କୁମାରସ୍ୱାମୀଙ୍କ ଶପଥ ଉତ୍ସବରେ ବିରୋଧୀଙ୍କ ମେଳି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଏଚ୍‌ଡି କୁମାରସ୍ୱାମୀ ଶପଥ ଗ୍ରହଣ କରିଛନ୍ତି। ଆଜି ଅପରାହ୍ଣ ସାଢ଼େ ୪ଟାରେ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଗୋଟିଏ ମଞ୍ଚରେ ଏକାଠି ହୋଇ ବିରୋଧୀ ଦଳମାନେ ବିଜେପି ଓ ମୋଦିଙ୍କ ବିରୋଧରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାର ସଙ୍କେତ ଦେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, […]

karnatka

karnatka

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 06:44 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଏଚ୍‌ଡି କୁମାରସ୍ୱାମୀ ଶପଥ ଗ୍ରହଣ କରିଛନ୍ତି। ଆଜି ଅପରାହ୍ଣ ସାଢ଼େ ୪ଟାରେ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଗୋଟିଏ ମଞ୍ଚରେ ଏକାଠି ହୋଇ ବିରୋଧୀ ଦଳମାନେ ବିଜେପି ଓ ମୋଦିଙ୍କ ବିରୋଧରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାର ସଙ୍କେତ ଦେଇଛନ୍ତି।

karnatkaଶପଥ ଗ୍ରହଣ ଉତ୍ସବରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆରଜେଡି ନେତା ତେଜସ୍ୱୀ ଯାଦବ, ଏନ୍‌ସିପି ଅଧ୍ୟକ୍ଷ ଶରତ ପାୱର, ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜାଙ୍କୁ ଦେଖିବାକୁ ମିଳିଥିଲା। ଏହାସହ ଉତ୍ତରପ୍ରଦେଶ ଗୋରଖପୁର ନିର୍ବାଚନ ପରେ ହାତ ମିଳାଇଥିବା ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ମଞ୍ଚରେ ଏକାଠି ହୋଇଥିଲେ।

ଏମାନଙ୍କ ବ୍ୟତୀତ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୁମାରସ୍ୱାମୀଙ୍କ ପିତା ଏଚ୍‌ଡି ଦେବଗୌଡା ମଧ୍ୟ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ଉତ୍ସବ ଆଳରେ ଏ ସମସ୍ତ ନେତା ବିଜେପି ବିରୋଧୀରେ ମେଳି ବାନ୍ଧିଥିବା ଚର୍ଚ୍ଚା ହେଉଛି। ଏହାର କୌଣସି ସ୍ପଷ୍ଟ ଚିତ୍ର ମିଳି ନଥିଲେ ମଧ୍ୟ ଆଗାମୀ ୨୦୧୯ ନିର୍ବାଚନରେ କଂଗ୍ରେସ ଏ ସବୁ ଦଳ ସହ ମେଣ୍ଟ କରିପାରେ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି।

କର୍ଣ୍ଣାଟକ ନାଟକର ଅନ୍ତ: କର୍ଣ୍ଣାଟକରେ ସରକାର ଗଠନ ପାଇଁ ଲାଗି ରହିଥିବା ନାଟକର ପରିସମାପ୍ତି ଘଟିଛି। ନିର୍ବାଚନ ଫଳାଫଳ ଘୋଷଣା ପରେ କେବଳ ରାଜ୍ୟ ନୁହେଁ ଦେଶର ରାଜନୀତିରେ ବହୁତ ଓଲଟପାଲଟ ଘଟିଛି। ରାଜ୍ୟବାସୀ କୌଣସି ଦଳକୁ ସ୍ପଷ୍ଟ ବହୁମତ ଦେଇନାହାଁନ୍ତି। ଏପରି ସ୍ଥିତିରେ ଫଳାଫଳ ଘୋଷଣା ପରେ ହିଁ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବେ ସରକାର ଗଠନ କରିବାକୁ ଘୋଷଣା କରିଥିଲେ। ୧୦୪ ସିଟ୍‌ରେ ବିଜୟୀ ହୋଇ ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ବିଜେପି ମଧ୍ୟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି କରିଥିଲା। ରାଜ୍ୟପାଳ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ୧୫ ଦିନ ସମୟ ଦେବା ସହ ସରକାର ଗଠନ କରିବାକୁ ଡାକିଥିଲେ। ଯାହାକୁ ବିରୋଧ କରି କଂଗ୍ରେସ୍‌ କୋର୍ଟକୁ ଯାଇଥିଲା। ଏହାର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାତିରେ ବସିଥିଲା। ଶେଷରେ କୋର୍ଟ ୧୫ ଦିନ ସମୟକୁ କମାଇ ଦେଇଥିଲେ। ଏହାମଧ୍ୟରେ ୟେଦ୍ୟୁରପ୍ପା ଶପଥ ନେଇଥିଲେ। ହେଲେ ସେ ବହୁମତ ବାସ୍ୟସ୍ତ କରିବା ସମୟ ପୂର୍ବରୁ ମାତ୍ର ଗୋଟିଏ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଇସ୍ତଫା ଦେଇଥିଲେ। ଏହାପରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ସରକାର ଗଠନ ପାଇଁ ରାଜ୍ୟପାଳ ଡାକିଥିଲେ।

