କସାବକୁ ହିନ୍ଦୁ ଆତଙ୍କୀ ସଜାଇବାକୁ ହୋଇଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ମୁମ୍ବାଇ ୨୬/୧୧ ଆକ୍ରମଣକୁ ହିନ୍ଦୁ ଟେରର ରଙ୍ଗ ଦେବାକୁ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଏ-ତାଏବା ଷଡ଼ଯନ୍ତ୍ର କରିଥିଲା। ଏପରି କି ଆକ୍ରମଣ ଘଟଣାରେ ଜୀବନ୍ତ ଧରାପଡ଼ିଥିବା ଅଜମଲ ଆମୀର କସାବକୁ ବେଙ୍ଗାଲୁରୁର ସମୀର ଚୌଧୁରୀ ଭାବେ ମଧ୍ୟ ପରିଚୟ ଦେବାକୁ ଯୋଜନା ହୋଇଥିଲା। ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ରାକେଶ ମାରିଆ ନିଜ ବହିରେ ଏଭଳି ସାଂଘାତିକ ଷଡ଼ଯନ୍ତ୍ର ସମ୍ପର୍କରେ ଖୁଲାସା କରିଛନ୍ତି। ରାକେଶ ମାରିଆ ତାଙ୍କ ବହି ‘ଲେଟ ମି ସେ ଇଟ୍‌ ନାଓ’ରେ […]

y

y

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 06:41 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ ୨୬/୧୧ ଆକ୍ରମଣକୁ ହିନ୍ଦୁ ଟେରର ରଙ୍ଗ ଦେବାକୁ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଏ-ତାଏବା ଷଡ଼ଯନ୍ତ୍ର କରିଥିଲା। ଏପରି କି ଆକ୍ରମଣ ଘଟଣାରେ ଜୀବନ୍ତ ଧରାପଡ଼ିଥିବା ଅଜମଲ ଆମୀର କସାବକୁ ବେଙ୍ଗାଲୁରୁର ସମୀର ଚୌଧୁରୀ ଭାବେ ମଧ୍ୟ ପରିଚୟ ଦେବାକୁ ଯୋଜନା ହୋଇଥିଲା।

ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ରାକେଶ ମାରିଆ ନିଜ ବହିରେ ଏଭଳି ସାଂଘାତିକ ଷଡ଼ଯନ୍ତ୍ର ସମ୍ପର୍କରେ ଖୁଲାସା କରିଛନ୍ତି। ରାକେଶ ମାରିଆ ତାଙ୍କ ବହି ‘ଲେଟ ମି ସେ ଇଟ୍‌ ନାଓ’ରେ ୨୬/୧୧ ମୁମ୍ବାଇ ଆକ୍ରମଣର ତଦନ୍ତ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ବହିରେ କୁହାଯାଇଛି ଯେ କସାବକୁ ଜେଲ ମଧ୍ୟରେ ଖତମ କରିଦେବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଲସ୍କର ମିଳିତ ଭାବେ ଯୋଜନା କରିଥିଲେ।

ଏହି ଦାୟିତ୍ୱ ଦାଉଦ ଇବ୍ରାହିମ ଗ୍ୟାଙ୍ଗକୁ ଦିଆଯାଇଥିଲା। ଲସ୍କର ଭାରତରେ ୨୬/୧୧ ଆକ୍ରମଣକୁ ହିନ୍ଦୁ ଟେରର ରଙ୍ଗ କେମିତି ଦେବାକୁ ଚାହୁଁଥିଲା, ତା’ର ଖୁଲାସା କରି ରାକେଶ ମାରିଆ କହିଛନ୍ତି, ଯଦି ଯୋଜନା ଅନୁସାରେ ସବୁ କିଛି ଚାଲିଥାଆନ୍ତା, ତା’ହେଲେ କସାବ ସମୀର ଦୀନେଶ ଚୌଧୁରୀ ପରିଚୟରେ ପ୍ରାଣ ହରାଇଥାଆନ୍ତା। ଏହାପରେ ମିଡିଆ ଆକ୍ରମଣ ପାଇଁ ହିନ୍ଦୁ ଟେରର ଶବ୍ଦର ବ୍ୟବହାର କରିଥାଆନ୍ତା।

ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ପାଇଁ ନୂଆ କପଡ଼ା ଓ ନୂଆ ଜୋତା କିଣା ଯାଇଥିଲା। ଏପରି କି ସେମାନଙ୍କ ଘଣ୍ଟାରେ ଭାରତୀୟ ସମୟକୁ ଫିଟ କରାଯାଇଥିଲା। ସେମାନଙ୍କ ପରିଚୟକୁ ଲୁଚାଇବା ପାଇଁ ପୁରୁଣା କପଡ଼ାକୁ ହଟାଇ ଦିଆଯାଇଥିଲା। ସେମାନଙ୍କୁ ଭାରତୀୟ ହିନ୍ଦୁ ଭାବେ ପରିଚୟ ଦେବା ପାଇଁ ନୂଆ ଫଟୋ ମଧ୍ୟ ଉଠା ଯାଇଥିଲା।

ସେମାନଙ୍କୁ ଭାରତରେ ଲ୍ୟାଣ୍ଡ କରିବା ପରେ ହାତରେ ନାଲି ଫିତା ବାନ୍ଧିବାକୁ ମଧ୍ୟ କୁହାଯାଇଥିଲା। କସାବର ନାଁ ସମୀର ଦୀନେଶ ଚୌଧୁରୀ ରଖାଯାଇଥିଲା। ତା’କୁ ଅରୁଣଦୋୟ ଡିଗ୍ରୀ ଓ ପିଜି କଲେଜର ଛାତ୍ର ଭାବେ ମଧ୍ୟ ଦର୍ଶା ଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟି କୋଣରୁ ମୁମ୍ବାଇ ପୁଲିସ୍‌ ଏସବୁ ତଥ୍ୟକୁ ଅତ୍ୟନ୍ତ ଗୋପନ ଢଙ୍ଗରେ ରଖିଥିଲା।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏହାକୁ ଲୁଚାଇ ରଖିଥିଲା। କିଛି ସମୟ ପାଇଁ କସାବକୁ ବେଙ୍ଗାଲୁରୁ ଅଧିବାସୀ ମଧ୍ୟ କୁହାଯାଇଥିଲା। ହେଲେ କିଛି ବି କାମ ଦେଇ ନଥିଲା। ଶେଷରେ କସାବ ପାକିସ୍ତାନର ଫରଦିକୋଟ ଅଞ୍ଚଳର ବୋଲି ପ୍ରମାଣ ମିଳିଥିଲା। କସାବକୁ ସହିଦ କନଷ୍ଟେବଲ ତୁକାରମ ଜୀବନ୍ତ ଧରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

କସାବ ଭାରତରେ ଆକ୍ରମଣ କରିବାକୁ ଆସିବା ପୂର୍ବରୁ ତା’କୁ ୧.୨୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଭଉଣୀର ବାହାଘର ପାଇଁ ଏହି ଟଙ୍କା ତା’କୁ ଲସ୍କର ପକ୍ଷରୁ ଦିଆଯାଇଥିଲା ବୋଲି ବହିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story