ଜାତିସଂଘରେ ମୋଦିଙ୍କ ପ୍ରତିଜ୍ଞା: ଭାରତ ସାରା ବିଶ୍ୱକୁ ଟିକା ଯୋଗାଇ ଦେବ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଏଥିସହ ମଳିତ ଜାତିସଂଘରେ ସଂସ୍କାର ଆସିବା ଦରକାର ବୋଲି ମୋଦି ମତ ରଖିଛନ୍ତି। ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼େଇ କରୁଥିବା ବେଳେ ଭାରତ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇଛି। ଏଥିସହ ଭାରତ ପ୍ରସ୍ତୁତ କରୁଥିବା କରୋନା ଟିକା ସମଗ୍ର ବିଶ୍ୱକୁ ଯୋଗାଇ ଦିଆଯିବ ବୋଲି […]

vv

vv

Hemant Lenka
  • Published: Saturday, 26 September 2020
  • Updated: 26 September 2020, 07:14 PM IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଏଥିସହ ମଳିତ ଜାତିସଂଘରେ ସଂସ୍କାର ଆସିବା ଦରକାର ବୋଲି ମୋଦି ମତ ରଖିଛନ୍ତି। ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼େଇ କରୁଥିବା ବେଳେ ଭାରତ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇଛି। ଏଥିସହ ଭାରତ ପ୍ରସ୍ତୁତ କରୁଥିବା କରୋନା ଟିକା ସମଗ୍ର ବିଶ୍ୱକୁ ଯୋଗାଇ ଦିଆଯିବ ବୋଲି ମୋଦି ଜାତିସଂଘରେ ପ୍ରତିଜ୍ଞା କରିଛନ୍ତି।

ଭର୍ଚ୍ୟୁଆଲ ପ୍ଲାଟଫର୍ମରେ ସମ୍ବୋଧନ କରି ମୋଦି କହିଛନ୍ତି, ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି।କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ ବିଶ୍ୱବାସୀ ଅନେକ ଯୁଦ୍ଧର ସମ୍ମୁଖୀନ ହୋଇଛନ୍ତି। ଏହି ଯୁଦ୍ଧରେ ଅନେକ ଅନେକ ନିରୀହ ଲୋକଙ୍କ ଜୀବନ ମଧ୍ୟ ଯାଇଛି।

କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା? ଜାତିସଂଘରେ ସଂସ୍କାର ଆସିବା ଦରକାର। ଏହା ସମୟର ଆବଶ୍ୟକତା। ଭାରତକୁ କେତେ ଦିନ ଯାଏ ଜାତିସଂଘର ନିଷ୍ପତ୍ତି ଗ୍ରହଣ କରୁଥିବା ବର୍ଗଠାରୁ ବଞ୍ଚିତ କରି ରଖାଯିବ? ଯେବେ ଆମେ ମଜବୁତ ଥିଲୁ କେବେ ବି ପୃଥିବୀକୁ କଷ୍ଟ ଦେଇନୁ। ଯେବେ ମଜବୁର ଥିଲୁ, ପୃଥିବୀ ଉପରେ ବୋଝ ହୋଇନୁ। ଏଭଳି ଦେଶକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ?

ଆମେ ପୂରା ବିଶ୍ୱକୁ ଏକ ପରିବାର ମାନୁ, ଏହା ଆମର ସଂସ୍କୃତି ଓ ସଂସ୍କାର। ଭାରତ ସବୁବେଳେ ବିଶ୍ୱ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛି। ଆଗକୁ ମଧ୍ୟ ପ୍ରାଥମିକତା ଦେବ। ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଭାରତ ସବୁଠାରୁ ଅଧିକ ଯବାନଙ୍କୁ ହରାଇଛି। ଭାରତ ନିଜ ସ୍ୱାର୍ଥ ନୁହେଁ, ସବୁବେଳେ ମାନବଜାତିର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସିଛି। ଭାରତ ଯେବେ ବନ୍ଧୁତ୍ୱର ହାତ ବଢ଼ାଏ, କାହା ଖିଲାପରେ ଯାଏନି।

ମହାମାରୀ ଭଳି କଠିନ ସମୟରେ ଭାରତ ୧୫୦ ଦେଶକୁ ଔଷଧ ଯୋଗାଇଛି। ଭାରତର ଭ୍ୟାକସିନ ଉତ୍ପାଦନ କ୍ଷମତା ମାନବ ଜାତିର କଲ୍ୟାଣରେ ଲାଗିବ। ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଟିକା ସମଗ୍ର ବିଶ୍ୱକୁ ଯୋଗାଇ ଦିଆଯିବ। ଏନେଇ କେବେ ହେଲେ ଭାରତ ପଛଘୁଞ୍ଚା ଦେବନାହିଁ। ପଡ଼ୋଶୀ ପ୍ରଥମ ନୀତିକୁ ଭାରତ ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଆମର ମାର୍ଗ ଜନ କଲ୍ୟାଣରୁ ଜଗତ କଲ୍ୟାଣ ଯାଏ ପରିବ୍ୟାପ୍ତ। ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଆମେ ଆତ୍ମନିର୍ଭର ଦିଗରେ ଅଗ୍ରସର ହେବୁ। ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭାରତ କେବେ ହେଲେ ମାନବଜାତି ଶତ୍ରୁଙ୍କ ବିରୋଧରେ ସ୍ୱର ଉଠାଇବାକୁ ଡରିବ ନାହିଁ। ଆସନ୍ତା ବର୍ଷ ଜାନୁଆରୀ ମାସରୁ ଭାରତ ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ଆରମ୍ଭ କରିବ। ଭାରତ ସର୍ବଦା ଶାନ୍ତି, ସ୍ଥିରତା ସପକ୍ଷରେ ମତ ରଖିବ। ଭାରତ ସବୁବେଳେ ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଡ୍ରଗ୍ସ ଓ ମନି ଲଣ୍ଡରିଂ ବିରୋଧରେ ସ୍ୱର ଉଠାଇ ଚାଲିବ ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story