ଦାନ୍ତେୱାଡା: ଛତିଶଗଡ଼ ଦାନ୍ତେୱାଡ଼ା ନିକଟ ମାଲେୱାଡା ଜଙ୍ଗଲରେ ଗତକାଲି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୭ ଜଣ ସିଆର୍ପିଏଫ୍ ଯବାନ୍ ସହିଦ୍ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ଗୃହମନ୍ତ୍ରୀ ଅଜୟ ଚନ୍ଦ୍ରାକର କହିଛନ୍ତି, “ଯବାନମାନେ ନିୟମକୁ ଅଣଦେଖା କରିବାରୁ ଏପରି ଦୁର୍ଘଟଣା ଘଟିଲା”
ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସିଆର୍ପିଏଫ୍ ପକ୍ଷରୁ ଏହାର ସ୍ପଷ୍ଟିକରଣ ଦିଆଯାଇଛି। ସିଆରପିଏଫ୍ ପକ୍ଷରୁ କୁହାଯାଇଛି, ଘଟଣାର ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରାଯାଇଛି । ଯାଞ୍ଚ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ। ତା’ ପୂର୍ବରୁ ଏସ୍ଓପି ପାଳନ କରାଯାଇ ନ ଥିବା କୁହାଯିବ ଉଚିତ୍ ନୁହେଁ।
ଗତକାଲି ସିଆରପିଏଫ୍ ଯବାନମାନେ ଏକ ଛୋଟ ଟ୍ରକ୍ରେ ଦାନ୍ତେୱାଡା କ୍ୟାମ୍ପରୁ ମାଲେୱାଡା କ୍ୟାମ୍ପ୍କୁ ଯାଉଥିବା ବେଳେ ନକ୍ସଲମାନେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ଜଣେ ସାଧାରଣ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଏତେ ଭଙ୍କର ଥିଲା ଯେ ରାସ୍ତାରେ ଏକ ବିରାଟ ଗାଢ ସୃଷ୍ଟି ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।