ଏହି କାରଣରୁ ୟେଦ୍ୟୁରପ୍ପାଙ୍କ ଶପଥ ଉତ୍ସବକୁ ଗଲେନି ମୋଦି ଓ ଶାହା

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ରାଜ୍ୟବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନଦେବା ପରେ ଚାଲିଛି ରାଜନୈତିକ ଟଣାଓଟରା ଓ ସଂଖ୍ୟାର ଗଣତି। ଏହା ମଧ୍ୟରେ ନିର୍ବାଚନରେ ୧୦୪ ସିଟ୍‌ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପାଖରେ ବହୁମତ ନଥିଲେ ୟେଦ୍ୟୁରପ୍ପା ରାଜ୍ୟପାଳଙ୍କ ପାଖରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଟଣାଓଟରା […]

yadurappa

yadurappa

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 03:20 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ରାଜ୍ୟବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନଦେବା ପରେ ଚାଲିଛି ରାଜନୈତିକ ଟଣାଓଟରା ଓ ସଂଖ୍ୟାର ଗଣତି। ଏହା ମଧ୍ୟରେ ନିର୍ବାଚନରେ ୧୦୪ ସିଟ୍‌ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପାଖରେ ବହୁମତ ନଥିଲେ ୟେଦ୍ୟୁରପ୍ପା ରାଜ୍ୟପାଳଙ୍କ ପାଖରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଟଣାଓଟରା ଓ ଛକାପଞ୍ଝା ମଧ୍ୟରେ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିଛନ୍ତି। ହେଲେ ଏହି ଶପଥ ଗ୍ରହଣ ଉତ୍ସବରେ ଏକ ବ୍ୟତୀକ୍ରମ ଦେଖିବାକୁ ମିଳିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦେଖିବାକୁ ମିଳି ନଥିଲା। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସାଧାରଣତଃ ଯେଉଁ ରାଜ୍ୟରେ ବିଜେପି ସରକାର ଗଠନ କରେ, ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏହି ଦୁଇ ନେତାଙ୍କୁ ଯେମିତି ହେଲେ ହେଉ ଦେଖିବାକୁ ମିଳିଥାଏ। ହେଲେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବରେ ଏମାନେ ଉପସ୍ଥିତ ନଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ମତରେ, ୟେଦ୍ୟୁରପ୍ପା ସିନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ, ହେଲେ ବହୁମତ ସାବ୍ୟସ୍ତ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପାରେ। କାରଣ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ମେଣ୍ଟ ହୋଇଥିବାରୁ ଏହି ଦଳରୁ ବିଧାୟକଙ୍କୁ ଖସାଇବା ଏକ ପ୍ରକାର ଅସମ୍ଭବ। ଏପରି ସ୍ଥିତିରେ ମୋଦି ଏବଂ ଶାହା ଆଶଙ୍କାରେ ଅଛନ୍ତି, ୟେଦ୍ୟୁରପ୍ପା ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇପାରନ୍ତି। ଶପଥ ପାଠ ଉତ୍ସବକୁ ଆସିବା ପରେ ଯଦି ୟେଦ୍ୟୁରପ୍ପା ବହୁମତ ସାବ୍ୟସ୍ତ କରି ନପାରନ୍ତି ତେବେ ଏମାନଙ୍କୁ ଲୋକହସା ହେବାକୁ ପଡ଼ିବ। ଏପରି ସ୍ଥିତିରେ ଏମାନେ ଶପଥ ପାଠ ଉତ୍ସବକୁ ନଆସିବାକୁ ଉଚିତ ମଣିଥିବା ଆଲୋଚନା ହେଉଛି।

ତା’ପରେ ଏହି ମାମଲାରେ କଂଗ୍ରେସ ଓ ଜେଡିଏସ୍‌ ସୁପ୍ରିମକୋର୍ଟକୁ ଯାଇଥିବାରୁ ତାହା ମଧ୍ୟ ଅନ୍ୟ ଏକ ସମସ୍ୟା। ତେଣୁ ଏପରି ଗୋଳମାଳିଆ ସ୍ଥିତିକୁ ଏଡାଇବା ପାଇଁ ମୋଦି ଓ ଶାହା ୟେଦ୍ୟୁରପ୍ପାଙ୍କ ଶପଥ ପାଠ ଉତ୍ସବକୁ ଯାଇ ନଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story