କରୋନା ପାଇଁ କେନ୍ଦ୍ର-ରାଜ୍ୟର ବୈଠକ, ଜାରି ହେଲା ନୂଆ ଆଡଭାଇଜରୀ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁବା ପରେ ଲୋକଙ୍କ ମନରେ ଛନକା ପଶିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସବୁ ରାଜ୍ୟ ସହ ବୈଠକ କରିଛନ୍ତି। କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟଗୁଡ଼ିକ କେତେ ପ୍ରସ୍ତୁତ, ତା’ର ସମୀକ୍ଷା ଏହି ବୈଠକରେ କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା ଓ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖିବା ପାଇଁ ରାଜ୍ୟ […]

s

s

Hemant Lenka
  • Published: Friday, 06 March 2020
  • Updated: 06 March 2020, 05:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁବା ପରେ ଲୋକଙ୍କ ମନରେ ଛନକା ପଶିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସବୁ ରାଜ୍ୟ ସହ ବୈଠକ କରିଛନ୍ତି।

କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟଗୁଡ଼ିକ କେତେ ପ୍ରସ୍ତୁତ, ତା’ର ସମୀକ୍ଷା ଏହି ବୈଠକରେ କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା ଓ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖିବା ପାଇଁ ରାଜ୍ୟ ସରକାରମାନେ ବ୍ୟବସ୍ଥା କରନ୍ତୁ ବୋଲି ଡା.ହର୍ଷବର୍ଦ୍ଧନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହ ନୂଆ ଲ୍ୟାବ ମଧ୍ୟ ପ୍ରତିଷ୍ଠା କରିବାକୁ କୁହାଯାଇଛି। ବୈଠକରେ ପରେ ଲୋକସଭା ଓ ସାଧରଣ ଲୋକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ଆଡଭାଇଜରୀ ଅନୁଯାୟୀ, ଲୋକମାନେ ଅଯଥା ବିଦେଶ ଗସ୍ତ କରିବାକୁ ବାରଣ କରାଯାଇଛି। ସେହିପରି ଫ୍ଲୁ ଜନିତ ରୋଗରେ ପୀଡ଼ିତ ଥିବା ଲୋକମାନେ ଯଥା ସମ୍ଭବନ ଅନ୍ୟମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ମାସ୍କ ବ୍ୟବହାର କରନ୍ତୁ।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। କରୋନା ଆତଙ୍କ ଥମିବା ଯାଏ ସାଧାରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଉ। ଯଦି କୌଣସି ସଭା ସମିତି ଜରୁରୀ ରହିଛି, ତା’ହେଲେ ରାଜ୍ୟ ସରକାରମାନେ ଏଠାକୁ ଆସୁଥିବା ଏବଂ ଏହାକୁ ଆୟୋଜନ କରୁଥିବା ଲୋକମାନଙ୍କୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାର ବ୍ୟବସ୍ଥା କରନ୍ତୁ। ସ୍ଥିତି ଅନୁସାରେ ନିଷ୍ପତ୍ତି ନେବାକୁ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସଭାର ସାଂସଦ ଓ ସରକାରୀ ବାବୁମାନଙ୍କ ପାଇଁ ମଧ୍ୟ ନୂଆ ଆଡଭାଇଜରୀ ଜାରି କରାଯାଇଛି। ସଂସଦରେ ଭିଜିଟରଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଏଥିସହ ସଂସଦ ମଧ୍ୟରେ ବାହାର ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ପରସ୍ପର ସହ ହାତ ମିଳାଇବା ଓ ଆଲିଙ୍ଗନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଆସନ୍ତା ସପ୍ତାହରୁ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ସଂସଦ ମଧ୍ୟରେ ବାହାର ଲୋକଙ୍କୁ ଭେଟି ପାରିବେ ନାହିଁ। ସାଂସଦମାନେ ସେମାନଙ୍କ ଭିଜିଟରଙ୍କୁ ସଂସଦ ମଧ୍ୟରେ ବୁଲାଇ ପାରିବେ ନାହିଁ। ସେହିପରି ସରକାରୀ ବାବୁମାନେ ଆସନ୍ତା ୩୧ ତାରିଖ ଯାଏ ବାଓମେଟ୍ରିକ ଉପସ୍ଥାନ ଦେବେ ନାହିଁ। ଏହି ସମୟସୀମା ମଧ୍ୟରେ ସେମାନେ ନିଜର ଉପସ୍ଥାନ କାଗଜ କଲମରେ ଦେଇପାରିବେ। ଏହି ନିୟମ ସବୁ ସରକାରୀ ଅଫିସରେ ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story