ବନ୍ଦ ହେବନି ଜାନୁଆରୀ ୨୬ ଟ୍ରାକ୍ଟର ରାଲି, ଚାଷୀ କହିଲେ ଆନ୍ଦୋଳନ ଭଣ୍ଡୁର ପାଇଁ ଏନଆଇଏ ଭେଳିକି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଆସନ୍ତା ଜାନୁଆରୀ ୨୬ରେ ବିଶାଳ ଟ୍ରାକ୍ଟର ରାଲି କରିବେ। ପ୍ରତିଟି ଟ୍ରାକ୍ଟରରେ ତ୍ରିରଙ୍ଗା ବନ୍ଧା ହେବ। ପୂର୍ବରୁ ମଧ୍ୟ ଚାଷୀମାନେ ଟ୍ରାକ୍ଟର ରାଲି କରିବେ ବୋଲି ଘୋଷଣା କରିଥିଲେ। ତେବେ ବିଭିନ୍ନ ଉପାୟରେ ଏହାକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରାଯାଇଥିଲା। ହେଲେ ଆଜି ଚାଷୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ୨୬ ତାରିଖରେ କୌଣସି ପ୍ରକାରରେ ବି ଟ୍ରାକ୍ଟର ରାଲି ବନ୍ଦ କରିବେନି। ସେହିପରି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ […]

fta

fta

Hemant Lenka
  • Published: Sunday, 17 January 2021
  • Updated: 17 January 2021, 08:52 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଆସନ୍ତା ଜାନୁଆରୀ ୨୬ରେ ବିଶାଳ ଟ୍ରାକ୍ଟର ରାଲି କରିବେ। ପ୍ରତିଟି ଟ୍ରାକ୍ଟରରେ ତ୍ରିରଙ୍ଗା ବନ୍ଧା ହେବ। ପୂର୍ବରୁ ମଧ୍ୟ ଚାଷୀମାନେ ଟ୍ରାକ୍ଟର ରାଲି କରିବେ ବୋଲି ଘୋଷଣା କରିଥିଲେ। ତେବେ ବିଭିନ୍ନ ଉପାୟରେ ଏହାକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରାଯାଇଥିଲା।

ହେଲେ ଆଜି ଚାଷୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ୨୬ ତାରିଖରେ କୌଣସି ପ୍ରକାରରେ ବି ଟ୍ରାକ୍ଟର ରାଲି ବନ୍ଦ କରିବେନି। ସେହିପରି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ସରକାର କୃଷକଙ୍କ ବିରୋଧରେ ଲଢ଼େଇ ବିଶାଳ ବିକ୍ଷୋଭକୁ ଭଣ୍ଡୁର କରିବାକୁ ଚାହୁଁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଆଜି ଏନଆଇଏ ପକ୍ଷରୁ ଚାଷୀ ନେତା ବଲଦେବ ସିଂହ ସର୍ସାଙ୍କ ସମେତ ୪୦ ଜଣଙ୍କୁ ସମନ କରିଛି। Sikhs For Justice ନାମକ ଗୋଟିଏ ଅସିଦ୍ଧ ସଂଗଠନ ସହ ଏହି ଚାଷୀନେତାମାନଙ୍କ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ସମସ୍ତଙ୍କୁ ସମନ କରିଥିବା ଜଣାପଡ଼ିଛି।

ଜଣେ ଚାଷୀନେତା କହିଛନ୍ତି, ଏନଆଇଏ ତଦନ୍ତରେ ସହଯୋଗ କରୁଥିବା ଲୋକଙ୍କୁ ହଇରାଣ କରୁଛି। ଏନଆଇଏ ଯେଉଁ ପଦକ୍ଷେପ ନେଇଛି, ଆମେ ତାକୁ ନିନ୍ଦା କରୁଛୁ। ଏଥିସହ ଏହା ବିରୋଧରେ ଆମେ ଆଇନଗତ ଉପାୟରେ ଲଢ଼େଇ ମଧ୍ୟ କରିବୁ। ସରକାରଙ୍କ ଏଭଳି ଆଭିମୁଖ୍ୟ ଆଦୌ ଠିକ ନୁହେଁ। ସରକାର ୨୬ ତାରିଖରେ ହେବାକୁ ଥିବା ରାଲିକୁ ବନ୍ଦ କରିବା ପାଇଁ ଏନଆଇଏକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଚାଷୀମାନେ ୨୬ରେ କରିବାକୁ ଥିବା ରାଲି ବିରୋଧରେ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ସାଧାରଣତନ୍ତ୍ର ଦିବସରେ ଏଭଳି ଟ୍ରାକ୍ଟର ରାଲି ଦେଶକୁ ଲଜ୍ଜିତ କରିବ ବୋଲି ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବାର ରହିଛି।

ଚାଷୀମାନେ କହିଛନ୍ତି, ୨୬ ତାରିଖ ରାଲିରେ ୧ ହଜାର ଟ୍ରାକ୍ଟର ସାମିଲ ହେବେ। ଏହା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ ଓ ରାଜପଥରେ ହେବାକୁ ଥିବା ପରେଡରେ ଏହା କୌଣସି ପ୍ରକାରର ବାଧା ସୃଷ୍ଟି କରିବ ନାହିଁ। ଆମେ ଆଉଟର ରିଙ୍ଗ ରୋଡ୍‌ରେ ୫୦ କିମି ଯାଏ ଟ୍ରାକ୍ଟର ରାଲି କରିବୁ।

ଆମର ଆଶା ଦିଲ୍ଲୀ ଓ ହରିଆଣା ସରକାର ଆମକୁ ଆମ ବିକ୍ଷୋଭରେ ସହଯୋଗ କରିବେ। ଟ୍ରାକ୍ଟର୍‌ରେ କେବଳ ତ୍ରିରଙ୍ଗା ରହିବ। କୌଣସି ରାଜନୀତିକ ଦଳର ପତାକା ଏଥିରେ ଲାଗିବ ନାହିଁ। ଯେଉଁମାନେ ଦିଲ୍ଲୀରେ ପହଞ୍ଚି ପାରିବେ ନାହିଁ, ସେମାନେ ନିଜ ନିଜ ଅଞ୍ଚଳରେ ଟ୍ରାକ୍ଟର ରାଲି କରିପାରିବେ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀ ନେତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story