ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ପାଇଁ ଲଢ଼େଇ ଚାଲିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ପ୍ରେମ ପାଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ଘର ଓଡ଼ିଶାରେ ଓ ସେ ବୁଧବାର ଏଭଳି ଆତ୍ମହତ୍ୟା କରିଛନ୍ତି।
୨୪ ବର୍ଷୀୟ ଏମ ପଦ୍ମା ଆନ୍ଧ୍ର ପ୍ରଦେଶର ଭାଡଲାମୁରୁ ରାସ୍ତାରେ ଥିବା ଏକ ଚୁଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଏହି ସମୟରେ ପଦ୍ମା ତାଙ୍କ ସହ କାମ କରୁଥିବା ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ।
ଯୁବକ ଜଣ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ହେଲେ କିଛି ଦିନ ହେବ ଯୁବକ ଜଣଙ୍କ ପୂର୍ବଭଳି ପଦ୍ମାଙ୍କୁ ଭଲ ପାଇବା ବନ୍ଦ କରିଦେଇଥିଲେ। ଏଥିରେ ହତାଶ ହୋଇ ପଦ୍ମା ଚୁଙ୍ଗୁଡ଼ି ପ୍ୟାକ୍ଟ୍ରିରେ ଲାଗିଥିବା ଫ୍ୟାନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।
ପଦ୍ମାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସହ କାମ କରୁଥିବା ଓଡ଼ିଶାର ଆଉ ୩ ଯୁବତୀ ସୋନାଲି, ମନୀଷା ଓ ଗାଙ୍ଗି ଚଟଣାରେ ହିଁ ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ସଞ୍ଜୟଙ୍କ ଦାବି, ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସଞ୍ଜୟ କହିଛନ୍ତି ଯେ ଗତ ୧୦-୧୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେବି ଆରଏସ୍ଏସ୍ ମୁଖ୍ୟାଳୟକୁ ଯାଇନଥିଲେ। କିନ୍ତୁ ଏବେ ଯିବା ପଛରେ ତାଙ୍କ ଅବସର ଯୋଜନା ହିଁ ରହିଛି।

National
ବହୁ ବିବାହ ପ୍ରଥା ବେଆଇନ! କେମିତି ୨ ଜଣଙ୍କୁ ଗୋଟିଏ ମଣ୍ଡପରେ ବାହା ହେଲେ ସୂର୍ଯ୍ୟ ଦେବ?
ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସମୟରେ ଦୁଇ ଜଣ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା। ୩ ବର୍ଷର ପ୍ରେମ ସମ୍ପର୍କରେ ସେ ଦୁଇ ଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

National
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପୁଣି ସଫଳତା: ଟଳିଲେ ୧୬ ମାଓବାଦୀ
ନକ୍ସଲ ମୁକ୍ତ ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ମିଳିବାରେ ଲାଗିଛି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।