କରୋନା ପରେ ଚାଇନାରେ ହନ୍ତା ଭାଇରସ, ଜଣେ ମୃତ

ବେଜିଂ: ପୁଣି ଗୋଟିଏ ଭାଇରସକୁ ନେଇ ଚିନ୍ତାରେ ପଡ଼ିଛି ପୂରା ବିଶ୍ୱ। ଯେଉଁ ଚାଇନାରୁ କରୋନା ଭାଇରସ ସୃଷ୍ଟି ହୋଇ ସାରା ବିଶ୍ୱରେ ତାଣ୍ଡବ ରଚିଛି, ସେଠାରେ ଏବେ ହନ୍ତା ନାମରେ ଆଉ ଏକ ଭାଇରସ ସାମ୍ନାକୁ ଆସିଛି। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କର ପରୀକ୍ଷା କରାଯାଇଛି। ଚାଇନାର ଗ୍ଲୋବାଲ ଟାଇମ୍ସ ପକ୍ଷରୁ କରାଯାଇଥିବା ଟ୍ୱିଟ […]

cc

cc

Hemant Lenka
  • Published: Tuesday, 24 March 2020
  • Updated: 24 March 2020, 06:08 PM IST

Sports

Latest News

ବେଜିଂ: ପୁଣି ଗୋଟିଏ ଭାଇରସକୁ ନେଇ ଚିନ୍ତାରେ ପଡ଼ିଛି ପୂରା ବିଶ୍ୱ। ଯେଉଁ ଚାଇନାରୁ କରୋନା ଭାଇରସ ସୃଷ୍ଟି ହୋଇ ସାରା ବିଶ୍ୱରେ ତାଣ୍ଡବ ରଚିଛି, ସେଠାରେ ଏବେ ହନ୍ତା ନାମରେ ଆଉ ଏକ ଭାଇରସ ସାମ୍ନାକୁ ଆସିଛି। ଏହି ହନ୍ତା ଭାଇରସରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୩୨ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କର ପରୀକ୍ଷା କରାଯାଇଛି।

ଚାଇନାର ଗ୍ଲୋବାଲ ଟାଇମ୍ସ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ, ୟୁନ୍ନାନ ପ୍ରଦେଶର ଜଣେ ବ୍ୟକ୍ତି ବସ୍‌ରେ କିଛି କାମ ପାଇଁ ଶାନଡୋଙ୍ଗ ପ୍ରଦେଶକୁ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ବସ୍‌ରେ ଥିବା ଅନ୍ୟ ୩୨ ଜଣ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେମାନଙ୍କର ପରୀକ୍ଷା ନୀରିକ୍ଷା କରାଯାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଭାଇରସ ବ୍ୟାପିବା ନେଇ ଆତଙ୍କ ଖେଳି ଯାଇଛି। ସେମାନେ ଟ୍ୱିଟ କରି ଭୟଭୀତ ଥିବା କହିଛନ୍ତି। ସେହିପରି ଏହି ହନ୍ତା ଭାଇରସ କରୋନା ଭଳି ମହାମାରୀ ରୂପ ନେବ ନି ତ ବୋଲି ସେମାନେ ଆଶଙ୍କା କରିଛନ୍ତି।

ଲୋକମାନେ କହିଛନ୍ତି, ଯଦି ଚାଇନାର ଲୋକମାନେ ଜୀବଜନ୍ତୁଙ୍କୁ ଜୀବନ୍ତ ଅବସ୍ଥାରେ ଖାଇବା ବନ୍ଦ ବନ୍ଦ ନକରନ୍ତି, ତା’ହେଲେ ସାରା ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ଶିବମ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, “ଚାଇନାର ଲୋକମାନେ ଏବେ ଆଉ ଏକ ମହାମାରୀ ଭାଇରସ ଉପରେ କାମ କରୁଛନ୍ତି। ଏହି ହନ୍ତା ଭାଇରସ ମୂଷା ଖାଇବା ଦ୍ୱାରା ହୋଇଥାଏ।”

ବିଶେଷଜ୍ଞଙ୍କ ମତରେ କରୋନା ଭଳି ହନ୍ତା ଭାଇରସ ମନୁଷ୍ୟ ଜାତି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। କରୋନା ଭଳି ଏହା ବାୟୁରେ ବ୍ୟାପେ ନାହିଁ। କିନ୍ତୁ ମୂଷାର ମଳ, ମୂତ୍ର, ଓ ଲାଳ କିମ୍ବା କାମୁଡ଼ା ଯୋଗୁ ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ।

ଏଗୁଡ଼ିକ ସଂସ୍ପର୍ଶରେ ଆସିବା ପରେ ଯଦି ଜଣେ ବ୍ୟକ୍ତି ତା’ର ଆଖି, ନାକ କିମ୍ବା ମୁହଁକୁ ଛୁଇଁବ, ତା’ହେଲେ ତାଙ୍କ ଶରୀରରେ ହନ୍ତା ଭାଇରସ ପ୍ରବେଶ କରିବାର ଆଶଙ୍କା ବଢ଼ିଯିବ। ସେହିପରି ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକମାନେ ଦୀର୍ଘ ଦିନ ଧରି ଥଣ୍ଡା କାଶ, ମୁଣ୍ଡ ବିନ୍ଧା ଓ ଶ୍ୱାସ ଜନିତ ସମସ୍ୟା ଦେଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story