୧୧ ବର୍ଷ ହେଲା ପ୍ରେମିକ ସହ ଘର ପାଖରେ ଲୁଚିଥିଲେ ପ୍ରେମିକା, କିନ୍ତୁ କେହି ବି ଜାଣି ନଥିଲେ

ଥିରୁଭନନ୍ତପୁରମ: ନିଖୋଜ ହେବାର ୧୧ ବର୍ଷ ପରେ ୨୯ ବର୍ଷୀୟ ଯୁବତୀଙ୍କ ପତ୍ତା ମିଳିଛି। ପରିବାର ଲୋକ ଭାବିଥିଲେ ଯେ ତାଙ୍କ ଝିଅ କେଉଁ ଦୂର ଦେଶକୁ ଚାଲିଯାଇଛି। ହେଲେ ଝିଅଟି ତାଙ୍କ ପ୍ରେମିକ ସହ ଘର ଠାରୁ ମାତ୍ର ୫୦୦ ମିଟିର ଦୂରରେ ଗୋଟିଏ ଛୋଟିଆ ରୁମ ମଧ୍ୟରେ ଦୀର୍ଘ ୧୧ ବର୍ଷ ହେଲା ରହୁଥିଲେ। ପ୍ରେମିକଙ୍କ ସହ ଯୁବତୀ ଜଣଙ୍କ ରହୁଥିଲେ ହେଁ ଏକଥା ଉଭୟଙ୍କ ପରିବାରର ଲୋକଙ୍କୁ ସଂପୂର୍ଣ୍ଣ ଅଜଣା ଥିଲା। ଏବେ […]

couple

couple

Hemant Lenka
  • Published: Thursday, 10 June 2021
  • Updated: 10 June 2021, 07:53 PM IST

ଥିରୁଭନନ୍ତପୁରମ: ନିଖୋଜ ହେବାର ୧୧ ବର୍ଷ ପରେ ୨୯ ବର୍ଷୀୟ ଯୁବତୀଙ୍କ ପତ୍ତା ମିଳିଛି। ପରିବାର ଲୋକ ଭାବିଥିଲେ ଯେ ତାଙ୍କ ଝିଅ କେଉଁ ଦୂର ଦେଶକୁ ଚାଲିଯାଇଛି। ହେଲେ ଝିଅଟି ତାଙ୍କ ପ୍ରେମିକ ସହ ଘର ଠାରୁ ମାତ୍ର ୫୦୦ ମିଟିର ଦୂରରେ ଗୋଟିଏ ଛୋଟିଆ ରୁମ ମଧ୍ୟରେ ଦୀର୍ଘ ୧୧ ବର୍ଷ ହେଲା ରହୁଥିଲେ।

ପ୍ରେମିକଙ୍କ ସହ ଯୁବତୀ ଜଣଙ୍କ ରହୁଥିଲେ ହେଁ ଏକଥା ଉଭୟଙ୍କ ପରିବାରର ଲୋକଙ୍କୁ ସଂପୂର୍ଣ୍ଣ ଅଜଣା ଥିଲା। ଏବେ ଏହା ସାମ୍ନାକୁ ଆସିବା ପରେ ପୂରା ଘଟଣା ଉପରକୁ ପରଦା ହଟିଛି। କେରଳର ପାଲାକ୍କାଡ ଅନ୍ତର୍ଗତ ଆୟାଲୁରରେ ଏହି ଘଟଣା ଘଟିଛି। ଯୁବତୀଙ୍କ ନାଁ ସଜିତା ଓ ତାଙ୍କ ପ୍ରେମିକଙ୍କ ନାଁ ରେହମନ।

୨୦୧୦ ମସିହା ସଜିତା ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ଝିଅର ନିଖୋଜ ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଶତ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ପାଇ ନଥିଲା। ପୁଲିସ୍‌ କହିଛି ଯେ ରେହମନଙ୍କ ସହ ରହିବା ପାଇଁ ସଜିତା ଘର ଛାଡ଼ି ଚାଲି ଯାଇଥିଲେ।

ରେହମନ ଅତ୍ୟନ୍ତ ଗରିବ ଥିବାରୁ ବାହାରେ ଘର ଭଡ଼ା କରି ସଜିତାଙ୍କୁ ରଖିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ତେଣୁ ରେହମନ ନିଜ ଘରେ ଥିବା ଗୋଟିଏ ଛୋଟିଆ ରୁମରେ ସଜିତାଙ୍କୁ ରଖିଥିଲେ। ହେଲେ ଏକଥା ରେହମନଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣା ନଥିଲା।

