୍ତୁ ଏଇ ୧୫ରୁ ୨୦ ଦିନ ମଧ୍ୟରେ ମୁଁ ଯାହା ନୋଟିସ କରିଛି ଏହି ଦଳ ବିଜେପି ଠାରୁ ମଧ୍ୟ ଆହୁରି ଖରାପ।”

ଟିଏମସି ନିର୍ବାଚନ ପୂର୍ବରୁ ଏମଜିପି ସହ ମେଣ୍ଟ କରିଛି। ୨୦୧୨ରୁ ୨୦୧୭ ଯାଏ ଲାଭୁ ମାମଲେଦାର ଏମଜିପିର ବିଧାୟକ ଥିଲେ। କିନ୍ତୁ ସେପ୍ଟେମ୍ବରରେ ସେ ଏମଜିପି ଛାଡ଼ି ଟିଏମସିରେ ମିଶିଥିଲେ। ମାମଲେଦାର କହିଛନ୍ତି, “ସେମାନଙ୍କର ମେଣ୍ଟ ଅନୁସାରେ ଖ୍ରୀଷ୍ଟିୟାନ ଭୋଟ ଟିଏମସିକୁ ଯିବ ଓ ହିନ୍ଦୁ ଭୋଟ ଏମଜିପି ଖାତାରେ ପଡ଼ିବ। ଏପରି କରି ଟିଏମସି ଗୋଆରେ ଥିବା ଧାର୍ମିକ ଭାଇଚାରକୁ ନଷ୍ଟ କରିବାକୁ ଚାହୁଁଛି।

ସାଂପ୍ରଦାୟିକ କାର୍ଡ ଖେଳି ଟିଏମସି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି। ଭୋଟ ପାଇଁ ଟିଏମସି ଗୃହ ଲକ୍ଷ୍ମୀ ଯୋଜନା ଲାଗୁ କରିବ ବୋଲି କହିଛି। ସମାନ ଯୋଜନା ପଶ୍ଚିମବଙ୍ଗରେ ମଧ୍ୟ ଲାଗୁ ହୋଇଛି। ହେଲେ ପଶ୍ଚିମବଙ୍ଗରେ ମହିଳାଙ୍କୁ ଏହି ଯୋଜନା ଅଧୀନରେ ୫ଶହ ଟଙ୍କା ଲେଖାଏ ଦିଆଯାଉଛି। କିନ୍ତୁ ଏଠାରେ ସେମାନେ ୫ ହଜାର ଟଙ୍କା ଲେଖାଏ ଦେବେ ବୋଲି କହିଛନ୍ତି। ଏହା କେବେ ହେଲେ ସମ୍ଭବ ନୁହେଁ। କେବଳ ଗୋଆବାସୀଙ୍କ ତଥ୍ୟ ଚୋରି କରିବାକୁ ଏହି ଯୋଜନା ନାଁରେ ସର୍ଭେ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read