ଅବ୍‌କୀ ବାର ଟ୍ରମ୍ପ ସରକାର କହିଲେ ମୋଦି

ହ୍ୟୁଷ୍ଟନ୍‌: ମୋଦି ମୋଦି ନାରା ମଧ୍ୟରେ ଇତିହାସ ରଚିଛି ଭାରତ ଓ ଆମେରିକା ମଧ୍ୟରେ ସବୁଠାରୁ ବଡ଼ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’। ଏଥିପାଇଁ ହ୍ୟୁଷ୍ଟନ୍‌ରେ ଏନ୍ଆରଜି ଷ୍ଟାଡିଅମରେ ପ୍ରଥମେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚିବା ପରେ ସେ ମୋଦିଙ୍କ ସହ ମଞ୍ଚକୁ ଆସିଥିଲେ। ଏହାପରେ ଉଭୟ ରାଷ୍ଟ୍ରର ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି […]

tr-md

tr-md

Subrat Kumar Nayak
  • Published: Sunday, 22 September 2019
  • Updated: 23 September 2019, 11:08 AM IST

Sports

Latest News

ହ୍ୟୁଷ୍ଟନ୍‌: ମୋଦି ମୋଦି ନାରା ମଧ୍ୟରେ ଇତିହାସ ରଚିଛି ଭାରତ ଓ ଆମେରିକା ମଧ୍ୟରେ ସବୁଠାରୁ ବଡ଼ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’। ଏଥିପାଇଁ ହ୍ୟୁଷ୍ଟନ୍‌ରେ ଏନ୍ଆରଜି ଷ୍ଟାଡିଅମରେ ପ୍ରଥମେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଞ୍ଚିବା ପରେ ସେ ମୋଦିଙ୍କ ସହ ମଞ୍ଚକୁ ଆସିଥିଲେ। ଏହାପରେ ଉଭୟ ରାଷ୍ଟ୍ରର ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି ଅଭିଭାଷଣ ରଖିଛନ୍ତି।

ଆଜି ମୋଦି ଟ୍ରମ୍ପଙ୍କ ନେତୃତ୍ୱର ପ୍ରଶଂସାରେ ଶତମୁଖ ହୋଇଥିଲେ। ମୋଦି ନିଜ ଭାଷଣରେ କହିଥିଲେ, ପ୍ରତିଥର ମୁଁ ଯେତେବେଳେ ଟ୍ରମ୍ପଙ୍କୁ ଭେଟେ, ମୁଁ ବନ୍ଧୁତ୍ୱ ହିଁ ତାଙ୍କ ଭିତରେ ଦେଖିପାରେ। ସେ ଆମେରିକାକୁ ପୁଣି ସମୃଦ୍ଧ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ସେ ଆମେରିକାର ଅର୍ଥନୀତି ସୁଦୃଢ଼ କରିବା ସହ ବିଶ୍ୱର ଅର୍ଥନୀତିରେ ସୁଧାର ଆଣିବାରେ ବଡ଼ ଭୂମିକା ତୁଲାଇଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ, “ଆମେ ଭାରତୀୟମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବହୁତ ଘନିଷ୍ଠ ହୋଇଛୁ। ତାଙ୍କ ପାଇଁ ମୁଁ କହିବାକୁ ଚାହେଁ, ଅବ୍ କୀ ବାର ଟ୍ରମ୍ପ ସରକାର। ଆମ ସମ୍ପର୍କ ହ୍ୟୁଷ୍ଟନରୁ ହାଇଦ୍ରାବାଦ, ବୋଷ୍ଟନ୍ରୁ ବେଙ୍ଗାଲୁରୁ, ସିକାଗୋରୁ ଶିମ୍ଲା, ନୂଆଦିଲ୍ଲୀରୁ ନ୍ୟୁଜର୍ସି ଏବଂ ଲସ୍ଏଞ୍ଜେଲ୍ସରୁ ଲୁଧିଆନା ଯାଏ ପରିବ୍ୟାପ୍ତ। ଟ୍ରମ୍ପ ମୋତେ ୨୦୧୭ ମସିହାରେ ତାଙ୍କ ପରିବାର ସହ ପରିଚିତ କରାଇଥିଲେ। ଆଜି ମୁଁ ମୋ ପରିବାର ସହ ପରିଚିତ କରାଇ ଗର୍ବିତ ମନେ କରୁଛି। ଭାରତର ବନ୍ଧୁ, ଜଣେ ମହାନ୍ ଆମେରିକା ରାଷ୍ଟ୍ରପତି ମୋ ବନ୍ଧୁ ଡୋନାଲ୍ଡ ଟ୍ରମ୍ପ।”

