ଶିକ୍ଷା କ୍ଷେତ୍ରରେ ଓଡ଼ିଶା ୭ ନଂ, ଉତ୍ତର ପ୍ରଦେଶ ସବୁଠୁ ପଛରେ

ନୂଆଦିଲ୍ଲୀ: ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ନୀତି ଆୟୋଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ବା ସ୍କୁଲ ଏଡୁକେଶନ କ୍ୱାଲିଟି ଇଣ୍ଡେକ୍ସ ବୃହତ୍ ରାଜ୍ୟ ବର୍ଗରେ ଥିବା ଓଡ଼ିଶାକୁ ସାମଗ୍ରିକ କ୍ଷେତ୍ରରେ ସପ୍ତମ ସ୍ଥାନ ମିଳିଛି। ଏହି ତାଲିକାରେ କେରଳ ୧ ନମ୍ବରରେ ରହିଛି। ତେବେ ଭିତ୍ତିଭୂମି, କମ୍ପ୍ୟୁଟର ସହାୟତାରେ ପାଠପଢ଼ା ଓ ଧନ୍ଦାମୂଳକ ଶିକ୍ଷାକ୍ଷେତ୍ରରେ ବେଶ୍ ପଛରେ ରହିଛି ଓଡ଼ିଶା। ୨୦୧୫-୧୬କୁ ଆଧାର ବର୍ଷ ଓ […]

svv

svv

Hemant Lenka
  • Published: Monday, 30 September 2019
  • Updated: 30 September 2019, 08:43 PM IST

ନୂଆଦିଲ୍ଲୀ: ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ନୀତି ଆୟୋଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ବା ସ୍କୁଲ ଏଡୁକେଶନ କ୍ୱାଲିଟି ଇଣ୍ଡେକ୍ସ ବୃହତ୍ ରାଜ୍ୟ ବର୍ଗରେ ଥିବା ଓଡ଼ିଶାକୁ ସାମଗ୍ରିକ କ୍ଷେତ୍ରରେ ସପ୍ତମ ସ୍ଥାନ ମିଳିଛି।

ଏହି ତାଲିକାରେ କେରଳ ୧ ନମ୍ବରରେ ରହିଛି। ତେବେ ଭିତ୍ତିଭୂମି, କମ୍ପ୍ୟୁଟର ସହାୟତାରେ ପାଠପଢ଼ା ଓ ଧନ୍ଦାମୂଳକ ଶିକ୍ଷାକ୍ଷେତ୍ରରେ ବେଶ୍ ପଛରେ ରହିଛି ଓଡ଼ିଶା। ୨୦୧୫-୧୬କୁ ଆଧାର ବର୍ଷ ଓ ୧୬-୧୭ ବର୍ଷ ତୁଳନାତ୍ମକ ବର୍ଷ ଭାବେ ନେଇ ନୀତି ଆୟୋଗ ପ୍ରାୟ ୩୦ଟି କ୍ଷେତ୍ରରେ ପ୍ରାଥମିକି ଶିକ୍ଷାର ଚିତ୍ର ସାମ୍ନାକୁ ଆଣିଛନ୍ତି।

କେମିତି ରହିଛି ଦେଶର ପ୍ରାଥମିକ ଶିକ୍ଷାର ସ୍ଥିତି? କେଉଁ ରାଜ୍ୟରେ କେଉଁ ଧରଣର ମିଳୁଛି ବିଦ୍ୟାଳୟ ଶିକ୍ଷା? ସମଗ୍ର ଦେଶରେ ପ୍ରାଥମିକ ଶିକ୍ଷାର ମାନ ଓ ଗୁଣବତ୍ତା ଜାଣିବାକୁ ପ୍ରଥମ ଥର ଲାଗି ନୀତି ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ। ୨୦ଟି ବଡ଼ ରାଜ୍ୟ ଏବଂ ୮ଟି ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଦୁଇଟି ବର୍ଗରେ ରିପୋର୍ଟ ପ୍ରସ୍ତୁତ ହୋଇଛି।

୨୦ଟି ବଡ଼ ରାଜ୍ୟ ତାଲିକାରେ ଓଡ଼ିଶା ୭ନଂ ସ୍ଥାନ ହାସଲ କରିଛି। ଭିତ୍ତିଭୂମି ଓ ସୁବିଧା ସୁଯୋଗ କ୍ଷେତ୍ରରେ ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ଓଡ଼ିଶାର ପ୍ରଦର୍ଶନ ୨୭ରୁ ୨୫.୮ ପ୍ରତିଶତକୁ ଖସି ଆସିଛି। ସେହିଭଳି ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବି ଓଡ଼ିଶାର ସ୍ଥାନ ଅତି ନଗଣ୍ୟ। ଏ କ୍ଷେତ୍ରରେ ରାଜ୍ୟକୁ ଶୂନ ପ୍ରତିଶତ ଅର୍ଥାତ କୌଣସି ଗୋଟିଏ ବି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହେଉନଥିବା ରିପୋର୍ଟରେ କୁହାଯାଇଛି।

ପ୍ରାଥମିକ ସ୍ତରରେ ମାତ୍ର ୬.୪ ପ୍ରତିଶତ ପିଲାଙ୍କୁ କମ୍ପ୍ୟୁଟର ସହାୟତାରେ ପାଠପଢ଼ା ସୁବିଧା ମିଳିପାରୁଛି। ଇଂରାଜୀ, ମାତୃଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଭଳି ୫ଟି ମୁଖ୍ୟ ବିଷୟରେ ରାଜ୍ୟର ମାତ୍ର ୪ ପ୍ରତିଶତ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ରାଜ୍ୟରେ ମାତ୍ର ୪୮. ୮ ପ୍ରତିଶତ ସ୍କୁଲରେ ପ୍ରଧାନଶିକ୍ଷକ ଥିବା ଜଣାପଡ଼ିଛି।

କେରଳ ବଡ଼ ରାଜ୍ୟ ତାଲିକାରେ ୭୬.୬% ସହ ପ୍ରଥମ ସ୍ଥାନରେ ଥିବା ବେଳେ ୩୬.୪% ସହ ଉତ୍ତର ପ୍ରଦେଶ ସର୍ବଶେଷରେ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛି। ଛୋଟ ରାଜ୍ୟ ତାଲିକାରେ ମଣିପୁର ୧ନଂ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ନୀତି ଆୟୋଗର ଏହି ସର୍ଭେରେ ପଶ୍ଚିମବଙ୍ଗ ଭାଗ ନେଇ ନଥିଲା। ତେଣୁ ତାଲିକାରେ ପଶ୍ଚିମବଙ୍ଗକୁ ସାମିଲ କରାଯାଇ ନାହିଁ।

ପୂର୍ବରୁ ସ୍ୱାସ୍ଥ୍ୟକ୍ଷେତ୍ର ଓ ଜଳସ୍ଥିତିକୁ ନେଇ ରିପୋର୍ଟ ପ୍ରକାଶ କରି ସାରିଥିବା ନୀତି ଆୟୋଗ ଶିକ୍ଷା କ୍ଷେତ୍ରରେ ପ୍ରଥମ କରି ଏଭଳି ସୂଚକାଙ୍କ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story