ବର୍ଷା ପାଣିରେ ଭାସିଗଲେ ଯୁବକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ
ହାଇଦ୍ରାବାଦ: ଲଗାଣ ବର୍ଷା ପରେ ହାଇଦ୍ରାବାଦରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ସାଧାରଣ ଜନଜବୀନକୁ ଅସ୍ତବ୍ୟସ୍ତ କରିଛି। ହାଇଦ୍ରାବାଦର ମୁଖ୍ୟ ରାସ୍ତାରେ ନଦୀ ଭଳି ଜଳ ପ୍ରଭାହିତ ହେଉଥିବାରୁ ଘଟଣା ସ୍ଥଳରୁ ଛାତି ଥରାଇ ଦେବା ଭଳି ଭିଡିଓ ସାମ୍ନାକୁ ଆସିଛି।
ଜଣେ ବ୍ୟକ୍ତି କେମିତି ବର୍ଷା ପାଣିରେ ରାସ୍ତାରେ ଭାସି ଯାଉଛନ୍ତି, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବ୍ୟକ୍ତି ଜଣଙ୍କ ପ୍ରଖର ବେଗରେ ପ୍ରବାହିତ ପାଣିରେ ଭାସି ଯାଉଥିବା ବେଳେ ଆଉ କିଛି ଲୋକ ରାସ୍ତା କଡ଼ରେ ଛିଡ଼ା ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ହେଲେ କେହି ବି ଭାସି ଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଆସି ନଥିବା ଭିଡିଓରୁ ଜଣାପଡ଼ିଛି। ପରବର୍ତ୍ତୀ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଉଦ୍ଧାର ହେଲେ କି ନାହିଁ, ତା’ର ଖବର ମଧ୍ୟ ଏଯାଏ ମିଳିନାହିଁ।
#triggerwarning
Rescue operations seem inadequate as a man appears to have washed away in fast moving waters in Old city
Details awaited#HyderabadRains #HyderabadFloods pic.twitter.com/xtMCNayJxB— TNIE Telangana (@XpressHyderabad) October 14, 2020
ଏହି ଡ୍ରାମାଟିକ ଭିଡିଓଟି ଫାଲକନୁମା ନିକଟ ବାରକାସ ଅଞ୍ଚଳର। ପାଣିରେ ଭାସି ଯାଉଥିବା ବ୍ୟକ୍ତି ଜଣଙ୍କ ରାସ୍ତାରେ ଥିବା ଗୋଟିଏ ଖୁଣ୍ଟିକୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଏଥିରେ ସଫଳ ହୋଇ ନଥିଲେ। ପାଣି ତାଙ୍କୁ ଆଗକୁ ଆଗକୁ ଭସାଇ ନେଇ ଚାଲିଥିଲା। ରାସ୍ତାରେ ପାଣି ପ୍ରବାହିତ ହେଉଥିବା ବେଳେ ରାସ୍ତା କଡ଼ରେ ଥିବା ଉଚ୍ଚ ସ୍ଥାନରେ ୨ ଜଣ ବ୍ୟକ୍ତି ଛିଡ଼ା ହୋଇଥିଲେ।
How eerie and scary when a car with no driver inside starts moving, even changes direction and speeds away, because of the force of the flood waters; #ChaltheeKaNaamGaadi quips @Iamtssudhir, little you can do to stop it without risking your life #HyderabadRains @ndtv @ndtvindia pic.twitter.com/DhEhTCOuDw
— Uma Sudhir (@umasudhir) October 13, 2020
ସେମାନେ କୌଣସି ଉପାୟ ନପାଇ କେବଳ ଚିତ୍କାର କରିଥିଲେ ହେଁ କେହି ବି ଶୁଣି ନଥିଲେ। ସେହିପରି କିଛି ଲୋକ ଗୋଟିଏ ଟାୟର ଭାସି ଯାଉଥିବା ଯୁବକଙ୍କ ପାଖକୁ ପକାଇଥିଲେ। ହେଲେ ସେଇଟାକୁ ମଧ୍ୟ ସେ ଧରି ପାରି ନଥିଲେ।
ଏହି ଭିଡିଓ ବ୍ୟତୀତ ଆହୁରି ଅନେକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ହାଇଦ୍ରାବାଦରେ ୨୦ ସେମିରୁ ଅଧିକ ବର୍ଷା ହୋଇଛି। ଏହି କାରଣରୁ ଏକାଧିକ ଅଞ୍ଚଳରେ ପାଣି ପଶି ଯାଇଛି। ପାଣି ଏତେ ପ୍ରଖର ବେଗରେ ଆଗକୁ ଯାଉଛି ଯେ ଅନେକ କାର ଓ ଗାଡ଼ି ରାସ୍ତା ଉପରେ ଭାସି ଯାଉଥିବା ଦେଖିବାକୁ ମିଳିଛି।
Unbelievable scenes as cars, even heavy vehicles, are like free floating objects just carried by the force of water; this one recd as a forward, said to be from Green Park Colony #Saroornagar #HyderabadRains @ndtv @ndtvindia #FloatingInHyderabad pic.twitter.com/Go4dBVmGaT
— Uma Sudhir (@umasudhir) October 13, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।