କରୋନା ମୁକାବିଲା ନେଇ ହାତ ଟେକିଦେଲେ ସରକାର, କହିଲେ ଭଗବାନ ହିଁ ଭରସା

ବେଙ୍ଗାଲୁରୁ: କରୋନାର କରାଳ ଓ ଭୟଙ୍କର ରୂପ ମଧ୍ୟରେ ସମଗ୍ର ଦେଶ ଆଉଟ ପାଉଟ ହେଉଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଉଛି। ଏସବୁ ଭିତରେ କର୍ଣ୍ଣାଟକାରେ କ୍ଷମତାସୀନ ବିଜେପି ସରକାର କରୋନା ମୁକାବିଲା ନେଇ ହାତ ଟେକି ଦେଇଛି।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ବେଳେ ସରକାର ଏବେ ଭଗବାନ ହିଁ ସମସ୍ତଙ୍କୁ ରକ୍ଷା କରିପାରିବେ ବୋଲି କହିଛନ୍ତି। କର୍ଣ୍ଣାକଟା ସ୍ୱାସ୍ଥ୍ୟମନ୍ତ୍ରୀ ବି ସୀରାମୁଲୁ କହିଛନ୍ତି, ମହାମାରୀ କରୋନାର ସ୍ଥିତି ଯାହା ହେଲାଣି, ଏବେ କେବଳ ଭଗବାନ ହିଁ ଆମ ସମସ୍ତଙ୍କୁ ରକ୍ଷା କରିପାରିବେ।

କର୍ଣ୍ଣାଟକା ଏବେ ଗୁଜରାଟକୁ ପଛରେ ପକାଇ କରୋନା ପ୍ରଭାବିତ ତାଲିକାର ୪ନଂରେ ପହଞ୍ଚି ଯାଇଛି। ଦିନକୁ ଦିନ ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏହାକୁ ମୁକାବିଲା କରିବା ପରିବର୍ତ୍ତେ ସୀରାମୁଲୁ କହିଛନ୍ତି, “ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମକୁ ଏଥିପାଇଁ ସତର୍କ ରହିବା ଜରୁରୀ।

ଆପଣ ସରକାର ଦଳର ହୁଅନ୍ତି କି ବିରୋଧୀ ଦଳର ହୁଅନ୍ତୁ। ଆପଣ ଗରିବ ହୁଅନ୍ତି କି ଧନୀ। ସତର୍କ ରହିବା ଜରୁରୀ। ମୁଁ ନିଶ୍ଚତ ଯେ ଆହୁରି ୨ ମାସ ପରେ ହିଁ ରାଜ୍ୟରୁ କରୋନା ସଂପୂର୍ଣ୍ଣ ଭାବେ ଉଭେଇ ଯିବ। ସରକାରଙ୍କ ଅବହେଳା ଓ ମନ୍ତ୍ରୀମାନଙ୍କ ଦାୟିତ୍ୱହୀନତା ପାଇଁ ଏସବୁ ହେଉଛି ବୋଲି ଅଭିଯୋଗ ଆସୁଛନ୍ତି। ହେଲେ ମୁଁ ଏଠି କହିବାକୁ ଚାହେଁ ଯେ ଏଥିରେ କୌଣସି ସତ୍ୟତା ନାହିଁ। ସମସ୍ତଙ୍କୁ ମନେ ରଖିବା ଦରକାର ଯେ କେବଳ ଭଗବାନ ହିଁ ଆମକୁ ଏହି ମହାମାରୀ ଭାଇରସରୁ ରକ୍ଷା କରିପାରିବେ।”

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ବୟାନ ଯୋଗୁ ବିଜେପି ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଟାର୍ଗେଟ କରିଛନ୍ତି।

ଆହୁରି ପଢ଼ନ୍ତୁ

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

‘ସଡ଼କ-୨’କୁ ୫୦ ଲକ୍ଷରୁ ଅଧିକ ଡିସ୍‌ଲାଇକ୍‌

୨୦୨୦ରେ ଏହି ସବୁ ଯୋଜନା ରଖିଥିଲେ ସୁଶାନ୍ତ !

ଭାଇରାଲ୍‌ ହେଉଛି ଆମୀର ଖାନ୍‌ଙ୍କ ଭିଡିଓ

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ଯୁବରାଜ କହିଲେ, ସଞ୍ଜୟ ଆପଣ ଜଣେ ଫାଇଟର୍‌

ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର