ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ଙ୍କ ପତ୍ତା ମିଳୁନି

ଚମୋଲି: ତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବରଫ ଅତଡ଼ା ଖସି ଗତକାଲି ଭୟଙ୍କର ବିପର୍ଯ୍ୟୟ ଘଟିଥିବା ବେଳେ ଏଥିରେ ମୃତକଙ୍କ ସଂଖ୍ୟା ୧୪ରେ ପହଞ୍ଚିଲାଣି।  ଏହି ଭୟଙ୍କର ହିମସ୍ଖଳନରେ ଏବେ ବି ୧୭୦ ଲୋକ ନିଖୋଜ  ଅଛନ୍ତି। ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଏହି ଦୁର୍ଘଟଣା ସମୟରେ ତପୋବନ ଏନଟିପିସି ପ୍ଲାଣ୍ଟରେ ୧୦୦ରୁ ଅଧିକ ଲୋକେ କାମ […]

utarakhand

utarakhand

Niharika Rout
  • Published: Monday, 08 February 2021
  • Updated: 08 February 2021, 12:13 PM IST

Sports

Latest News

ଚମୋଲି: ତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବରଫ ଅତଡ଼ା ଖସି ଗତକାଲି ଭୟଙ୍କର ବିପର୍ଯ୍ୟୟ ଘଟିଥିବା ବେଳେ ଏଥିରେ ମୃତକଙ୍କ ସଂଖ୍ୟା ୧୪ରେ ପହଞ୍ଚିଲାଣି।  ଏହି ଭୟଙ୍କର ହିମସ୍ଖଳନରେ ଏବେ ବି ୧୭୦ ଲୋକ ନିଖୋଜ  ଅଛନ୍ତି। ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

ଏହି ଦୁର୍ଘଟଣା ସମୟରେ ତପୋବନ ଏନଟିପିସି ପ୍ଲାଣ୍ଟରେ ୧୦୦ରୁ ଅଧିକ ଲୋକେ କାମ କରୁଥିଲେ। ଗତକାଲି ଘଟଣାସ୍ଥଳରୁ ୧୦ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଆଟିବିପିର ଡିଜି କହିଥିଲେ। ଏହାବ୍ୟତୀତ ୩୦ରୁ ଅଧିକ ଲୋକ ଏବେ ବି ପ୍ରୋଜେକ୍ଟର ସୁଡଙ୍ଗରେ ଫସି ରହିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଜଳସ୍ତର କମିବା ପରେ ସେମାନଙ୍କୁ ଉଦ୍ଧାର  ଲାଗି ଇଞ୍ଜିନିୟରିଂ ୱିଙ୍ଗର ୪୦ ଯବାନ  ଅପରେସନ ଆରମ୍ଭ କରିଛନ୍ତି। ଜେସିବି ସହାୟତରେ ଟନେଲ ଭିତରେ ପ୍ରବେଶ କରି ରାସ୍ତା ଖୋଲିବାକୁ ଉଦ୍ୟମ ଜାରି ରହିଛି। ହେଲେ ଟନେଲରେ ବହୁତ ଆବର୍ଜନା ଜମା ହୋଇଯିବାରୁ ତାକୁ ହଟାଇବା କାଠିକର ପାଠ ହୋଇପଡ଼ୁଛି।

ନିଖୋଜ ୧୭୦ଙ୍କ ମଧ୍ୟରୁ  NTPC  ପ୍ଲାଣ୍ଟରେ ୧୪୮ ଓ ଋଷିଗଙ୍ଗାରେ କାମ କରୁଥିବା ୨୨ ଲୋକ ସାମିଲ ଥିବା ସୂଚନା ମିଳିଛି।  ଅନ୍ୟ ଏକ ଟନେଇରେ ଫସିଥିବା  ୧୨ ଜଣଙ୍କୁ ITBP ଟିମ୍‌ ପକ୍ଷରୁ ଉଦ୍ଧାର କରାଯାଇଛି।

avalanche burst in Uttarakhand

ଋଷିଗଙ୍ଗା ଓ ତପୋବନ ପ୍ରୋଜେକ୍ଟ ଭାସି ଯିବା ଦ୍ୱାରା ପ୍ରାୟ ୭ଶହ କୋଟିର କ୍ଷତି ହୋଇଥିବା ଆକଳନ କରାଯାଉଛି। ଏନଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଓ ଆଇଟିବିପି ଓ ସ୍ଥାନୀୟ ପୁଲିସ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ବରଫ ଅତଡ଼ା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା, ଯେଉଁଥିରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି।   ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏହି ଭୟଙ୍କର ଦୁର୍ଘଟଣାରେ ୧୫୦ ଲୋକଙ୍କର  ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରିଛନ୍ତି।

ଏସଡିଆରଏଫର ଡିଆଇଜି ରିଦ୍ଧିମା ଅଗ୍ରୱାଲ୍ କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି। ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି। ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥଳ ଓ ବାୟୁ ସେନାକୁ ଆଲର୍ଟରେ ରଖାଯାଇଛି। ଗତକାଲି ଚମୋଲି ଜୋଶୀମଠ ନିକଟରେ ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦ ଏବଂ ଧଉଳି ଗଙ୍ଗା ନଦୀରେ ବନ୍ୟା ସ୍ଥିତିି ସୃଷ୍ଟି ହୋଇଥିଲା। ଯୋଶୀମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇ ହୋଇଯାଇଛି।  ଏହି ଅଘଟଣରେ ତପୋବନରେ ଥିବା ଋଷିିଗଙ୍ଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଉତ୍ତରାଖଣ୍ଡରେ ପ୍ରକୃତିର ଏହି ତାଣ୍ଡବ ପରେ ପିଏମ୍ ମୋଦି ମଧ୍ୟ ସମୀକ୍ଷା କରିଛନ୍ତି ଏବଂ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପିଏମ୍ ମୋଦି ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos