Advertisment

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା'...

ଲକ୍ଷ୍ନୌ: ଦିନକୁ ଦିନ ସମାଜରେ ଜଘନ୍ୟ ଅପରାଧର ସଂଖ୍ୟା ବଢ଼ିବାରେ ଲାଗିଛି। ଲକ୍ଷ୍ନୌରୁ ଏଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତ ସମ୍ପର୍କ ଉପରୁ ମଧ୍ୟ ଭରସା ତୁଟାଇବାକୁ ଯଥେଷ୍ଟ। ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ। ଘଟଣାଟି ପ୍ରଘଟ ହେବା ପରେ ସମସ୍ତେ ହତବାକ ହୋଇଯାଇଛନ୍ତି। ସୂତ୍ର ଅନୁସାରେ, ଲକ୍ଷ୍ନୌସ୍ଥିତ ପିଜିଆଇ ଥାନାଞ୍ଚଳରେ ପୀଡ଼ିତାଙ୍କ ଘର। ତାଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ତାଙ୍କ ମାଆ ନର୍ସ […]

author-image
Pragnya Choudhury
ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା'...

Misbehave

ଲକ୍ଷ୍ନୌ: ଦିନକୁ ଦିନ ସମାଜରେ ଜଘନ୍ୟ ଅପରାଧର ସଂଖ୍ୟା ବଢ଼ିବାରେ ଲାଗିଛି। ଲକ୍ଷ୍ନୌରୁ ଏଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତ ସମ୍ପର୍କ ଉପରୁ ମଧ୍ୟ ଭରସା ତୁଟାଇବାକୁ ଯଥେଷ୍ଟ। ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ। ଘଟଣାଟି ପ୍ରଘଟ ହେବା ପରେ ସମସ୍ତେ ହତବାକ ହୋଇଯାଇଛନ୍ତି।

Advertisment

ସୂତ୍ର ଅନୁସାରେ, ଲକ୍ଷ୍ନୌସ୍ଥିତ ପିଜିଆଇ ଥାନାଞ୍ଚଳରେ ପୀଡ଼ିତାଙ୍କ ଘର। ତାଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ତାଙ୍କ ମାଆ ନର୍ସ ଭାବେ କାମ କରନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଲଗାତର ୮ ବର୍ଷ ଧରି ତାଙ୍କ ସହ ଦୁଷ୍କର୍ମ କରାଯାଇଛି। ବୟସ ବଢ଼ିବା ସହ ଯେତେବେଳେ ସେ ଏନେଇ ଅବଗତ ହେଲେ ସେ ବିରୋଧ କରିଥିଲେ। ବିରୋଧ କରିବାରୁ ପୀଡ଼ିତାଙ୍କ ଭାଇ ତାଙ୍କୁ ପୁଲିସରେ ନ ଜଣାଇବାକୁ ଏବଂ ଜୀବନରେ ମାରିଦେବାକୁ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲେ।

ଏ ସବୁ ଭିତରେ ପୀଡ଼ିତା ଜଣକ ତାଙ୍କ ମାଆଙ୍କୁ ସବୁ କଥା ଜଣାଇଥିଲେ। ହେଲା ଖୋଦ୍ ମାଆ ତାଙ୍କୁ ଚୁପ୍ ରହିବାକୁ କହି ପୁଅକୁ ସମର୍ଥନ କରୁଥିଲେ। ଶେଷରେ ଆଉ ସହି ନ ପାରି ପୀଡ଼ିତା ଜଣକ ଏନେଇ ୧୦୯୦ ନମ୍ବରରେ କଲ୍ କରି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମାଆ ଓ ପୁଅକୁ ଗିରଫ କରିଛି।

Advertisment

ଏନେଇ ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କୁ ଶିଶୁ ସଂରକ୍ଷଣ ଗୃହକୁ ପଠାଇଦେଇଛି।

Rape Minor Raped