ବିହାର ବିଜୟ ପଛର ସିକ୍ରେଟ କହିଲେ ମୋଦି

ନୂଆଦିଲ୍ଲୀ: ବିହାରରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ଆଜି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ କେନ୍ଦ୍ରମନ୍ତ୍ରୀ ଏହି ଉତ୍ସବରେ ସାମିଲ ହୋଇ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ଏଥିପାଇଁ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର […]

f

f

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 08:49 PM IST

Sports

Latest News

ନୂଆଦିଲ୍ଲୀ: ବିହାରରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ଆଜି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ କେନ୍ଦ୍ରମନ୍ତ୍ରୀ ଏହି ଉତ୍ସବରେ ସାମିଲ ହୋଇ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି।

ଏଥିପାଇଁ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲ। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ବିହାର ବିଜୟ ପଛର ସିକ୍ରେଟ ଦଳୀୟ କର୍ମୀଙ୍କୁ କହିଛନ୍ତି। ପ୍ରଥମେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ କରୋନା ସଂକ୍ରମଣ ମଧ୍ୟରେ ବି କୋଟିକୋଟି ଲୋକ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାରୁ ମୋଦି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ସେ କହିଛନ୍ତି, ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ସେ ଖବର ସବୁଆଡ଼େ ଶିରୋନାମା ପାଲଟି ଥିଲା। ନିର୍ବାଚନ ବେଳେ ବିହାରରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ପୂର୍ବରୁ ପ୍ରମୁଖ ଖବର ଥିଲା। କିନ୍ତୁ ଏବେ କେତେ ପ୍ରତିଶତ ଭୋଟ ହୋଇଛି, ତାହା ମୁଖ୍ୟ ଖବର ପାଲଟିଛି। ବିନା ବୁଥ୍ ରିଗିଂ ଓ ରିପୋଲିଂରେ ବିହାର ନିର୍ବାଚନ ଶେଷ ହୋଇଛି। କାଲିର ନିର୍ବାଚନ ଫଳାଫଳର ଗୁରୁତ୍ୱ ବହୁତ ବଡ଼। କାଲି ପୂର୍ବରେ ମଣିପୁର ଠାରୁ ପଶ୍ଚିମରେ ଗୁଜରାଟ ପର୍ଯ୍ୟନ୍ତ ବିଜେପି ଜିତିଛି। ୟୁପି, କର୍ଣ୍ଣାଟକା, ତେଲେଙ୍ଗାନା ଓ ଲଦାଖରେ ବି ବିଜେପି ବିଜୟୀ ହୋଇଛି।

ପୂରା ଦେଶରେ ବିଜେପି ବିଜୟବାନା ଉଡ଼ାଇଛି। ଦିନ ଥିଲା ଆମର ୨ଟି ସିଟ୍ ଥିଲା ଓ ୨ଟି ରୁମ ଥିଲା। ଏବେ ସାରା ଦେଶର ପ୍ରତି କୋଣରେ ଆମ ପ୍ରାର୍ଥୀ ଜିତିଛନ୍ତି। ଯିଏ ଦେଶର ବିକାଶ ପାଇଁ ଠିକ ଭାବେ କାମ କରିବ, ଲୋକ ତାକୁ ହିଁ ଭୋଟ ଦେବେ। ଯିଏ କାମ କରିବ ତାଙ୍କୁ ଲୋକଙ୍କ ଭରପୂର ଆଶୀର୍ବାଦ ମିଳିବ। କାଲି ଏହା ପୁଣି ପ୍ରମାଣିତ ହୋଇଛି।

ଦେଶର ଜନତା ଆପଣଙ୍କ କାମକୁ ଦେଖୁଛନ୍ତି ଓ ମତାମତ ଦେଉଛନ୍ତି। ଏକବିଂଶ ଶତାବ୍ଦୀରେ ରାଜନୀତି କେବଳ ବିକାଶକୁ ନେଇ ହିଁ ହେବ। ବିଜେପି ଓ ଏନଡିଏ ଲୋକଙ୍କ ବିକାଶକୁ ପ୍ରାଥମିକତା ଦେଇଆସିଛି। ବିହାରରେ ତିନି ଥର କ୍ଷମତାରେ ରହିବା ପରେ ବି ବିଜେପିର ସିଟ୍ ସଂଖ୍ୟା ବଢ଼ିଛି। ଦେଶବାସୀ ବିଜେପିକୁ ବାରମ୍ବାର ମୌକା ଦେଉଛନ୍ତି ଓ ବିଶ୍ୱାସ କରୁଛନ୍ତି। ବିହାରରେ ବିକାଶ ଓ ବିଶ୍ୱାସର ବିଜୟ ହୋଇଛି। ସତ୍ୟ ଓ ବିଶ୍ୱାସର ବିଜୟ ହୋଇଛି ବୋଲି ମୋଦି କହିଛନ୍ତି।

ଆରଜେଡି ଓ କଂଗ୍ରେସକୁ ମଧ୍ୟ ଏହି ଅବସରରେ ସମାଲୋଚନା କରିବାକୁ ମୋଦି ଭୁଲି ନାହାନ୍ତି। ସେ କହିଛନ୍ତି, ପରିବାରବାଦୀ ପାର୍ଟି ଦେଶ ପାଇଁ କ୍ଷତିକାରକ। ଅନେକ ଦିନ କ୍ଷମତାରେ ଥିବା ପାର୍ଟି ଆଜି ପରିବାରର ପାର୍ଟି ହୋଇଯାଇଛି। ଯେଉଁମାନେ ସର୍ବଦା ଅହଂକାର କରନ୍ତି, ସେମାନଙ୍କ ଅବସ୍ଥା ଏବେ କ’ଣ ହୋଇଛି ସେକଥା ଥରେ ଚିନ୍ତା କରନ୍ତୁ। ଲୋକେ ଦେଖୁଛନ୍ତି କିଏ ଦିନ ରାତି ଏକ କରି ପରିଶ୍ରମ କରୁଛି।

ବିଜେପି ସର୍ବଦା ଲୋକଙ୍କ ସହ ଛିଡ଼ା ହୋଇଛି। ଦଳିତ ଓ ପଛୁଆ ବର୍ଗଙ୍କ ସହ ବିଜେପି ରହିଛି। ଲୋକଙ୍କ ବିଶ୍ୱାସ ହିଁ ଆମ ପାଇଁ ବଡ଼ ସମ୍ପତ୍ତି। ଆଗକୁ ମଧ୍ୟ ଆମେ ଏହି ବିଶ୍ୱାସର ସହ କାମ କରିବୁ ବୋଲି ମୋଦି କହିଛନ୍ତି। ମୋଦି ସବୁ ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଜେପି ନଡ୍ଡାଙ୍କୁ ସମସ୍ତଙ୍କ ସହ ମିଶି ଆଗକୁ କାମ କରିବା ପାଇଁ କହିଛନ୍ତି। ସେ କହିଛନ୍ତି, ନଡ୍ଡାଜୀ ଆପଣ ଆଗକୁ ବଢ଼ନ୍ତୁ ଆମେ ଆପଣଙ୍କ ସହ ରହିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story