ଦିଲ୍ଲୀରେ ଅଟୋ-ଟ୍ୟାକ୍ସି ହରତାଳ; ଯାତ୍ରୀ ହନ୍ତସନ୍ତ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଆଜି ଅଟୋ ଓ ଟ୍ୟାକ୍ସି ଧର୍ମଘଟ ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜଏଣ୍ଟ୍ ଆକ୍ସନ୍ କମିଟି ଅଟୋ-ଟ୍ୟାକ୍ସି ୟୁନିୟନ୍ ଆପ୍ ଆଧାରିତ କ୍ୟାବ୍ସର୍ଭିସ୍ ବିରୋଧରେ ଆଜି ରାଜଧାନୀ ଦିଲ୍ଲୀରେ ହରତାଳର ଡାକରା ଦେଇଛି। ଭାରତୀୟ ମଜଦୁର ସଂଘର ମହାସଚିବ ରାଜେନ୍ଦ୍ର ସୋନି ହରତାଳ ଘୋଷଣା କରିବା ସମୟରେ ଦିଲ୍ଲୀବାସୀଙ୍କୁ କ୍ଷମା ମାଗି କହିଛନ୍ତି, ଦିଲ୍ଲୀବାସୀଙ୍କ ଅସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ହିଁ ଦାୟୀ।
ଗତ କିଛି ଦିନ ହେବ ‘ଓଲା’ ଓ ‘ଉବର’ ପରି କ୍ୟାବ୍ ସର୍ଭିସ୍କୁ ବନ୍ଦ କରିବାକୁ ଟ୍ୟାକ୍ସି ୟୁନିୟନ୍ ଦାବି କରି ଆସୁଛି। ‘ଓଲା’ ଓ ‘ଉବର’ ପାଇଁ ଅଟୋ-ଟ୍ୟାକ୍ସି ଚାଳକଙ୍କ ରୋଜଗାର ପ୍ରଭାବିତ ହେଉଛି। ସରକାର ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ କରି ନାହାନ୍ତି ଅଟୋ ଓ ଟ୍ୟାକ୍ସି ଚାଳକ ରାସ୍ତାକୁ ଓହ୍ଲାଇବେ ନାହିଁ ୟୁନିୟନ୍କହିଛି।
ଟ୍ୟାକ୍ସି ଚାଳକଙ୍କ କହିବାନୁସାରେ, କେଜ୍ରିୱାଲ୍ ସରକାରଙ୍କ ନିକଟରେ ବାରମ୍ୱାର ଆପ୍ଆଧାରିତ କ୍ୟାବ୍ସର୍ଭିସ୍ବିରୁଦ୍ଧରେ ଅଭିଯୋଗ କରିବା ସତ୍ତ୍ୱେ ସରକାର ଏହି କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।