karnatkaକେତେଦିନ ତିଷ୍ଠିବ ମେଣ୍ଟ ସରକାର: ଦେଶରେ ବିଭିନ୍ନ ସମୟରେ କ୍ଷମତାକୁ ଆସିଥିବା ମେଣ୍ଟ ସରକାରର ଇତିହାସ ଆଦୌ ଭଲ ନୁହେଁ। ସର୍ବନିମ୍ନ ବୁଝାମଣାରେ ଗଠନ ହୋଇଥିବା ସରକାର ପରେ ସୌଦାବାଜି, ନିଜ ସ୍ୱାର୍ଥ ଓ ବିଚାରରେ ମତଭେତ କାରଣରୁ ଭାଙ୍ଗି ଯାଇଛି। ଏପରି ସ୍ଥିତିରେ କର୍ଣ୍ଣାଟକରେ ସରକାର ଭବିଷ୍ୟତ କ’ଣ ହେବ ତାକୁ ନେଇ ଏବେଠାରୁ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କୁମାରସ୍ୱାମୀ ଏବଂ ୟେଦ୍ୟୁରପ୍ପା ମଧ୍ୟ ମେଣ୍ଟ କରିଥିଲେ। ହେଲେ ଏହା ତିଷ୍ଠି ନଥିଲା। ୟେଦ୍ୟୁରପ୍ପା ପ୍ରଥମ ଥର ୨୦୦୭ ନଭେମ୍ବର ୧୨ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବାର ୮ମ ଦିନରେ ଅର୍ଥାତ ନଭେମ୍ବର ୧୯ରେ ତାଙ୍କୁ ପଦ ଛାଡିବାକୁ ପଡ଼ିଥିଲା। ମେଣ୍ଟ ସରକାରରେ ହୋଇଥିବା ବୁଝାମଣା ଅନୁସାରେ ମୁଖ୍ୟମନ୍ତ୍ରୀ ଆସନରେ ଦୁଇ ଦଳର ନେତା ସମାନ ସମୟ ମୁଖ୍ୟମନ୍ତ୍ରୀ ରହିବାର ଥିଲା। ବୁଝାମଣା ଅନୁସାରେ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ ୨୦୦୬ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଯେତେବେଳେ ୨୦୦୭ ଅକ୍ଟୋବରରେ ୟେଦ୍ୟୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ହେବାର ସମୟ ଆସିଲା କୁମାରସ୍ୱାମୀ ବୁଝାମଣାକୁ ମାନି ନଥିଲେ। ୟେଦ୍ୟୁରପ୍ପାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

ଜନାଦେଶ ବିରୋଧୀ ଦିବସ ଭାବେ ପାଳନ କଲା ବିଜେପି: କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଜନାଦେଶ ବିରୋଧ ଦିବସ ଭାବେ ପାଳନ କରିଛି ବିଜେପି। କର୍ଣ୍ଣାଟକବାସୀ ବିଜେପିକୁ ସତ୍ତା ସମ୍ଭାଳିବା ଦାୟିତ୍ୱ ଦେଇଥିଲେ। କଂଗ୍ରେସ, ଜେଡିଏସ୍ ସହ ଚକ୍ରାନ୍ତ କରି ଶାସନକୁ ହାତେଇଥିବା ଅଭିଯୋଗ କରିଛି ଦଳ। ଏହାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ପ୍ରୟାସ କରିବ। ଏପରିକି ନବ ଗଠିତ ମେଣ୍ଟ ଆଗାମୀ ୩ ମାସ ମଧ୍ୟରେ ଭାଙ୍ଗିଯିବ। କ୍ଷମତା ଲୋଭରେ ପରସ୍ପର ମଧ୍ୟରେ ଜେଡିଏସ୍ ଏବଂ କଂଗ୍ରେସ ଲଢ଼ିବେ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story