ମେସ ଖାଦ୍ୟର ଗୁମର ଖୋଲିଲେ କନଷ୍ଟେବଲ, କହିଲେ-ଏମିତି ଖାଇବା କୁକୁର ବି ଖାଇବେନି

ଫିରୋଜାବାଦ: ପୁଲିସ୍ କର୍ମଚାରୀଙ୍କୁ ଉତ୍ତର ପ୍ରଦେଶରେ କେମିତି ଖାଇବାକୁ ଦିଆଯାଉଛି, ତା’ର ଗୁମର ଖୋଲିଛନ୍ତି ଜଣେ କନଷ୍ଟେବଲ। ଫିରୋଜାବାଦରେ କାମ କରୁଥିବା ଜଣେ କନଷ୍ଟେବଲ ବୁଧବାର ରାସ୍ତାରେ ଛିଡ଼ା ହୋଇ ମେସରେ ନିମ୍ନମାନର ଖାଇବା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ସେ କାନ୍ଦିବା ସହ ଥାଳି ବାଡ଼େଇ ନିଜର ଯନ୍ତ୍ରଣା ବଖାଣିଛନ୍ତି। ଏହାର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିଥିବା ଭିଡିଓରେ କନଷ୍ଟେବଲ ମନୋଜ କୁମାର ରାସ୍ତାରେ ଗୋଟିଏ ଥାଳି ଧରି […]

Cops

Cops

Hemant Lenka
  • Published: Thursday, 11 August 2022
  • Updated: 11 August 2022, 03:29 PM IST

Sports

Latest News

ଫିରୋଜାବାଦ: ପୁଲିସ୍ କର୍ମଚାରୀଙ୍କୁ ଉତ୍ତର ପ୍ରଦେଶରେ କେମିତି ଖାଇବାକୁ ଦିଆଯାଉଛି, ତା’ର ଗୁମର ଖୋଲିଛନ୍ତି ଜଣେ କନଷ୍ଟେବଲ। ଫିରୋଜାବାଦରେ କାମ କରୁଥିବା ଜଣେ କନଷ୍ଟେବଲ ବୁଧବାର ରାସ୍ତାରେ ଛିଡ଼ା ହୋଇ ମେସରେ ନିମ୍ନମାନର ଖାଇବା ଦିଆଯାଉଥିବା ଅଭିଯୋଗ କରିଛନ୍ତି। ସେ କାନ୍ଦିବା ସହ ଥାଳି ବାଡ଼େଇ ନିଜର ଯନ୍ତ୍ରଣା ବଖାଣିଛନ୍ତି। ଏହାର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓରେ କନଷ୍ଟେବଲ ମନୋଜ କୁମାର ରାସ୍ତାରେ ଗୋଟିଏ ଥାଳି ଧରି ଛିଡ଼ା ହୋଇଛନ୍ତି। ଏଥିରେ କିଛି ରୁଟି, ଭାତ ଓ ଡାଲି ରହିଛି। ଏହାକୁ ସେ ଲୋକଙ୍କୁ ଦେଖାଇ ମେସ୍‌ରେ କେମିତି ନିମ୍ନମାନର ଖାଇବା ଦିଆଯାଉଛି, ସେକଥା କହିଛନ୍ତି। ସେ କାନ୍ଦିକାନ୍ଦି ଏପରି କହୁଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ଭିତରକୁ ଆସିବା ପାଇଁ କହୁଥିବା ଦେଖିବାକୁ ମିଳିଛି। ହେଲେ ସେ କିଛି ଶୁଣିବା ପରିସ୍ଥିତିରେ ନଥିବା ଭଳି ଲାଗୁଛି।

ଲୋକମାନେ ମନୋଜଙ୍କ ଏପରି ଆଚରଣ ଦେଖି ଭିଡ଼ ଜମାଇଥିଲା। ମନୋଜ ଖାଦ୍ୟକୁ ଦେଖାଇ ଲୋକଙ୍କୁ କହିଛନ୍ତି ଯେ “ମୁଁ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ କହିଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ମୁଁ ଅଭିଯୋଗ କଲେ ମୋତେ ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଛି।

ପୁଲିସ୍‌ କର୍ମଚାରୀଙ୍କୁ ଉପଯୁକ୍ତ ଡାଏଟ ପାଇଁ ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରି ସାରିଛନ୍ତି। ହେଲେ ଆମକୁ ଦୀର୍ଘ ଘଣ୍ଟାର ଡ୍ୟୁଟି ପରେ ଏମିତି ଖାଦ୍ୟ ଦିଆଯାଉଛି। ଯଦି ପୁଲିସ୍ କର୍ମଚାରୀଙ୍କୁ ଏମିତି ଖାଇବା ଦିଆଯିବ, ତା’ହେଲେ ସେମାନେ କେମିତି ଦୀର୍ଘ ଘଣ୍ଟା କାମ କରିବେ?”

ମନୋଜ କୁମାର ଥାଳି ଧରି ଆହୁରି ଲୋକମାନଙ୍କୁ କହୁଛନ୍ତି ଯେ “ଏଗୁଡ଼ିକୁ କୁକୁରଙ୍କୁ ଦେଲେ ସେମାନେ ମଧ୍ୟ ଖାଇବେନି। ତୁମ ପିଲାମାନେ କ’ଣ ଏମିତି ଖାଦ୍ୟ ଖାଇପାରିବେ? ୧୨ ଘଣ୍ଟା ଡ୍ୟୁଟି ପରେ ଆମକୁ ଏମିତି ଖାଇବା ମିଳୁଛି। ମୋ କଥା କେହି ଶୁଣୁ ନାହାନ୍ତି। ଏଠି ମୋର କେହି ନାହାନ୍ତି। ”

ମନୋଜ କୁମାର ଏପରି ଅଭିଯୋଗ କରିବା ପରେ ତାଙ୍କ ଉପରେ ଦୋଷ ଲଦିଛି ଫିରୋଜାବାଦ ପୁଲିସ୍‌। ପୁଲିସ୍‌ ଟ୍ୱିଟ କରି କହିଛି ଯେ ପୂର୍ବରୁ ମଧ୍ୟ ମନୋଜ କୁମାର ଅନେକ ଥର ଶୃଙ୍ଖଳା ଭଙ୍ଗ କରିବାର ନଜିର ରହିଛି। ଅନିୟମିତତା ଓ ଅବେହେଳା ପାଇଁ ସେ ୧୫ଥର ଦଣ୍ଡ ପାଇ ସାରିଛନ୍ତି। ତେବେ ସେ ଆଣିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story