କରୋନା ଯୋଗୁ ସଙ୍କଟରେ ପୂରା ବିଶ୍ୱ, କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୁଣାଇଲେ ଓଲଟା କାହାଣୀ

ଇସଲାମାବାଦ: ମହାମାରୀ କରୋନା ସଙ୍କଟ ଯୋଗୁ ପୂରା ବିଶ୍ୱର ଅର୍ଥନୀତି ବିଗିଡ଼ିବାରେ ଲାଗିଛି। ଏଥିରୁ ବିଶ୍ୱବାସୀ କେମିତି ମୁକୁଳିବେ, ତା’ର ଉପାୟ ଖୋଜୁଛନ୍ତି। ହେଲେ ଏସବୁ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଠିକ ଓଲଟା କାହାଣୀ ଶୁଣାଣିଛନ୍ତି। କିଛି ଦିନ ହେଲାଣି ପାକିସ୍ତାନରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଏଥିପାଇଁ ଇମ୍ରାନ ଖାନ୍ ନିଜ ସରକାରକୁ ବାରମ୍ବାର ସାବାସୀ ଦେବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇମ୍ରାନ କହିଛନ୍ତି ଯେ ବିଶ୍ୱରେ କରୋନାକୁ ନିୟନ୍ତ୍ରଣ […]

dc

dc

Hemant Lenka
  • Published: Monday, 24 August 2020
  • Updated: 24 August 2020, 07:30 PM IST

Sports

Latest News

ଇସଲାମାବାଦ: ମହାମାରୀ କରୋନା ସଙ୍କଟ ଯୋଗୁ ପୂରା ବିଶ୍ୱର ଅର୍ଥନୀତି ବିଗିଡ଼ିବାରେ ଲାଗିଛି। ଏଥିରୁ ବିଶ୍ୱବାସୀ କେମିତି ମୁକୁଳିବେ, ତା’ର ଉପାୟ ଖୋଜୁଛନ୍ତି। ହେଲେ ଏସବୁ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଠିକ ଓଲଟା କାହାଣୀ ଶୁଣାଣିଛନ୍ତି।

କିଛି ଦିନ ହେଲାଣି ପାକିସ୍ତାନରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଏଥିପାଇଁ ଇମ୍ରାନ ଖାନ୍ ନିଜ ସରକାରକୁ ବାରମ୍ବାର ସାବାସୀ ଦେବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇମ୍ରାନ କହିଛନ୍ତି ଯେ ବିଶ୍ୱରେ କରୋନାକୁ ନିୟନ୍ତ୍ରଣ କରିପାରିଥିବା କିଛି ଭାଗ୍ୟବାନ ଦେଶଙ୍କ ମଧ୍ୟରେ ପାକିସ୍ତାନ ରହିଛି।

ଏଠାରେ କରୋନାକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି। ଆଜି ଇମ୍ରାନ ଟ୍ୱିଟ କରି ଦେଶର ଅର୍ଥନୀତି କଥା କହିଛନ୍ତି। ସାରା ବିଶ୍ୱର ଅର୍ଥନୀତି ବିଗିଡ଼ି ଯାଇଥିବା ବେଳେ ପାକିସ୍ତାନର ଅର୍ଥନୀତି ଠିକ୍‌ ଟ୍ରାକକୁ ଆସି ଯାଇଥିବା ସେ ଦାବି କରିଛନ୍ତି। ଇମ୍ରାନ ଖାନ କହିଛନ୍ତି, ଜୁଲାଇ ମାସରେ ପାକିସ୍ତାନର କରେଣ୍ଟ ଆକାଉଣ୍ଟ ବାଲାନ୍ସ ୪୨୪ ମିଲିୟନ ଡଲାର ସରପ୍ଲସରେ ପହଞ୍ଚି ଯାଇଛି।

ଏହି ସଂଖ୍ୟା ହିଁ ବୟାନ କରୁଛି ଯେ ପାକିସ୍ତାନର ଅର୍ଥନୀତି ଏବେ ଠିକ ରାସ୍ତାକୁ ଚାଲି ଆସିଛି। ଗତବର୍ଷ ଜୁଲାଇ ମାସରେ ପାକିସ୍ତାନର କରେଣ୍ଟ ଆକଉଣ୍ଟ ବାଲାନ୍ସ ୬୧୩ ମିଲିୟନ ଡଲାର କ୍ଷତିରେ ରହିଥିଲା। ତେବେ ଗତ ମାସରେ ଏହି କ୍ଷତିର ପରିମାଣ ୧୦୦ ମିଲିୟର ଡଲାରକୁ ହ୍ରାସ ପାଇଥିଲା। ଏବେ ଗୋଟିଏ ମାସରେ ୪୨୪ ମିଲିୟନ ଡଲାର ଲାଭରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କରୋନା କଟକଣା ବେଳେ ବିଦେଶରେ ରହୁଥିବା ପାକିସ୍ତାନୀମାନେ ରେକର୍ଡ ସଂଖ୍ୟକ ଟଙ୍କା ସେମାନଙ୍କ ଘରକୁ ଆକାଉଣ୍ଟ ଜରିଆରେ ପଠାଇଛନ୍ତି। ସେହିପରି ରପ୍ତାନୀ ମଧ୍ୟ ଢେର ବୃଦ୍ଧି ପାଇଛି। ୨୦୨୦ ଜୁନ୍‌ ମାସ ତୁଳନାରେ ଜୁଲାଇରେ ରପ୍ତାନୀ ପରିମାଣ ପ୍ରାୟ ୨୦% ବୃଦ୍ଧି ପାଇଛି। ଏହି କାରଣରୁ ଦେଶର କରେଣ୍ଟ ବ୍ଲାନ୍ସରେ ବୃଦ୍ଧି ପାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story