୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ

ମସ୍କୋ: କରୋନା ମହାମାରୀ ମଧ୍ୟରେ ରୁଷରୁ ଭଲ ଖବର ଆସିଛି। କରୋନାକୁ ମାତ୍‌ ଦେବା ପାଇଁ ରୁଷରେ ପ୍ରସ୍ତୁତ ହୋଇଥିବା ଟିକାର କ୍ଲିନିକାଲ ଟ୍ରାଏଲ ସଫଳତା ପୂର୍ବକ ଶେଷ ହୋଇଛି। ତେଣୁ ୧୦ ଅଗଷ୍ଟ ସୁଦ୍ଧା ରୁଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନା ଟିକା ବାହାର କରିବ। ପରୀକ୍ଷା ଶେଷ ହେବା ପରେ ପଞ୍ଜୀକରଣ କାମ ଆରମ୍ଭ ହୋଇଛି। ୧୦ କିମ୍ବା ୧୨ ତାରିଖ ସୁଦ୍ଧା କାଗଜପତ୍ର କାମ ସରିବା ପରେ ଉତ୍ପାଦନ ଆରମ୍ଭ ହେବ। […]

cv

cv

Hemant Lenka
  • Published: Friday, 07 August 2020
  • Updated: 07 August 2020, 03:43 PM IST

Sports

Latest News

ମସ୍କୋ: କରୋନା ମହାମାରୀ ମଧ୍ୟରେ ରୁଷରୁ ଭଲ ଖବର ଆସିଛି। କରୋନାକୁ ମାତ୍‌ ଦେବା ପାଇଁ ରୁଷରେ ପ୍ରସ୍ତୁତ ହୋଇଥିବା ଟିକାର କ୍ଲିନିକାଲ ଟ୍ରାଏଲ ସଫଳତା ପୂର୍ବକ ଶେଷ ହୋଇଛି। ତେଣୁ ୧୦ ଅଗଷ୍ଟ ସୁଦ୍ଧା ରୁଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନା ଟିକା ବାହାର କରିବ। ପରୀକ୍ଷା ଶେଷ ହେବା ପରେ ପଞ୍ଜୀକରଣ କାମ ଆରମ୍ଭ ହୋଇଛି। ୧୦ କିମ୍ବା ୧୨ ତାରିଖ ସୁଦ୍ଧା କାଗଜପତ୍ର କାମ ସରିବା ପରେ ଉତ୍ପାଦନ ଆରମ୍ଭ ହେବ। ଏହାପରେ ରୁଷ ନିଜ ଦେଶରେ ସର୍ବସାଧାରଣଙ୍କୁ ଏହାର ବ୍ୟବହାର ପାଇଁ ଅନୁମତି ଦେବ। ଆଜି ରୁଷର ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ସୂଚନା ଦେବା ପରେ ସମଗ୍ର ବିଶ୍ୱରେ ନୂଆ ଆଶା ସୃଷ୍ଟି ହୋଇଛି।

ଏହି ଟିକାକୁ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ତିଆରି କରାଯାଇଛି। ଏହାବାଦ ଆଉ ଦୁଇଟି କମ୍ପାନୀ ମଧ୍ୟ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ମାଗିଛନ୍ତି।

ରୁଷର ସ୍ଥାନୀୟ ଗଣମାଧ୍ୟମକୁ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶ୍କୋ କହିଛନ୍ତି, ଗାମାଲେୟା ଇନଷ୍ଟିଚ୍ୟୁଟ ଓ ରୁଷ ପ୍ରତିରକ୍ଷା ବିଭାଗ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି। କ୍ଲିନିକାଲ ଟ୍ରାଏଲ ପରେ ଏବେ କାଗଜପତ୍ର କାମ ଆରମ୍ଭ ହୋଇଛି। ୧୦ କିମ୍ବା ୧୨ ତାରିଖ ସୁଦ୍ଧା ପଞ୍ଜୀକରଣ କାମ ଶେଷ ହେବ। ଏହାପରେ ଏହି ଟିକା ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ। ସେପ୍ଟେମ୍ବର ମାସରୁ ଟିକାକୁ ବିପୁଳ ସଂଖ୍ୟାରେ ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି।

ମସ୍କୋରେ ଅବସ୍ଥାପିତ ଗାମାଲେୟା ଇନଷ୍ଟିଚ୍ୟୁଟ କହିଥିଲା ଯେ ଅଗଷ୍ଟର ମଧ୍ୟ ଭାଗ ସୁଦ୍ଧା କରୋନା ଟିକାର ପ୍ରଥମ ଭାଗ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ। ଏହାର ଅର୍ଥ ଅଗଷ୍ଟ ୧୦ରେ ଏହାର ଉତ୍ପାଦନ ରୁଷରେ ଆରମ୍ଭ ହେବ ଏବଂ ଏହାର ୧୦ରୁ ୧୫ ଦିନ ମଧ୍ୟରେ ଏହା ବଜାରରେ ପ୍ରବେଶ କରିବ।

ବଜାରକୁ ଆସିଲେ ଏହି କରୋନା ଟିକାକୁ ପ୍ରଥମେ ସମ୍ମୁଖଭାଗ କରୋନା ଯୋଦ୍ଧା ଯଥା ଡାକ୍ତର ଓ ଶିକ୍ଷକମାନଙ୍କୁ ଦିଆଯିବ ବୋଲି କୁହାଯାଇଛି। ରୁଷ ପକ୍ଷରୁ କୁହାଯାଇଛି ଯେ ଏହି ଟିକା ନେଉଥିବା ଲୋକମାନଙ୍କ ଶରୀରରେ ୨୧ଦିନରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ସେହିପରି ସେକେଣ୍ଡ ଡୋଜ ନେବା ପରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁଇ ଗୁଣ ହୋଇଯାଉଛି।

ଅନ୍ୟପକ୍ଷରେ ରୁଷ ଏଭଳି ଦାବି କରୁଥିଲେ ହେଁ ଇନଷ୍ଟିଚ୍ୟୁଟ ପକ୍ଷରୁ କେବେ ଏହାର କ୍ଲିନାକାଲ ଟ୍ରାଏଲ କରାଗଲା ଓ ଏଥିରେ କେତେ ଜଣ ସାମିଲ ହୋଇଥିଲେ, ତା’ର ତଥ୍ୟ ସାର୍ବଜନୀନ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story