ରେହମାନଙ୍କ ସହ ଉକ୍ତ ଘରେ ତାଙ୍କ ବାପା ମା’, ଭଉଣୀ ଓ ପୁତୁରା ବି ରହୁଥିଲେ। ହେଲେ ସଜିତାଙ୍କ ସମ୍ପର୍କରେ ସେମାନଙ୍କୁ ଆଦୌ ଜଣା ନଥିଲା। ପରିବାର ଲୋକ ଉକ୍ତ ରୁମ ପାଖକୁ ଗଲେ ରେହମାନ ବହୁତ ରାଗୁଥିଲେ। ଧୀରେଧୀରେ ପରିବାର ଲୋକ ଉକ୍ତ ଛୋଟ ରୁମକୁ ଯିବା ବନ୍ଦ କରିଦେଇଥିଲେ। ଅଧିକାଂଶ ସମୟ ରେହମନ କାମକୁ ଯାଉ ନଥିଲେ ଓ ଉକ୍ତ ରୁମରେ ହିଁ ଖାଉଥିଲେ। ସେ ସବୁବେଳେ ଉକ୍ତ ରୁମରେ ହିଁ ସମୟ ବିତାଉଥିଲେ।

ସମୟ ବିତିବା ସହ ରେହମାନ ସମସ୍ତଙ୍କ ଅଗଚୋରରେ ଉକ୍ତ ରୁମର ପଛ ପଟେ ଗୋଟିଏ ଛୋଟ ଝରକା ତିଆରି କରିଥିଲେ। ରାତିବେଳା ସଜିତା ଉକ୍ତ ଝଯକା ବାଟେ ବାହାରକୁ ଯିବା ସହ ସେଠାରେ ଗାଧୋଉଥିଲେ ଓ କିଛି ସମୟ ବାହାରେ ବସୁଥିଲେ। ଦୀର୍ଘ ୧୦ ବର୍ଷ ଧରି ଏପରି ଲୁଚକାଳି ଖେଳ ଚାଲିଥିଲା। ଆର୍ଥିକ ଅନଟନ ମଧ୍ୟ ଦମ୍ପତିଙ୍କୁ ଛୋଟିଆ ରୁମରେ ରହିବାକୁ ବାଧ୍ୟ କରୁଥିଲା।

କାମକୁ ଯିବା ପୂର୍ବରୁ ରେହମନ ଘରୁ ଖାଦ୍ୟ ନେଉଥିଲେ। ହେଲେ ସେ ସଜିତାଙ୍କ ପାଇଁ ଖାଇବା ରଖି ଦେଇ ଚାଲି ଯାଉଥିଲେ। ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ କାମକୁ ଯାଉଥିବାରୁ ସଜିତାଙ୍କ ଉପସ୍ଥିତି ସମ୍ପର୍କରେ କେହି ବି ଜାଣି ପାରୁ ନଥିଲେ।

ଶେଷରେ ୨୦୨୧ ମସିହା ମାର୍ଚ୍ଚ ମାସରେ ରେହମନ ନିଜ ଘରୁ କେଉଁଆଡ଼େ ଚାଲି ଯାଇଥିବା ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ର ତଦନ୍ତ ଚାଲିଥିବା ବେଳେ ହଠାତ୍‌ ଜୁନ୍‌ ୭ରେ କୋଭିଡ ଲକଡାଉନ ପାଇଁ ଲାଗିଥିବା ଗୋଟିଏ ଚେକପୋଷ୍ଟ ନିକଟରେ ରେହମନଙ୍କୁ ତାଙ୍କ ଭାଇ ଦେଖିଥିଲେ।

ସେ ପୁଲିସ୍‌କୁ ସୂଚନା ଦେବାରୁ ରେହମନଙ୍କୁ ଥାନାକୁ ନିଆଯାଇଥିଲା। ପୁଲିସ୍‌ର ପଚରାଉଚରା ପରେ ସେ ସଜିତାଙ୍କ ସହ ନିକଟସ୍ଥ ଅଞ୍ଚଳରେ ଭଡ଼ାରେ ରହୁଥିବା କହିଥିଲେ। ପୁଲିସ୍‌ ବିସ୍ତୃତ ଭାବେ ସଜିତାଙ୍କ ଅର୍ନ୍ତଧ୍ୟାନ ବିଷୟରେ ପଚାରିବାରୁ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏପରି ତଥ୍ୟ ଦେଇଥିଲେ।

ସଜିତା ମଧ୍ୟ କେମିତି ଝରକା ପଟେ ବାହାରକୁ ଆସିଥିଲେ ଓ ଛୋଟ ରୁମରେ ରହୁଥିଲେ ସେକଥା ମଧ୍ୟ ପୁଲିସ୍‌କୁ କହିଥିଲେ। ଏହି ୧୧ ବର୍ଷ ମଧ୍ୟରେ ଘରେ ହୋଇଥିବା ବାହାଘର, ଅତିଥି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ଗୋଟିଗୋଟି କରି ତଥ୍ୟ ପୁଲିସ୍‌କୁ ଜଣାଇଥିଲେ।

ପୁଲିସ୍‌ ଏହାପରେ ଜାଣିବାକୁ ପାଇଥିଲା ଯେ ସଜିତା ଛୋଟ ରୁମରେ ଦୀର୍ଘ ୧୧ ବର୍ଷ କାଳ ରହିବା କଥା ସତ। ପୁଲିସ୍‌ ଦମ୍ପତିଙ୍କୁ କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ସଜିତାଙ୍କୁ ରେହମନଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story