ପୁଣି ରିୟାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ସୁଶାନ୍ତଙ୍କ ବାପା

ପାଟନା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଆଜି ପୁଣି ଏକ ଭିଡିଓ ଜାରି କରି ରିୟା ଚକ୍ରବର୍ତ୍ତୀଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ବିହାର ପୁଲିସ୍‌କୁ ତଦନ୍ତ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ନିବେଦନ କରିଛନ୍ତି।

ସେ କହିଛନ୍ତି, ବିହାର ପୁଲିସ୍ ମୁଖ୍ୟ ଅଭିଯୁକ୍ତ‌( ରିୟା ଚକ୍ରବର୍ତ୍ତୀ)ଙ୍କ ଉପରେ ଫୋକସ କରିବା ଦରକାର। ମୁଖ୍ୟ ଅଭିଯୁକ୍ତ ମୋ ଏଫଆଇଆର ପରେ ଫେରାର ଅଛନ୍ତି। ବିହାର ପୁଲିସ୍‌ ତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିଲେ ହେଁ ସେ ତଦନ୍ତରେ ସହଯୋଗ କରୁନାହାନ୍ତି। ତେଣୁ ବିହାର ପୁଲିସ୍‌ ତଦନ୍ତ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ଦରକାର। ବିହାର ମୁଖ୍ୟପନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ରିୟାଙ୍କ ଉପରେ ନଜର ରଖିବାକୁ କହିଛନ୍ତି।

କେକେ ସିଂହ ଆହୁରି କହିଛନ୍ତି, ଫେବୃଆରୀ ୨୫ରେ ଆମେ ବାନ୍ଦ୍ରା ପୁଲିସ୍‌ ସହ ଯୋଗାଯୋଗ କରିବା ସହ ଆମ ପୁଅର ଜୀବନ ବିପଦରେ ଥିବା ଅଭିଯୋଗ କରିଥିଲୁ। ହେଲେ ସେମାନେ କିଛି ବି ପଦକ୍ଷେପ ଗ୍ରହଣ କଲେନାହିଁ। ମୋ ପୁଅର ଜୀବନ ଗଲା ପରେ ଆମେ ପୁଣି ପୁଲିସ୍‌ର ଦ୍ୱାରସ୍ଥ ହେଲୁ। କିନ୍ତୁ ସେମାନେ କିଛି ବି କଲେନାହିଁ।

ଏହାପରେ ମୁଁ ପାଟନା ପୁଲିସ୍‌ର ଦ୍ୱାରସ୍ଥ ହେଲି ଓ କେସ୍‌ ଫାଇଲ କଲି। ପାଟନା ପୁଲିସ୍‌ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ମୁଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରୁଛି କି ସେ ସତ୍ୟର ଉନ୍ମୋଚନ କରିବାରେ ଆମକୁ ସହାୟତା କରନ୍ତୁ।

ଏହା ପୂର୍ବରୁ କେକେ ସିଂହ ଦେଇଥିବା ଏଫଆଇଆରରେ କହିଥିଲେ ଯେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିବା ୧୭ କୋଟି ଟଙ୍କାରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଯାଇଛି। ବିହାର ପୁଲିସ୍‌ ମୁମ୍ବାଇ ଯାଇ ଏହାର ଖୋଳ ତାଡ଼ କରୁଥିଲେ ହେଁ ଏଯାଏ ରିୟାଙ୍କ ବିରୋଧରେ କୌଣସି ପ୍ରମାଣ ପାଇନାହିଁ।

ସେହିପରି ସୁଶାନ୍ତଙ୍କ ସିଏ ସନ୍ଦୀପ ଶ୍ରୀଧର ମଧ୍ୟ ରିୟାଙ୍କ ଆକାଉଣ୍ଟକୁ କୌଣସି ବଡ଼ଧରଣର ଅର୍ଥ ଟ୍ରାନ୍ସଫର ହୋଇ ନଥିବା କହିଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହି ଅଭିଯୋଗ ପରେ ମାମଲା ରୁଜୁ କରିଥିଲା। ଏହାପରେ ଆଜି ଇଡି ସନ୍ଦୀପଙ୍କୁ ଡାକି ସୁଶାନ୍ତଙ୍କ ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରିଛି। ତଥାପି ଇଡି କୌଣସି ହେରଫେରର ଖିଅ ପାଇନାହିଁ।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା