ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିକୁ ଅଲବିଦା କହିଲେ ଶଶିକଳା

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ଧରଣର ଓଲଟପାଲଟ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭିକେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି। ସେ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କୁ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଦଳର ବହିଷ୍କୃତ କରିଥିଲା। ତେବେ ସେ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି […]

vk-sasikala

vk-sasikala

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 09:52 PM IST

Sports

Latest News

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ଧରଣର ଓଲଟପାଲଟ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭିକେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି। ସେ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କୁ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଦଳର ବହିଷ୍କୃତ କରିଥିଲା।

ତେବେ ସେ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସେ ରାଜନୀତୀ ଓ ପବ୍ଲିକ ଲାଇଫ୍‌ରୁ ସବୁଦିନ ପାଇଁ ଅବସର ନେଇ ଯାଇଛନ୍ତି।

ଗୋଟିଏ ବିବୃତି ଜାରି କରି ଶଶିକଳା କହିଛନ୍ତି, “ଜୟା(ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା) ବଞ୍ଚିଥିବା ବେଳେ ମଧ୍ୟ ମୁଁ କେବେ ହେଲେ କ୍ଷମତା କିମ୍ବା ପଦ ପଛରେ ଗୋଡ଼ାଇ ନଥିଲି। ସେ ପ୍ରାଣ ହରାଇବା ପରେ ମଧ୍ୟ ମୁଁ ସେମିତି କିଛି ବି କରିବି ନାହିଁ। ଏଥିପାଇଁ ମୁଁ ରାଜନୀତିକୁ ସବୁଦିନ ପାଇଁ ପାଇଁ ବାଏବାଏ କହୁଛି। ହେଲେ ଜୟାଙ୍କ ପାର୍ଟି(ଏଆଇଏଡିଏମକେ) ଜିତୁ ବୋଲି ମୁଁ ପ୍ରାର୍ଥନା କରୁଛି। ସେହିପରି ଜୟାଙ୍କ ଲିଗାସି ଆଗକୁ ବଢ଼ୁ ବୋଲି ମୁଁ ଚାହୁଁଛି। ମୁଁ ଏଆଇଏଡିଏମକେର କର୍ମୀମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସେମାନେ ଏକାଠି କାମ କରି ଡିଏମକେକୁ ପରାସ୍ତ କରନ୍ତୁ। ଜୟାଙ୍କ ଲିଗାସିକୁ ଆଗକୁ ନେବାକୁ ଦଳର କର୍ମୀମାନେ କାର୍ଯ୍ୟ କରି ଚାଲନ୍ତୁ। ”

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଭିକେ ଶଶିକଳାଙ୍କୁ ୨୦୧୭ ମସିହା ଫେବୃଆରୀ ୧୪ରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେବେଠାରୁ ସେ ଜେଲ୍‌ରେ ଥିଲେ। ଚଳିତ ବର୍ଷ ଜାନୁଆରୀ ୨୭ରେ ସେ ଜେଲ୍‌ରୁ ସଜା କାଟି ମୁକୁଳିଥିଲେ। ସେ ବେଙ୍ଗାଲୁରୁ ଜେଲ୍‌ରୁ ମୁକୁଳିବା ପରେ ଜାନୁଆରୀ ୩୧ରେ ତାମିଲନାଡୁରେ ପ୍ରଥମଥର ପାଦ ଦେଇଥିଲେ। ତାମିଲନାଡୁ ଆସିବା ପରେ ସେ କହିଥିଲେ ଯେ “ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି। ମୁଁ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି।”

ସେ ବେଙ୍ଗାଲୁରୁରେ ଜେଲରୁ ବାହାରିବା ପରେ ଜାନୁଆରୀ ୩୧ ଯାଏ ହସ୍ପିଟାଲରେ ରହିଥିଲେ। ସେଠାରୁ ଡିଜଚାର୍ଜ ହେବା ପରେ ବେଙ୍ଗାଲୁରୁ ଠାରୁ ୩୫ କିମି ଦୂର ଗୋଟିଏ ରିଜର୍ଟରେ ରହିଥିଲେ। ଶଶିକଳା ତାମିଲନାଡୁରେ ପହଞ୍ଚିବା କ୍ଷଣି ତାଙ୍କ ସମର୍ଥକମାନେ ବାଜା ବଜାଇ ସ୍ୱାଗତ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶଶିକଳା ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିଲେ ହେଁ ଦଳର ସଂଘର୍ଷ କଥା ସମସ୍ତଙ୍କୁ କହିଥିଲେ। ସେ କହିଛନ୍ତି, “ଏଆଇଏଡିଏମକେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲା। ହେଲେ ଦଳ ସବୁ ସମସ୍ୟାକୁ ପଛରେ ପକାଇ ଆଗକୁ ଆସିଛି। ଆମେ ସମସ୍ତେ ଏକାଠି ହୋଇ ଆମ ମାନଙ୍କର ଏକମାତ୍ର ଶତ୍ରୁକୁ ପରାସ୍ତ କରିବା।” ହେଲେ ଏବେ ସେ ରାଜନୀତିକୁ ବାଏବାଏ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story