ଭୁବନେଶ୍ୱର: ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ ୫ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଣବ ମୋଟ ୧୦୮ଟି ଭୋଟ୍ ପାଇଥିବା ବେଳେ ୟୁକେର ପ୍ରାର୍ଥୀ ୬୮ ଖଣ୍ଡ ଭୋଟ୍ ପାଇଥିଲେ। ପୂର୍ବରୁ ଏହି ପଦବୀ ପାଇଁ ତିନି ଜଣ ଭାରତୀୟ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।
ବର୍ତ୍ତମାନ ପ୍ରଣବ କେନ୍ଦ୍ର ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ଚଳିତ ବର୍ଷ କେନ୍ଦ୍ର ସରକାର ଜାନୁଆରୀ ମାସରେ ପ୍ରଣବଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ।
ଶ୍ରୀ ଦାସ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ଗ୍ରାଜୁଏଟ ହୋଇଥିବା ବେଳେ ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ୟୁନିଭର୍ସିଟିରୁ ପିଜି କରିଥିଲେ। ସେ ଭୁବନେଶ୍ୱରର ସ୍ୱର୍ଗତ ଆଇନଜୀବୀ ରମେଶ ଚନ୍ଦ୍ର ଦାସଙ୍କର ପୁଅ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରେମରେ କଣ୍ଟା! ପ୍ରେମୀ ଯୁଗଳଙ୍କୁ OYO ମନା
ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ରହିବାକୁ ମିଳିବ ଅନୁମତି। ହୋଟେଲ ବୁକିଂ କଂପାନୀ ଓୟୋ ସହଭାଗୀ ହୋଟେଲ ଗୁଡ଼ିକ ପାଇଁ ଚେକ୍ ଇନ୍ ନିୟମରେ ସଂଶୋଧନ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Politics
ବିଜେପି ନେତାଙ୍କ ବିବାଦୀୟ ବୟାନ: କହିଲେ- ପ୍ରିୟଙ୍କାଙ୍କ ଗାଲ ଭଳି ରାସ୍ତା କରିଦେବି
ଦିଲ୍ଲୀର କାଲକାଜୀ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ରମେଶ ବିଧୁଡ଼ି। ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ପରେ ମାଗିଲେ କ୍ଷମା।
National
କୋଷ୍ଟଗାର୍ଡ ହେଲିକପ୍ଟର କ୍ରାଶ୍, ୩ ମୃତ
କୋଷ୍ଟଗାର୍ଡର ଏହା ଏକ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ALH Dhruv ଥିଲା। ତେବେ ନିୟମିତ ଅଭ୍ୟାସ ବେଳେ ଆଜି ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି।
National
ଖାଇକୁ ଖସିଲା ବୋଲେରୋ, ୪ ମୃତ
୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ସନ୍ଧାନ ଜାରି ରହିଛି।