ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ!

ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି। ସେ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି। ଏସବୁ ଭିତରେ ଉତ୍ତର ପ୍ରଦେଶ ସରକାର ଏହି ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି। ରାଜ୍ୟ ଗୃହ ବିଭାଗ ଗୋଟିଏ ଟ୍ୱିଟ କରି କହିଛି ଯେ “ମହନ୍ତ ନରେନ୍ଦ୍ର ଗିରିଙ୍କ ଦୁଃଖଦ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା […]

Narendra-Giri

Narendra-Giri

Hemant Lenka
  • Published: Thursday, 23 September 2021
  • Updated: 23 September 2021, 08:20 AM IST

Sports

Latest News

ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି। ସେ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରାଯାଉଛି। ଏସବୁ ଭିତରେ ଉତ୍ତର ପ୍ରଦେଶ ସରକାର ଏହି ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି।

ରାଜ୍ୟ ଗୃହ ବିଭାଗ ଗୋଟିଏ ଟ୍ୱିଟ କରି କହିଛି ଯେ “ମହନ୍ତ ନରେନ୍ଦ୍ର ଗିରିଙ୍କ ଦୁଃଖଦ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ରାଜ୍ୟ ସରକାର ସୁପାରିସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏପରି ସୁପାରିସ କରାଯାଇଛି।” ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶରେ ସିବିଆଇ ଟିମ୍‌ ଗଠନ କରି ଉତ୍ତର ପ୍ରଦେଶ ପୁଲିସ୍‌ ପାଖରୁ ତଦନ୍ତ ଦାୟିତ୍ୱ ଗ୍ରହଣ କରିବ।

ଉତ୍ତର ପ୍ରଦେଶ ପୁଲିସ୍‌ ଇତି ମଧ୍ୟରେ ମହନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଘନିଷ୍ଠ ତଥା ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ମହନ୍ତ ନରେନ୍ଦ୍ର ଗିରି ଜୀବନ ହାରିବା ପୂର୍ବରୁ ନିଜ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ଲେଖିଥିଲେ। ସେମାନେ ତାଙ୍କୁ ହଇରାଣ ଓ ଅପମାନିତ କରୁଥିବା କରୁଥିବାରୁ ସେ ଜୀବନ ହାରୁଥିବା କଥା ଉଲ୍ଲେଖ କରିଥିଲେ।  ସେହିପରି ପୁଲିସ୍‌ ୧୮ ଜଣ ଅଧିକାରୀଙ୍କୁ ନେଇ ଏସଆଇଟି ମଧ୍ୟ ଗଠନ କରିଛି।

ମୁଖ୍ୟ ଯୋଗୀ ଆଦିତ୍ୟନାଥ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶେଷ ଦର୍ଶନ କରିବା ପରେ ଦୋଷୀଙ୍କୁ କେବେ ହେଲେ ଛଡ଼ା ଯିବ ନାହିଁ ବୋଲି କହିଥିଲେ। ତଥାପି ଦିନକୁ ଦିନ ନୂଆ ନୂଆ ଅଭିଯୋଗ ସବୁ ସାମ୍ନାକୁ ଆସୁଥିବାରୁ ରାଜ୍ୟ ସରକାର ଏବେ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏପରି ସୁପାରିସ ପୂର୍ବରୁ ବିରୋଧୀ କଂଗ୍ରେସ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲା।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉତ୍ତର ପ୍ରଦେଶର ପ୍ରୟାଗରାଜ ସ୍ଥିତ ବାଘମ୍ବରି ମଠ ସ୍ଥିତ ତାଙ୍କ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମହନ୍ତ ଗିରିଙ୍କୁ ଶେଷଥର ପାଇଁ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ଶେଷରେ ସେମାନେ କବଟା ଭାଙ୍ଗିଥିଲେ।

ଏହି ସମୟରେ ରୁମ ମଧ୍ୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ରୁମରୁ ଗୋଟିଏ ସୁଇସାଇଟ ନୋଟ ମିଳିଥିଲା। ଏଥିରେ ସେ ତାଙ୍କ ଇଚ୍ଛା ଓ ତାଙ୍କୁ ସମସ୍ୟାରେ ପକାଉଥିବା ଲୋକଙ୍କ ନାଁ ଲେଖିଛନ୍ତି। “ମୁଁ ସବୁବେଳେ ଆତ୍ମ ସମ୍ମାନର ସହ ବଞ୍ଚିଛି। ଅପମାନିତ ହୋଇ ଜୀବନ ବିତାଇବା ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ମୁଁ ଜୀବନ ହାରୁଛି” ବୋଲି ମହନ୍ତ ନରେନ୍ଦ୍ର ଗିରି ତାଙ୍କ ସୁଇସାଇଟ ନୋଟରେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story