କ’ଣ ଗୁରୁତର ଅସୁସ୍ଥ ଅଛନ୍ତି କି ଉଦ୍ଧବ ଠାକରେ?

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ସେ ଗୁରୁତର ଅସୁସ୍ଥ ଥିବା ଖବର ପ୍ରକାଶ ପାଇଥିଲା। ହେଲେ ଏହାକୁ ଶିବସେନା ପକ୍ଷରୁ ଖଣ୍ଡନ କରାଯାଇଥିଲା। ହେଲେ ଆଜି ମହାରାଷ୍ଟ୍ର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଉଦ୍ଧବ ଗୃହକୁ ନ ଆସିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର ହୋଇଛି। ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି। […]

Uddhav-Thackeray

Uddhav-Thackeray

Hemant Lenka
  • Published: Wednesday, 22 December 2021
  • Updated: 22 December 2021, 07:40 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ସେ ଗୁରୁତର ଅସୁସ୍ଥ ଥିବା ଖବର ପ୍ରକାଶ ପାଇଥିଲା। ହେଲେ ଏହାକୁ ଶିବସେନା ପକ୍ଷରୁ ଖଣ୍ଡନ କରାଯାଇଥିଲା। ହେଲେ ଆଜି ମହାରାଷ୍ଟ୍ର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଉଦ୍ଧବ ଗୃହକୁ ନ ଆସିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର ହୋଇଛି। ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି। ତଥାପି ଉଦ୍ଧବ ଠାକରେ ପ୍ରକୃତରେ କେମିତି ଅଛନ୍ତି, ତା’ର ଖବର କାହା ପାଖରେ ନାହିଁ।

ଆଜି ଉଦ୍ଧବ ଠାକରେ ଗୃହକୁ ନ ଆସିବାରୁ ସାମ୍ବାଦିକମାନେ ଆଦିତ୍ୟ ଠାକରେଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ ଅଛି। ମୁଁ ତାଙ୍କ ସହ ଫୋନରେ କଥା ହୋଇଛି। ସେ ଠିକଣା ସମୟରେ ଗୃହକୁ ଆସିବେ। ଏହାକୁ ନେଇ କେହି ବ୍ୟସ୍ତ ହେବା ଦରକାର ନାହିଁ।”

ନିକଟରେ ଉଦ୍ଧବ ଠାକରେ ମେରୁଦଣ୍ଡରେ ଅସ୍ତ୍ରୋପଚାର କରିଥିଲେ। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନାନା ପ୍ରକାରର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଗତକାଲି ଉଦ୍ଧବ ଠାକରେ ଭିଡିଓ କନଫରେନ୍ସିଂରେ ବିଧାୟକ ଦଳ ବୈଠକରେ ସାମିଲ ହୋଇଥିଲେ। ସେହିପରି ଶିବସେନା ବିଧାୟକଙ୍କ ସହ ଭିଡିଓ କନଫରେନ୍ସିଂରେ ଚା’ ପାର୍ଟି ବି କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶିବସେନା ସାଂସଦମାନଙ୍କୁ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରଥିବା ଖବର ମିଳିଛି।

ଅନ୍ୟପକ୍ଷରେ ବିରୋଧୀ ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହକୁ ନ ଆସିବା ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ଉଦ୍ଧବ ଠାକରେ କାର୍ଯ୍ୟ ଭାର ସମ୍ଭାଳିବା ଯାଏ ଆଉ ଜଣେ କେହି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଶ୍ରୀ ପାଟିଲ, “ଯଦି ମୁଖ୍ୟମନ୍ତ୍ରୀ ଶୀତ ଅଧିବେଶନକୁ ଆସିବାକୁ ଅସମର୍ଥ, ତା’ହେଲେ ଗୃହ କାର୍ଯ୍ୟ ସମ୍ପାଦନ କରିବାକୁ ଆଉ କାହାକୁ ଦାୟିତ୍ୱ ଦିଅନ୍ତୁ। ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହିବା ଠିକ୍‌ ନୁହେଁ। ଆମେ କେବେ ହେଲେ ପୂରା ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତକୁ ଗ୍ରହଣ କରିପାରିବୁ ନାହିଁ। ଯଦି ଏନସିପି ଓ କଂଗ୍ରେସ ଉପରେ ତାଙ୍କର ଭରସା ନାହିଁ, ତା’ହେଲେ ଉଦ୍ଧବ ଠାକରେ ତାଙ୍କ ପୁଅ ଆଦିତ୍ୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story