ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୁଲିସ୍‌, ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ କଂଗ୍ରେସ ଆରମ୍ଭ କରିଥିବା ଶୋଭାଯାତ୍ରାକୁ ଅଧାରେ ଅଟକାଇଛି ଦିଲ୍ଲୀ ପୁଲିସ୍। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଉଥିବା ବେଳେ ପୁଲିସ୍ ଏହାକୁ ଅଧାରେ ଅଟକାଇଥିଲା। ଏହାକୁ ନେଇ ଠେଲାପେଲା ହେବାରୁ ପୁଲିସ୍ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନ ବିରୋଧରେ କଂଗ୍ରେସ ସଂଗ୍ରହ କରିଥିବା ୨ […]

f

f

Hemant Lenka
  • Published: Thursday, 24 December 2020
  • Updated: 24 December 2020, 01:03 PM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ କଂଗ୍ରେସ ଆରମ୍ଭ କରିଥିବା ଶୋଭାଯାତ୍ରାକୁ ଅଧାରେ ଅଟକାଇଛି ଦିଲ୍ଲୀ ପୁଲିସ୍। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଉଥିବା ବେଳେ ପୁଲିସ୍ ଏହାକୁ ଅଧାରେ ଅଟକାଇଥିଲା। ଏହାକୁ ନେଇ ଠେଲାପେଲା ହେବାରୁ ପୁଲିସ୍ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନ ବିରୋଧରେ କଂଗ୍ରେସ ସଂଗ୍ରହ କରିଥିବା ୨ କୋଟି ଲୋକଙ୍କ ସ୍ୱାକ୍ଷର ଥିବା ସ୍ମାରକପତ୍ର ପ୍ରଦାନ କରିଛନ୍ତି। କୃଷି ଆଇନ ଉଚ୍ଛେଦ ନ ହେବା ଯାଏ, ଚାଷୀମାନେ ଦିଲ୍ଲୀ ସୀମାରୁ ଉଠିବେ ନାହିଁ ବୋଲି ରାହୁଲ କହିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଚାଷୀଙ୍କ ସହ ରହିଛନ୍ତି। କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେବା ଯାଏ, ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବନାହିଁ। ଭାରତରେ ବର୍ତ୍ତମାନ ଗଣତନ୍ତ୍ର ଶେଷ ହେବାକୁ ବସିଲାଣି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବାକୁ ଚାହୁଁଛି ଯେ କୃଷି ଆଇନକୁ ସେ ପ୍ରତ୍ୟାହାର କରନ୍ତୁ। ସରକାର ସଂସଦର ଯୁଗ୍ମ ଅଧିବେଶନ ଡାକନ୍ତୁ ଓ ଆଇନକୁ ବାତିଲ କରନ୍ତୁ ବୋଲି ସେ କହିଛନ୍ତି।

ଚାଷୀଙ୍କ ସମର୍ଥନରେ ଶୋଭାଯାତ୍ରା କରି ପୁଲିସ୍‌ ଦ୍ୱାରା ଅଟକ ଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ଏବେ କ୍ଷମତାରେ ଥିବା ସରକାରଙ୍କ ସହ ମତ ପାର୍ଥକ୍ୟ ହେଲେ, ଏହାକୁ ଆତଙ୍କବାଦ ସହ ଲିଙ୍କ କରାଯାଉଛି। ଆମେ ଆଜି ଚାଷୀଙ୍କ ସପକ୍ଷରେ ସ୍ୱର ଉଠାଇବା ପାଇଁ ଶୋଭାଯାତ୍ରା କରିଛୁ।

ଆମେ ଗୋଟିଏ ଗଣତନ୍ତ୍ରରେ ରହିଛୁ ଓ ସେମାନେ ସାଂସଦଙ୍କୁ ନିର୍ବାଚିତ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବାର ଅଧିକାର ସେମାନଙ୍କର ରହିଛି ଓ ଏଥିପାଇଁ ସେମାନଙ୍କୁ ଅନୁମତି ମିଳିବା ଦରକାର। ସୀମାରେ ଥିବା ଲକ୍ଷାଧିକ ଚାଷୀଙ୍କ ସ୍ୱରକୁ ଶୁଣିବାକୁ ସରକାର ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆଜି କଂଗ୍ରେସର ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କଂଗ୍ରେସର ସବୁ ନେତାଙ୍କୁ ପ୍ରଥମେ ପୁଲିସ ଶୋଭାଯାତ୍ରା ବେଳେ ଅଟକାଇଥିଲେ। ଏହାପରେ ଅନୁମତିକ୍ରମେ ରାହୁଲ ଗାନ୍ଧି, ଗୁଲାମ ନବୀ ଆଜାଦ ଓ ଆଉ ଜଣେ ବରିଷ୍ଠ ନେତା ରାଷ୍ଟ୍ରପତି ଭବନକୁ ଯାଇ ସ୍ମାରକପତ୍ର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story