ଗୁଜରାଟରୁ ଜବତ ୩ ହଜାର କୋଟିର ଡ୍ରଗ୍ସ କଥା ଉଠାଇଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ କ୍ରୁଜ୍‌ରୁ ଡ୍ରଗ୍ସ ମିଳିବା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମୁମ୍ବାଇ କ୍ରୁଜ୍‌ରୁ ଅସିଦ୍ଧ ନିଶାଦ୍ରବ୍ୟ ମିଳିବା ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଗିରଫ ହୋଇ ଜେଲରେ ଅଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ସରକାର ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି। ମହାରାଷ୍ଟ୍ର ବିଭିନ୍ନ ସ୍ଥାନରୁ ଏନସିବି ଡ୍ରଗ୍ସ ଜବତ କରୁଥିବାରୁ ବିଜେପି ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛି। ମହାରାଷ୍ଟ୍ର ପୁଲିସ୍‌କୁ ବିଜେପି ମାଫିଆ କହିବାକୁ ମଧ୍ୟ ପଛାଉନି। ଏସବୁ […]

Uddhav-Thackeray

Uddhav-Thackeray

Hemant Lenka
  • Published: Saturday, 16 October 2021
  • Updated: 16 October 2021, 01:05 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ କ୍ରୁଜ୍‌ରୁ ଡ୍ରଗ୍ସ ମିଳିବା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମୁମ୍ବାଇ କ୍ରୁଜ୍‌ରୁ ଅସିଦ୍ଧ ନିଶାଦ୍ରବ୍ୟ ମିଳିବା ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଗିରଫ ହୋଇ ଜେଲରେ ଅଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ସରକାର ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି।

ମହାରାଷ୍ଟ୍ର ବିଭିନ୍ନ ସ୍ଥାନରୁ ଏନସିବି ଡ୍ରଗ୍ସ ଜବତ କରୁଥିବାରୁ ବିଜେପି ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛି। ମହାରାଷ୍ଟ୍ର ପୁଲିସ୍‌କୁ ବିଜେପି ମାଫିଆ କହିବାକୁ ମଧ୍ୟ ପଛାଉନି। ଏସବୁ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁଜରାଟର ଆଦାନୀ ବନ୍ଦରରୁ ୩ ହଜାର କୋଟି ଟଙ୍କା ଡ୍ରଗ୍ସ ଜବତ ହେବା ଘଟଣା ଉଠାଇଛନ୍ତି।

ମୁମ୍ବାଇ କ୍ରୁଜରୁ ଡ୍ରଗ୍ସ ଜବତ ହେବା ପୂର୍ବରୁ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୩ ହଜାର କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ହେଲେ ଏହି ଘଟଣାର ତଦନ୍ତ କେତେ ବାଟ ଗଲା? କେଉଁମାନେ ଏଥିରେ ସାମିଲ ଥିଲେ? ଆଦାନୀ ଗ୍ରୁପ୍‌ ସହ ଡ୍ରଗ୍ସ ଚାଲାଣର କିଛି ଲିଙ୍କ ଅଛି କି ନାହିଁ? ତା’ର ଯାଞ୍ଚ ଏନସିବି କରୁଛି କି ନାହିଁ? ଏସବୁ ପ୍ରଶ୍ନର ଉତ୍ତର ଏନସିବି ଦେଉନାହିଁ। କେବଳ ମହାରାଷ୍ଟ୍ରକୁ ଡ୍ରଗ୍ସ ମୁକ୍ତ କରିବାକୁ ଏନସିବି ଚେଷ୍ଟା କରୁଥିବା କହୁଛି।

ଏସବୁ ଭିତରେ ଉଦ୍ଧବ ଠାକରେ ନିଜର ଦଶହରା ଭାଷଣରେ କହିଛନ୍ତି, “କ’ଣ କେବଳ ମହାରାଷ୍ଟ୍ରରେ ଅସିଦ୍ଧ ନିଶାଦ୍ରବ୍ୟ ଜବତ ହେଉଛି? ମୁନ୍ଦ୍ରା ପୋର୍ଟରୁ କୋଟି କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା। ଯେତେବେଳେ ଆପଣଙ୍କ ଏଜେନ୍ସି(ଏନସିବି) ଅଳ୍ପ ପରିମାଣର ଗଞ୍ଜେଇ ଜବତ କରୁଥିଲା ସେତେବେଳେ ଆମ ପୁଲିସ୍‌ ୧୫୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି।

ଆପଣ କେବଳ ସେଲେବ୍ରିଟିଙ୍କୁ ଧରି ସେମାନଙ୍କ ସହ ଫଟୋ ଉଠାଇବାକୁ ଚାହୁଁଛନ୍ତି। ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରାଯାଇଥିବାରୁ ମହାରାଷ୍ଟ୍ର ଓ ଶିବସେନାକୁ ଟାର୍ଗେଟ କରାଯାଉଛି। ଆପଣ ମୁମ୍ବାଇ ପୁଲିସ୍‌କୁ ମାଫିଆ କହୁଛନ୍ତି। ତା’ହେଲେ ଉତ୍ତର ପ୍ରଦେଶ ପୁଲିସ୍‌କୁ ଆପଣ କ’ଣ କହିବେ?”

ନିକଟରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ସମସ୍ତ ଭାରତୀୟଙ୍କ ପୂର୍ବଜ ସମାନ ବୋଲି ମତ ଦେଇଥିଲେ। ଏହାକୁ ଆଧାର କରି ଉଦ୍ଧବ ଠାକରେ କହିଛନ୍ତି, “କ’ଣ ବିରୋଧୀ ଓ ଚାଷୀମାନଙ୍କ ପୂର୍ବଜ ଅଲଗା ଗ୍ରହରୁ ଆସିଛନ୍ତି? ଆପଣ ଡ୍ରଗ ଆଡିକିସନ ହେଲେ ନିଜ ସହ ନିଜ ପରିବାରକୁ ଧ୍ୱଂସ କରିଦେବେ। କିନ୍ତୁ କ୍ଷମତାର ଭୋକ ଅନ୍ୟମାନଙ୍କ ପରିବାରକୁ ଧ୍ୱଂସ କରିଦେବ। ଶିବସେନାର କର୍ମୀ ଓ ମହାରାଷ୍ଟ୍ରର ଲୋକମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉଦାହରଣ ଭାବେ ଅନୁକରଣ କରିବା ଦରକାର।

ସେ ସବୁ ପରିସ୍ଥିତିରେ ମଧ୍ୟ ବିଜେପି ଆଗରେ ଛିଡ଼ା ହୋଇ କଡ଼ା ଜବାବ ଦେଉଛନ୍ତି। ଆମେ ଯେତେବେଳେ ଆପଣଙ୍କୁ ଅନୁକରଣ କରୁଥିଲୁ ସେତେବେଳେ ସବୁ ଭଲ ଥିଲା। ହେଲେ ଏବେ ସବୁ ବଦଳି ଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରନ୍ତୁ ନାହିଁ। ଆମ ସହ ମୁହାଁମୁହିଁ ଲଢ଼ନ୍ତୁ। ଅସ୍ଥିର ସୃଷ୍ଟି କରିବା ପାଇଁ ଶତ ଚେଷ୍ଟା ସତ୍ତ୍ୱେ ଆମ ସରକାର ଆସନ୍ତାବର୍ଷ ୨ ବର୍ଷ ପୂରଣ କରିବ। ସରକାର ଭୁଶୁଡ଼ାଇବାକୁ ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story