ଟ୍ରମ୍ପ ମଧ୍ୟ ମୋଦିଙ୍କୁ ପ୍ରଶଂସା କରିଥିଲେ। ସେ ପ୍ରଥମେ ଭାରତୀୟ-ଆମେରିକୀୟଙ୍କ ପ୍ରଶଂସାରେ କହିଥିଲେ, ଆପଣମାନଙ୍କୁ ଆମେରିକୀୟ ଭାବେ ପାଇ ମୁଁ ଗର୍ବିତ। ସେହିଭଳି ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ, “ପ୍ରଧାନମନ୍ତ୍ରୀ ମୋଦି ଭାରତୀୟଙ୍କ ପାଇଁ ବଢ଼ିଆ କାମ କରୁଛନ୍ତି। ୫୦ ହଜାର କଠିନ ପରିଶ୍ରମୀ ଭାରତୀୟଙ୍କ ଗହଣରେ ଆଜି ବହୁତ ଖୁସି ଲାଗୁଛି। ଭାରତ ଏବଂ ଆମେରିକାକୁ ଏକାଠି କରିବା ପାଇଁ ଯାହା କିଛି ହେବ ଆମେ ଦୁହେଁ ସେଥିରୁ ଖୁସି ମନାଇବୁ। ଯଦି ଆମେ ପୁଣି ନିର୍ବାଚିତ ହେଉ, ଭାରତ ହ୍ୱାଇଟହାଉସରେ ଜଣେ ଭଲ ବନ୍ଧୁଙ୍କୁ ପାଇବ। ଭାରତ ୩୦ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିବା ବହୁତ ବଡ଼ କଥା। ୧୪ କୋଟି ଲୋକ ଖୁବ ଶୀଘ୍ର ମଧ୍ୟବିତ୍ତ ସ୍ତରକୁ ଚାଲିଯିବେ। ମୁଁ ଭାରତ ସହିତ ଆହୁରି ଅଧିକ କାମ କରିବାକୁ ଇଚ୍ଛୁକ। ଭାରତର ନିବେଶ ବୃଦ୍ଧିକୁ ଆମେ ସ୍ୱାଗତ ଜଣାଉଛୁ। ଖୁବ୍ ଶୀଘ୍ର ଭାରତରେ ଏନବିଏ ବାସ୍କେଟବଲ ଆୟୋଜିତ ହେବ ଏବଂ ବିଶ୍ୱସ୍ତରୀୟ ଉତ୍ପାଦ ସେଠାରେ ପହଞ୍ଚିବ।”

ତେବେ ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ। ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ସହିତ ଏହି ନୃତ୍ୟ ମଧ୍ୟ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା। ଏକ ଭାରତୀୟ ମନ୍ଦିର ଏହି ନୃତ୍ୟ ଶିଳ୍ପୀମାନଙ୍କ ପ୍ରଚ୍ଛଦରେ ରହିଥିଲା। ଆମେରିକାର ବେଶ୍ କିଛି ଗ୍ରୁପ୍ ମଧ୍ୟ ଏହି ଅବସରରେ ନୃତ୍ୟ ପରିବେଷଣ କରିଥିଲେ। ମୋଦି ପହଞ୍ଚିବା ପୂର୍ବରୁ ଟ୍ରମ୍ପଙ୍କୁ ଟ୍ୱିଟ୍ କରି କହିଥିଲେ, ଏହା ବହୁତ ବଡ଼ ଦିନ ହେବ। ଆପଣଙ୍କ ସହ ଖୁବ୍ ଜଲଦି ଭେଟ ହେଉଛି। ଏହା ପୂର୍ବରୁ ଟ୍ରମ୍ପ କହିଥିଲେ, ମୁଁ ମୋ ବନ୍ଧୁଙ୍କ ସହ ହ୍ୟୁଷ୍ଟନ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେବି। ଟେକ୍ସାସରେ ଗୋଟିଏ ବଢ଼ିଆ ଦିନ କଟିବ। ସେହିଭଳି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଥିଲା, ବିଶ୍ୱର ସବୁଠାରୁ ପୁରୁଣା ଏବଂ ସବୁଠାରୁ ବୃହତ ଗଣତନ୍ତ୍ର ମଧ୍ୟରେ ସହଭାଗୀତା ପାଇଁ ଏହା ଉଲ୍ଲେଖନୀୟ ଭୂମିକା ନେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story